ETV Bharat / state

ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ବରକନ୍ୟା ଜଳପ୍ରପାତ - BARAKANYA WATERFALL

ପର୍ଯ୍ୟଟକଙ୍କ ମନ ମୋହୁଛି ନୟାଗଡ଼ର ବରକନ୍ୟା ଝରଣା । ଶୀତ ଦିନେ ଝରଣାର ଥଣ୍ଡା ଥଣ୍ଡା ପାଣିରେ ଗାଧୋଇବାର ମଜା ନେଉଛନ୍ତି ପର୍ଯ୍ୟଟକ ।

NAYAGARH BARAKANYA WATERFALL
NAYAGARH BARAKANYA WATERFALL (ETV Bharat Odisha)
author img

By ETV Bharat Odisha Team

Published : Dec 8, 2024, 3:46 PM IST

ନୟାଗଡ଼: ପ୍ରକୃତିର ବରଦାନ ବରକନ୍ୟା । ଆସିଛି ପିକନିକ ଋତୁ । ଆଣପ ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ନିଜ ପରିବାର କିମ୍ବା ସାଙ୍ଗସାଥୀମନଙ୍କ ସହ କେଉଁଆଡ଼େ ବୁଲିବାକୁ ଯିବା ପାଇଁ ପ୍ଲାନ କରୁନ୍ତି କି ? ତେବେ ଆଜି ହିଁ ଆସନ୍ତୁ ଏହି ସ୍ଥାନକୁ,ଯେଉଁଠାରେ ଆପଣ ଝରଣାର ଥଣ୍ଡା ଥଣ୍ଡା ପାଣିରେ ଗାଧୋଇବାର ମଜା ସହ ବଣ ଭୋଜି ମଧ୍ୟ କରିପାରିବେ । ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ କହିବୁ ଯାହାର ପରିବେଶ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ବାରମ୍ବାର ଆସିବା ପାଇଁ ବାଧ୍ୟ କରିବ । ସେହି ସ୍ଥାନଟି ହେଉଛି ନୟାଗଡ଼ ଜିଲ୍ଲାରେ ଥିବା ବରକନ୍ୟା ଜଳପ୍ରପାତ ।

ବରକନ୍ୟା ଜଳପ୍ରପାତ:

NAYAGARH BARAKANYA WATERFALL (ETV Bharat Odisha)

ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ବୁଢ଼ାବୁଢ଼ୀଆଣୀ ଡ୍ୟାମ ନିକଟରେ ଅବସ୍ଥିତ ଏହି ବରକନ୍ୟା ଝରଣା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଝରଣାରେ ସମୟ ବିତାଇବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ନୟାଗଡ଼ ସହର ଠାରୁ ମାତ୍ର ୩୧ କିଲୋମିଟର ଦୂରରେ ଓସ୍ତିଆ କାନଖାଇ ପାହାଡ଼ ପାଦ ଦେଶରେ ଅବସ୍ଥିତ ଏହି ପିକନିକ୍ ସ୍ପଟ୍ । କୁଳୁକୁଳୁ ନାଦରେ ଘଞ୍ଚ ଅରଣ୍ୟ ଓ ପାହାଡ଼ ଉପରୁ ଖସି ଆସୁଛି ଏହି ଝରଣା । ଯାହା ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷଣ କରୁଛି । ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ଶୀତ ଦିନ ଆସିଲେ ଅଧିକ ଭିଡ଼ ହୁଏ । ଜଙ୍ଗଲର ବିଭିନ୍ନ ଔଷଧୀୟ ବୃକ୍ଷ ମୂଳ ଦେଇ ବହି ଆସୁଥିବା ବରକନ୍ୟା ଝରଣାର ଥଣ୍ଡା ପାଣିରେ ଗାଧୋଇବାର ମଜା ନିଅନ୍ତି ପର୍ଯ୍ୟଟକ । ପୁଣି କିଏ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସେଲଫିଟିଏ ନେଇ ନିଜ ସ୍ମୃତିକୁ ମୋବାଇଲ କ୍ୟାମେରାରେ କଏଦ କରେ ।

NAYAGARH BARAKANYA WATERFALL
NAYAGARH BARAKANYA WATERFALL (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଉପାସନା ଓ ଉପଭୋଗ୍ୟର ସ୍ଥାନ ମା' ବାଟ ବାୟାଣୀ ପୀଠ

ଏହା ମଧ୍ୟ ପଢନ୍ତୁ...ବୁଲିବାକୁ ପ୍ଲାନ କରୁଛନ୍ତି କି ? IRCTC ଆଣିଛି ସ୍ପେଶାଲ ଟୁର୍‌ ପ୍ୟାକେଜ

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଭିତରେ ରୋମାଣ୍ଟିକ ସ୍ପଟ୍ ଖୋଜିଛନ୍ତି ? ଏହି ଖବର ପ୍ରେମୀଯୁଗଳଙ୍କ ପାଇଁ

'ବରକନ୍ୟାର ରୂପରେଖା ବଦଳିବ':

ତେବେ ଝରଣାଟି ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଯାଉଥିବାରୁ ସ୍ଥାନୀୟ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ସହଯୋଗର ହାତ ବଢ଼ାଇଥିଲେ । ଦିନେ ବନବିଭାଗ ସହ ପୁରା ଜିଲ୍ଲା ପ୍ରଶାସନକୁ ଧରି ପହଞ୍ଚିଥିଲେ ସେଠାରେ । ପୂର୍ବ ସରକାର ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକଙ୍କୁ ଧରି ବାରମ୍ବାର ଏହି ସ୍ଥାନକୁ ଆସୁଥିଲେ । ଫଳସ୍ୱରୂପ ବନବିଭାଗ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୧୪ କୋଟି ଟଙ୍କା ମଞ୍ଜୁର କରାଯାଇ ଉନ୍ନୟନ କାର୍ଯ୍ୟ ଯଥା ପଥର ପାହାଚ,କଟେଜ,ପୋଖରୀ,ବଣଭୋଜି ପାଇଁ ପିଣ୍ଡି ଓ ରାସ୍ତାଘାଟ ଇତ୍ୟାଦି ନିର୍ମାଣ କାର୍ଯ୍ୟ କରାଯାଉଛି । ସେପଟେ କିଛି ଦିନ ଧରି ଉନ୍ନତି ମୂଳକ କାର୍ଯ୍ୟ ବନ୍ଦ ହୋଇ ପଡିଥିବାବେଳେ ଏହି ବିଷୟରେ ଡିଏଫଓ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି," ତୁରନ୍ତ ସମସ୍ତ କାର୍ଯ୍ୟ ଶେଷ ହେବା ସହ ବରକନ୍ୟାର ରୂପରେଖା ବଦଳିବ ।"

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.