ETV Bharat / state

ପିଏଚଡ଼ି ଆଡମିଶନ ପାଇଁ ଦରକାର NET ସ୍କୋର, ଆଉ ଦେବାକୁ ପଡିବନି ଏଣ୍ଟ୍ରାନ୍ସ - NET scores valid for PhD admission

NET scores will be used for PhD admission: ପିଏଚ.ଡି ଆଡମିଶନ ପାଇଁ ଆଉ ଦରକାର ନାହିଁ ପ୍ରବେଶିକା ପରୀକ୍ଷା । ଏଣିକି ପିଏଚ.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା ଏନ୍ଇଟି ସ୍କୋର ଆବଶ୍ୟକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 29, 2024, 7:10 AM IST

ପିଏଚଡ଼ି ଆଡମିଶନ ପାଇଁ ଦରକାର NET ସ୍କୋର, ଆଉ ଦେବାକୁ ପଡିବନି ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ବଡ ଘୋଷଣା । ପିଏଚ.ଡି ଆଡମିଶନ ପାଇଁ ଆଉ ଦରକାର ପଡିବନି ପ୍ରବେଶିକା ପରୀକ୍ଷା । ଏଣିକି ପିଏଚ.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା NET ସ୍କୋର୍ ଆବଶ୍ୟକ । ଆଶାୟୀ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବା ବଦଳରେ NET ପରୀକ୍ଷାରେ ରଖିଥିବା ସ୍କୋର୍ ଜରିଆରେ ପିଏଚ.ଡି ଆଡମିଶନ ପାଇଁ ଆବେଦନ କରିପାରିବେ । UGC ପିଏଚ.ଡି ଆଡମିଶନ ପାଇଁ NET ସ୍କୋରକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ବୁଧବାର ଏକ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ପୂର୍ବରୁ ସମସ୍ତ ବିଶ୍ୱବିଦ୍ୟାଳୟ ଭିନ୍ନ ଭିନ୍ନ ଭାବେ ପିଏଚ.ଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରୁଥିଲେ । ଏହାଦ୍ୱାରା ଆଶାୟୀ ଛାତ୍ରଛାତ୍ରୀ ଏକାଧିକ ଥର ପରୀକ୍ଷା ଦେଉଥିଲେ । ଏକାଧିକ ଥର ଆବେଦନ କରିବା ଏବଂ ପରୀକ୍ଷା ଦେଉଥିବାରୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ । ପ୍ରବେଶିକା ପରୀକ୍ଷା ଫଳ ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ ଛାତ୍ରୀଛାତ୍ରୀ । ଏହି ଅଭିଯୋଗ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ବିଶେଷଜ୍ଞ କମିଟି ସୁପାରିସ ଆଧାରରେ NET ସ୍କୋର ଆଧାରରେ ନାମଲେଖା ପାଇଁ ୟୁଜିସି ନିଷ୍ପତ୍ତି ନେଇଛି । ଆସନ୍ତା ୨୦୨୪- ୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ।

ଏହା ମଧ୍ୟ ପଢନ୍ତୁ: ଲୋକପାଳ ନିଯୁକ୍ତ କରୁନାହାନ୍ତି ବିଶ୍ୱବିଦ୍ୟାଳୟ, ଖିଲାପି ତାଲିକାରେ ଓଡ଼ିଶାରୁ ୧୧

NET ସ୍କୋର ଅନୁଯାୟୀ, ଜୁନିଅର ରିସର୍ଚ୍ଚ ଫେଲୋଶିପ ଓ ସହାୟକ ଅଧ୍ୟାପକ ଚୟନ କରାଯାଉଛି । ଏହି ନିଷ୍ପତ୍ତି ପରେ NET ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ ତିନୋଟି ବର୍ଗ ପାଇଁ ମନୋନୀତ ହୋଇପାରିବେ । ଏକକାଳୀନ ଜୁନିଅର ରିସର୍ଚ୍ଚ ଫେଲୋଶିପ, ସହାୟକ ଅଧ୍ୟାପକ ଓ ପିଏଚ.ଡି ନାମଲେଖା ପାଇଁ ଯୋଗ୍ୟ ହୋଇପାରିବେ । ଏନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହା ସହିତ ୟୁଜିସି ପକ୍ଷରୁ ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ରାଜ୍ୟ ସରକାରୀ ବିଶ୍ଵବିଦ୍ୟାଳୟ, ଡିମଡ ବିଶ୍ଵବିଦ୍ୟାଳୟ ଏବଂ ଘରୋଇ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ଅବଗତ କରାଯାଇଛି । ଯଦି ଏ ସମ୍ପର୍କରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର କୌଣସି ସନ୍ଦେହ ରହିଥାଏ ତେବେ ସେମାନେ Net-bureau@ugc.gov.inକୁ ଲିଖିତ କ୍ଲାରିଫିକେସନ ମାଗିପାରିବେ ।

ସୂଚନା ଅନୁଯାୟୀ, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ୟୁଜିସି ବର୍ଷକୁ ଦୁଇ ଥର ପରୀକ୍ଷା କରିଥାଏ । ପ୍ରଥମେ ଜୁନ୍ ମାସରେ ଓ ଦ୍ଵିତୀୟରେ ଡିସେମ୍ବରରେ ଏନ୍ଇଟି ପରୀକ୍ଷା କରାଯାଇଥାଏ । ଏହି ପରୀକ୍ଷା ଦେଶରେ ଏକକ ପରୀକ୍ଷା ରୂପେ କରାଯାଇଥାଏ । ଯାହାଫଳରେ ସମସ୍ତ ବିଶ୍ଵବିଦ୍ୟାଳୟ ପାଇଁ ଗୋଟିଏ ପରୀକ୍ଷା ହୋଇଥାଏ । ଏହାଦ୍ବାରା ପିଲାମାନେ ମଧ୍ୟ ଅଧିକ ସମୟ ନଷ୍ଟ ନକରିବା ସହ ଖର୍ଚ୍ଚାନ୍ତ ହେବେ ନାହିଁ । ଏହି ପଦକ୍ଷେପ ଦ୍ଵାରା ଛାତ୍ରଛାତ୍ରୀ ଅଧିକରୁ ଅଧିକ ଭିନ୍ନ ଭିନ୍ନ କ୍ଷେତ୍ରରେ ପରୀକ୍ଷା ଦେଇପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.