ETV Bharat / state

ଫିଲ୍ମ ସୁଟିଂରେ ପଶିଲା ମାଓ ଭୟ, ଅଧାରେ ଅଟକିଲା ‘ରାଣ୍ଡି ପୁଅ ଅନନ୍ତା’ ସୁଟିଂ - Odia Film Shooting Cancel

author img

By ETV Bharat Odisha Team

Published : 2 hours ago

Randi Pua Ananta film shooting: ମାଓ ପ୍ରଭାବିତ ଅଞ୍ଚଳରେ ଚାଲିଥିଲା ‘ରାଣ୍ଡି ପୁଅ ଅନନ୍ତା’ର ସୁଟିଂ । ମାଓ ଭୟ ନେଇ ଗୁଇନ୍ଦା ସତର୍କ ପରେ ଅଧାରେ ଅଟକିଲା ସିନେମା ସୁଟିଂ । ଅଧିକ ପଢନ୍ତୁ

Randi Pua Ananta film
Randi Pua Ananta film (ETV Bharat Odisha)

ବଲାଙ୍ଗୀର: ଫିଲ୍ମ ସୁଟିଂ ବେଳେ ମାଓବାଦୀ ଭୟ । ହଠାତ କରାଗଲା ବାରଣ । ଅଧାରେ ଅଟକିଲା ‘ରାଣ୍ଡି ପୁଅ ଅନନ୍ତା’ ଫିଲ୍ମର ସୁଟିଂ । ପରେ ସୁରକ୍ଷିତ ସ୍ଥାନରେ ଚାଲିଛି ଓଡିଆ ଫିଲ୍ମର ସୁଟିଂ । ଘଟଣାଟି ଥିଲା ଗତକାଲି(ମଙ୍ଗଳବାର)ର । ବଲାଙ୍ଗୀର ଜିଲ୍ଲା ହରିଶଙ୍କର ଠାରେ ଓଡ଼ିଆ ସିନେମା ‘ରାଣ୍ଡି ପୁଅ ଅନନ୍ତା’ର ସୁଟିଂ ଗତ କିଛି ଦିନ ଧରି ଚାଲିଥିଲା । ଗୁଇନ୍ଦା ସୂଚନା ପରେ ସେଠାରେ ସୁଟିଂ ପାଇଁ ବାରଣ କରାଯାଇଥିଲା । ଏହା ପରେ ସୁରକ୍ଷିତ ସ୍ଥାନରେ ଫିଲ୍ମର ସୁଟିଂ ଜାରି ରହିଛି ।

ମାଓ ପ୍ରଭାବିତ ଅଞ୍ଚଳରେ ଫିଲ୍ମ ସୁଟିଂ:

ଅଧାରେ ଅଟକିଲା ‘ରାଣ୍ଡି ପୁଅ ଅନନ୍ତା’ ସୁଟିଂ (ETV Bharat Odisha)

ବଲାଙ୍ଗୀରର ହରିଶଙ୍କର ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ଅଟେ । ଏଠାରେ ଗତକିଛି ଦିନ ହେଲା ଚାଲିଥିଲା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ‘ରାଣ୍ଡି ପୁଅ ଅନନ୍ତା’ର ସୁଟିଂ ଚାଲିଥିଲା । ହେଲେ ଭୁବନେଶ୍ବର ଗୁଇନ୍ଦା ବିଭାଗରୁ ସୂଚନା ଆସିଥିଲା ଯେ ମାଓବାଦୀ ଅପହରଣ ଉଦ୍ୟମ ହୋଇପାରେ । ଯାହାର ଚିଠି ପୋଲିସ୍ ପାଖକୁ ଆସିବା ପରେ ବଲାଙ୍ଗୀର ପୋଲିସ୍ ପଦକ୍ଷେପ ନେଇଛି । ଯେଉଁ ସ୍ଥାନରେ ଫିଲ୍ମ ସୁଟିଂ କରାଯାଉଥିଲା ତାହାକୁ ଅଟକାଯାଇ ସୁରକ୍ଷିତ ସ୍ଥାନରେ ଏବେ ସୁଟିଂ କରାଯାଉଛି ।

Randi Pua Ananta
ଫିଲ୍ମ ପୋଷ୍ଟର (Facebook)

ଏସବୁ ଅଞ୍ଚଳକୁ ଯିବାକୁ ବାରଣ:

