ETV Bharat / state

ବିଧାନସଭା ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ପଞ୍ଚାୟତ ପ୍ଲାନ; ବିଜେପିକୁ କାଉଣ୍ଟର କରିବେ ନବୀନ, ନଭେମ୍ବରରେ ଯିବେ ଗ୍ରାଉଣ୍ଡ ଜିରୋ - Naveen patnaik to tour odisha

author img

By ETV Bharat Odisha Team

Published : Aug 9, 2024, 11:31 AM IST

Updated : Aug 9, 2024, 2:39 PM IST

Naveen patnaik to tour odisha ahead panchayat election from november naveen to visit all 30 districts of odisha: ବିଜେଡିର ଆଗୁଆ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ନବୀନ ପଟ୍ଟନାୟକ । ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ନବୀନଙ୍କ ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟସ୍ତରିୟ ସମନ୍ୱୟ କମିଟି । ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତାବ ଦେଇଛି କମିଟି । ସେହିପରି ଦଳ ଆସନ୍ତା ପଞ୍ଚାୟତ ନିର୍ବାଚନ ଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସାଧାରଣ ନିର୍ବାଚନରେ ଦଳ କରିଥିବା ଭୁଲକୁ ଆଉ ଦୋହରାଇବ ନାହିଁ ବିଜେଡି । ତେଣୁ ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେହିପରି ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ସଭାପତି ଦେଇଛନ୍ତି ପରାମର୍ଶ ।

ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ (ETV Bharat Odisha)

ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟି । କମିଟିର ସଦସ୍ୟମାନେ ଗୁରୁବାର ସଂନ୍ଧ୍ୟାରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି ।

ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି
ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି (ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି)

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, " ଓଡ଼ିଶାବାସୀ ବିଜୁ ଜନତା ଦଳକୁ 24 ବର୍ଷଧରି ନିରନ୍ତର ଭାବରେ ଆର୍ଶୀବାଦ ଦେଇ ଆସିଛନ୍ତି । ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନକଟରେ ଋଣୀ । ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖ‍ିବା ପାଇଁ ସେ ପରମର୍ଶ ଦେଇଛନ୍ତି ।"

ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି
ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି (ETV Bharat Odisha)

ଏହା ବି ପଢନ୍ତୁ- ବିଜେଡି ଛାଡ଼ିବା ପରେ ମମତାଙ୍କ ମନ୍ତବ୍ୟ; କହିଲେ ପ୍ରଲୋଭନ କଥା ମିଥ୍ୟା, ଖାଲି ଆସନରେ ପୁଣି ବିଜେପିରୁ ଯିବେ ରାଜ୍ୟସଭା ! - mamata mahanta reaches Bhubaneswar

ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବେ ବିଜେଡି ସଭାପତି । ଏଥି ପାଇଁ ସଭାପତି ନବୀନ ପଟ୍ଟନାୟକ ଆଗାମୀ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେ । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ଦଳର ଛାତ୍ର, ଯୁବ ଓ ମହିଳା ଆଦି ଛାମୁଆ ସଂଗଠନକୁ ଗଠନ କରିବା ଓ ଅକ୍ଟୋବର ଦୁଇ ତାରିଖରୁ ମାସ ବ୍ୟାପୀ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଏହା ବି ପଢନ୍ତୁ- ନବୀନଙ୍କ ହାତ ଛାଡି ମୋହନଙ୍କ ହାତ ଧରିଲେ ମମତା; ବିଜେଡି କହିଲା ଦଳକୁ ଧୋକ୍କା ଦେଲେ, ରାଇରଙ୍ଗପୁରରେ ପୂର୍ବତନ ସାଂସଦଙ୍କ କୁଶପୁତ୍ତଳିକା ଦାହ - Political war over Mamata Mohanta

ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ 15 ଜଣିଆ ସମନ୍ୱୟ ଓ କାର୍ଯ୍ୟନ୍ଵୟନ କମିଟି ଗଠନ ହୋଇଛି । କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ନବୀନଙ୍କ ନେତୃତ୍ୱରେ ଦୀର୍ଘ ଦିନ ହେଲା ଶାସକ ଓ ଏବେ ବିରୋଧୀ ଦଳରେ ଅଛୁ । ଲୋକଙ୍କ ବିକାଶ ଲାଗି କାର୍ଯ୍ୟ କରିଛୁ । ଏହି ପ୍ରକ୍ରିୟା ଆଗକୁ ନେବାକୁ ଆମର ପ୍ରତିବଦ୍ଧତା ରହିଛି । ଆଗାମୀ ଦିନରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।"

ଏହା ବି ପଢନ୍ତୁ- ରାଜନୀତି ପାରା ବଢାଇଲା ମମତାଙ୍କ ଇସ୍ତଫା: ବିଜେପି କହିଲା ଫିଲ୍ମ ଅଭି ବାକି ହୈ, ବିଜେଡି ଦେଲା ବଡ଼ ବୟାନ - Politics On MAMATA MOHANTA RESIGN

ତେବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ବଡ ପରଜୟ ଏବଂ ନିକଟରେ ରାଜ୍ୟ ସଭା ପୂର୍ବତନ ସାଂସଦ ମମତା ମହାନ୍ତ ଶଙ୍ଖ ଦଳ ହାତ ଛାଡିବା ପରେ ଦଳ ଆଗୁଆ ବିଜେପିକୁ କାଉଣ୍ଟର କରିବାକୁ ତୟାରୀ ଆରମ୍ଭ କରିଛି । କାରଣ ମମତା ମହାନ୍ତ ବିଜେଡି ହାତ ଛାଡିବା ପରେ ବିଜେପିରେ ମିଶିଛନ୍ତି । ତେଣୁ ବିଜେଡି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ନବୀନଙ୍କୁ ଗ୍ରାଉଣ୍ଡକୁ ଓହ୍ଲାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Last Updated : Aug 9, 2024, 2:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.