ETV Bharat / state

ପାଣ୍ଡିଆନଙ୍କ ପ୍ରଥମ ଗଣମାଧ୍ୟମ ସାକ୍ଷାତକାର, ‘2024ରେ ନିର୍ବାଚନ ଲଢ଼ିବି ନାହିଁ ’

VK Pandian 1st interview: ନବୀନ ମୋର ବସ, ମୁଁ ଏଥର ନିର୍ବାଚନ ଲଢୁନାହିଁ ବୋଲି କହିଲେ ପାଣ୍ଡିଆନ । ଅଧିକ ପଢନ୍ତୁ

ପାଣ୍ଡିଆନର ପ୍ରଥମ ସାକ୍ଷାତକାର
ପାଣ୍ଡିଆନର ପ୍ରଥମ ସାକ୍ଷାତକାର
author img

By ETV Bharat Odisha Team

Published : Feb 8, 2024, 5:23 PM IST

Updated : Feb 9, 2024, 9:13 AM IST

ହାଇଦ୍ରାବାଦ: ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଆଜି ପ୍ରଥମଥର ଗଣମାଧ୍ୟମରେ ସାକ୍ଷାତକାର ଦେଇଛନ୍ତି । ଜାତୀୟ ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ପାଣ୍ଡିଆନ କହିଛନ୍ତି, ସେ 2024 ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ଶ୍ରୀମନ୍ଦିର ଇତିହାସରେ ଗତ 5 ଶହ ବର୍ଷ ମଧ୍ୟରେ ଯାହା ହୋଇନଥିଲା, ତାହା ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ନବୀନ ସରକାର ସଫଳତାର ସହ ଶେଷ କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

ରାଜ୍ୟରେ କଂଗ୍ରେସ ସହ ବିଜେଡି କୌଣସି ପରିସ୍ଥିତିରେ ବୁଝାମଣା କରିବ ନାହିଁ । କେନ୍ଦ୍ରରେ ବିଜେପି ସହ ବିଜେଡିର ମଧ୍ୟ କୌଣସି ବୁଝାମଣା ନାହିଁ । ନବୀନ କେନ୍ଦ୍ର ବିରୋଧରେ କି ସପକ୍ଷରେ ନୁହନ୍ତି ବଂର କେନ୍ଦ୍ର- ରାଜ୍ୟ ଗଠନମୂଳକ ସମ୍ପର୍କ ମଧ୍ୟରେ ରାଜ୍ୟରେ ପ୍ରଗତି ଚାହାନ୍ତି । ରାଜ୍ୟର ବିକାଶ ହିଁ ନବୀନଙ୍କ ଫର୍ମୁଲା । ସେହିପରି ସେ ତାଙ୍କ ଦୀର୍ଘ ପ୍ରଶାସକ ଜୀବନରେ ନବୀନ ପଟ୍ଟନାୟକଙ୍କ ସହ କାମ କରିବାର ଅନୁଭବ ମଧ୍ୟ ସେୟାର କରିଛନ୍ତି, ନବୀନ ଜଣେ ସଫଳ ଓ ଦୂରଦୃଷ୍ଟି ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ ବୋଲି କହିଛନ୍ତି ପାଣ୍ଡିଆନ୍ ।

କାହିଁକି ନିର୍ବାଚନ ଲଢିବେ ନାହିଁ ପାଣ୍ଡିଆନ ?

ପାଣ୍ଡିଆନ ନିର୍ବାଚନର ମାତ୍ର କେଇମାସ ପୂର୍ବରୁ ବିଜେଡିରେ ସାମିଲ ହେବାକୁ ନେଇ ନିର୍ବାଚନ ଲଢିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ପ୍ରଥମ ଗଣମାଧ୍ୟମ ସାକ୍ଷାତକାରରେ ପାଣ୍ଡିଆନ କହିଛନ୍ତି ସେ ନିର୍ବାଚନ ଲଢିବେ ନାହିଁ । ଉଭୟ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିବେ ନାହିଁ । ରାଜ୍ୟସଭା ମାଧ୍ୟମରେ ମଧ୍ୟ ସେ ସଂସଦ ଯାଉନାହାନ୍ତି । ପାଣ୍ଡିଆନ କହିଛନ୍ତି, ନବୀନ ମୋର ନେତା । ମୁଁ ତାଙ୍କ ପାଇଁ କାମ କରିବାକୁ ଆସିଛି । ନବୀନ 6ଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶର ରାଜନୀତିରେ ରେକର୍ଡ କରିବାକୁ ଯାଉଛନ୍ତି । ତାଙ୍କୁ ଏଥିରେ ସଫଳ କରିବା ପାଇଁ ସହଯୋଗ କରିବାକୁ ମୁଁ ଆସିଛି । ମୁଁ ମୋର ରକ୍ତ ଓ ସମୟ ଦେଇ ସହଯୋଗ କରିଛି ।