ମାଓ ପ୍ରଭାବିତ ଅଞ୍ଚଳରେ ସୁଟିଂ କରିବାକୁ କିମ୍ବା ସେ ଅଞ୍ଚଳକୁ ଯିବାକୁ ସମସ୍ତ ସିନେମା କ୍ର୍ୟୁ ସଦସ୍ୟଙ୍କୁ ବାରଣ କରାଯାଇଛି । ବିଶେଷ କରି ଖପ୍ରାଖୋଲ ଅଞ୍ଚଳର ହରିଶଙ୍କର ଅଞ୍ଚଳ, ସାପମୁଣ୍ଡ, ଓ ଖୁରେ ପାଣିକୁ ଅଞ୍ଚଳକୁ ଯିବାକୁ ମନା କରାଯାଇଛି । ସେପଟେ ସିନେମା ସୁଟିଂ ଅନ୍ୟ ସ୍ଥାନରେ ସ୍ଵାଭାବିକ ଭାବରେ ଜାରି ରହିଛି ।

କଣ କହିଲା ପୋଲିସ ?

ରାଣ୍ଡି ପୁଅ ଅନନ୍ତା
ରାଣ୍ଡି ପୁଅ ଅନନ୍ତା (ETV Bharat Odisha)

ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଝାରୀ କହିଛନ୍ତି, ‘ପୂର୍ବରୁ ହରିଶଙ୍କର ମାଓ ପ୍ରଭାବିତ ଅଞ୍ଚଳ ଥିଲା । ତେଣୁ ଏଠି ସୁଟିଂ କରୁଥିବା ସିନେମା କ୍ରୁ ସଦସ୍ୟଙ୍କୁ ସେ ଅଞ୍ଚଳ ନ ଯିବାକୁ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସେଭଳି କୌଣସି ବିପଦ ନାହିଁ ଏବଂ ପୋଲିସ୍ ତୀକ୍ଷ୍ଣ ନଜର ରହିଛି’ ।

ପୋଲିସର ବାରଣକୁ ନେଇ କଣ କହିଲେ କ୍ରୁ ସଦସ୍ୟ ?

ରାଣ୍ଡି ପୁଅ ଅନନ୍ତା
ରାଣ୍ଡି ପୁଅ ଅନନ୍ତା (ETV Bharat Odisha)

ସିନେମା କ୍ରୁ ସଦସ୍ୟ ସ୍ଥିତ ପଟ୍ଟନାୟକ କହିଛନ୍ତି, ‘ଏହି ଘଟଣା ସତ ଅଟେ । ଓଡ଼ିଶା ଗୁଇନ୍ଦା ବିଭାଗ ଏହି ସୂଚନା ଦେଇଥିଲା । ବଲାଙ୍ଗୀର ଏସପି ଏଥିରେ ପଦକ୍ଷେପ ନେଇଛନ୍ତି । ହେଲେ ଏବେ ବି ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ସୁଟିଂ ଚାଲିଛି ଓ ସବୁ ଠିକ୍ ଠାକ୍ ଚାଲିଛି । ତେବେ ଆଗକୁ ପୋଲିସ୍ କିମ୍ବା ଗୁଇନ୍ଦା ବିଭାଗର ନିର୍ଦ୍ଦେଶ ଯାହା ଆସେ ସେହି ଅନୁସାରେ ଆମେ ପଦକ୍ଷେପ ନେବୁ।’

ଏହା ମଧ୍ୟ ପଢନ୍ତୁ:

ଦର୍ଶକଙ୍କୁ ଦଶହରା ଭେଟି, ଓଡ଼ିଆ ଚଳଚ୍ଚିତ୍ର 'ଦୁର୍ଗା' କହିବ ନାରୀର ସଂଘର୍ଷ କାହାଣୀ

ତେଲୁଗୁ ସିନେମା 'ଗେମ୍ ଚେଞ୍ଜର'ରେ ଓଡ଼ିଆଙ୍କ ଯାଦୁ, ରଣପା ନାଚିଲେ ରାମଚରଣ

ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ ‘ଖୋକା ଭାଇ ତମ ପାଇଁ’ର ଟକ୍କର, କିଏ ଜିତିବ ମନ

ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଅକ୍ସିଜେନ'

ରାଣ୍ଡି ପୁଅ ଅନନ୍ତା ଫିଲ୍ମ:

ରାଣ୍ଡି ପୁଅ ଅନନ୍ତା
ରାଣ୍ଡି ପୁଅ ଅନନ୍ତା (ETV Bharat Odisha)

ଏହି ସିନେମାରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଥିବା ବେଳେ କୁନା ତ୍ରିପାଠୀ ଭଳି ଅଭିନେତା ମଧ୍ୟ ଏଥିରେ ନଜର ଆସିବେ । ସେହିପରି ଏହା ଫକୀର ମୋହନ ସେନାପତିଙ୍କ ଦ୍ଵାରା ରଚିତ କାହାଣୀ ଉପରେ ଆଧାରିତ ଅଟେ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ସବ୍ୟସାଚୀ ମହାପାତ୍ର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.