ମିଛ ନେରେଟିଭି ସୃଷ୍ଟି କରିଥିଲେ ବୈଜୟନ୍ତ ପଣ୍ଡା:-

ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଏକାଧିକ ଅଭିଯୋଗ କରିଛନ୍ତି ପାଣ୍ଡିଆନ । ବୈଜୟନ୍ତ ନବୀନଙ୍କର ବେଶ ନିକଟତର ଥିଲେ । ହେଲେ ପରବର୍ତ୍ତୀ କିଛି ଘଟଣାକ୍ରମରୁ ସେ ନବୀନଙ୍କ ଉପରେ ଅସନ୍ତୁଷ୍ଟ ହୋଇଉଠିଲେ । ପାଣ୍ଡିଆନ କହିଛନ୍ତି, 2014 ନିର୍ବାଚନରେ ବିଜେଡି 20 ଲୋକସଭା ଆସନ ଜିତିଥିଲା । ପାର୍ଟି ଦେଶର 4 ବୃହତ୍ତମ ପାର୍ଟି ମଧ୍ୟ ହୋଇଥିଲା । ଏହି ନିର୍ବାଚିତ ସାଂସଦ ତାଲିକାରେ ବୈଜୟନ୍ତ ପଣ୍ଡା ମଧ୍ୟ ଥିଲେ । ସେ ନବୀନଙ୍କ ସୁପାରିଶରେ ସଂସଦ ଅର୍ଥ କମିଟିର ମୁଖ୍ୟ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ନବୀନଙ୍କ ସବ କଥା ହେବାକୁ ଚାହାନ୍ତି ବୋଲି କହିଥିଲେ ।

ହେଲେ ବୈଜୟନ୍ତଙ୍କ ପୁରୁଣା ଅଭ୍ୟାସ ସମ୍ପର୍କରେ ନବୀନଙ୍କୁ ଆଭାସ ମିଳିଥିଲା । ବୈଜୟନ୍ତ ନିଜ ପାରିବାରିକ ମାଲିକାନାରେ ଥିବା କମ୍ପାନୀକୁ ଲୋନ ଅନୁମୋଦନ କରିବାରେ ନିଜ ପ୍ରଭାବ ଓ କ୍ଷମତା ବ୍ୟବହାର କରିଥିବାରୁ ନବୀନ ତାଙ୍କ ନାମ ସଂସଦ ଅର୍ଥ କମିଟି ସଦସ୍ୟ ପାଇଁ ସୁପାରିଶ ରଖିନଥିଲେ । ଏହା ପରେ ବୈଜୟନ୍ତ ନବୀନଙ୍କ ଉପରେ ଖପ୍ପା ହୋଇଥିଲେ । ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଓ ସେ ଚିକିତ୍ସାଧୀନ ବୋଲି ଏକ ନାରେଟିଭ ସୃଷ୍ଟି କରାଯାଇଥିଲା । ଏପିରିକି ଦିଲ୍ଲୀରୁ ମଧ୍ୟ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ନେତାମାନେ ପଚାରିବାରେ ଲାଗିଥିଲେ । ସେତେବେଳେ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ହେଲେ ଏପରି ନେରେଟିଭ ଲୋକଙ୍କ ମନରେ ନବୀନଙ୍କ ବିକଳ୍ପ ଭାବନା ସୃଷ୍ଟି କରିବା ପାଇଁ ଥିଲା । ଏହା ପରବର୍ତ୍ତୀ ସମୟରେ ନବୀନ ଅସୁସ୍ଥ ଓ ସେ ଚିକିତ୍ସା ପାଇଁ ଲଣ୍ଡନ ଯାଉଥିବା ନେଇ ବୈଜୟନ୍ତ ହିଁ ପ୍ରଚାର କରିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାାଇଥିଲା ।

ନବୀନ ଲମ୍ବା ଭାଷଣରେ ବିଶ୍ବାସ ରଖନ୍ତି ନାହିଁ:

ପାଣ୍ଡିଆନ କହିଛନ୍ତି, ରାଜ୍ୟରେ ନବୀନ 5 ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା ପ୍ରଥମ ଥର କ୍ଷମତାକୁ ଆସିବା ପରେ ଜୋସରେ କାମ କରନ୍ତି । ଲୋକଙ୍କ ଭଲପାଇବା ଓ ବିଶ୍ବାସ ନବୀନଙ୍କ ସହ ରହିଛି । ନବୀନ ଅନ୍ୟ ନେତାଙ୍କ ପରି ଲମ୍ବା ଭାଷଣ ଦେଇ ନିର୍ବାଚନ ଜିତିବାରେ ବିଶ୍ବାସ କରନ୍ତି ନାହିଁ । ସେ ଗତଥର କେବଳ ଗୋଟିଏ ନାରା ଦେଇଥିଲେ ‘ଆପଣମାନେ ଖୁସି ତ’ ଏହାହି ତାଙ୍କ ନିର୍ବାଚନୀ ଭାଷଣ ଥିଲା ।

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପ୍ରାସଙ୍ଗିକତା ନାହିଁ:-

କଂଗ୍ରେସ ସହ ବିଜେଡିର କୌଣସି ବୁଝାମଣା କରିବାର ନାହିଁ । ବିଜୁବାବୁ କଂଗ୍ରେସର ଦୁର୍ନୀତି ବିରୋଧରେ ଲଢିଥିଲେ । ନବୀନ କେନ୍ଦ୍ର ସରକାର ସହ ଗଠନ ମୂଳକ ସୁସମ୍ପର୍କ ମାଧ୍ୟମରେ ରାଜ୍ୟର ବିକାଶ କରିବାକୁ ପ୍ରାଧାନ୍ୟ ଦିଅନ୍ତି । ଏବେ ଓଡିଶାରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରହିଛି । ହେଲେ ଏହି ଯାତ୍ରାର ବିଜେଡି ପାଇଁ କୌଣସି ପ୍ରାସଙ୍ଗୀକତା ନାହିଁ । ଏହି ଯାତ୍ରା ଏବେ କେଉଁଠି ପହଞ୍ଚିଥିବା ତାହା ମଧ୍ୟ ନବୀନଙ୍କୁ ଜଣାନଥିବ ବୋଲି ପାଣ୍ଡିଆନ କହିଛନ୍ତି ।

ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ:

ଶ୍ରୀକ୍ଷେତ୍ର ପୁରୀରେ ଯେଉଁ ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି, ତାହା 5 ଶହ ବର୍ଷ ମଧ୍ୟରେ ହୋଇପାରିଥିଲା । ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀ ଏନେଇ ପଦକ୍ଷେପ ଗ୍ରହଣ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରିବାକୁ ପଡିଥିଲା । ହେଲେ ଏହାକୁ କୌଣସି ପ୍ରକାର ଶେଷ କରିବା ପାଇଁ ନବୀନଙ୍କ ଇଚ୍ଛା ଥିଲା । ହେଲେ କିଛି ବିରୋଧୀ ନବୀନଙ୍କ ଶାସନରେ ଏହି ପ୍ରକଳ୍ପ ନହେଉ ବୋଲି ଚାହୁଁଥିଲେ । କିଛି ସାଧାରଣ ବ୍ୟକ୍ତି ଓ ସଂଗଠନ ଦ୍ବାରା କୋର୍ଟରେ ଏହା ବିରୋଧରେ ମାମଲା ଦାଏର କରାଗଲା । ସେମାନେ ଦାମି ଓକିଲ ମଧ୍ୟ ଦେଇଥିଲେ । ହେଲେ ସର୍ବୋଚ୍ଚ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ପ୍ରକଳ୍ପକୁ ପ୍ରଶଂସା କରିଥିଲେ । ଏହି ପ୍ରକଳ୍ପ କେବଳ ଭକ୍ତଙ୍କ ସୁବିଧା ପାଇଁ ନୁହେଁ ବରଂ ମନ୍ଦିରର ସୁରକ୍ଷା ପାଇଁ ମଧ୍ୟ ବୋଲି ପାଣ୍ଡିଆନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2024, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.