ETV Bharat / state

ଫୋକସରେ ଯାଜପୁରବାସୀଙ୍କ ସ୍ୱାସ୍ଥ୍ୟସେବା, ଜିଲ୍ଲାର ମେଡିକାଲ କଲେଜରେ 50 MBBS ସିଟ୍‌କୁ ଅନୁମୋଦନ - Jajpur Medical College and Hospital

author img

By ETV Bharat Odisha Team

Published : Jul 19, 2024, 7:51 AM IST

National Medical Commission Approves 50 MBBS Seats: ଯାଜପୁର ମେଡିକାଲ କଲେଜ୫୦ ଏମ୍‌ବିବିଏସ୍ ସିଟ୍‌କୁ ଅନୁମୋଦନ । ଓଡିଶାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୩ ନୂତନ ମେଡିକାଲ କଲେଜ । ଯାଜପୁରକୁ ଏନଏମସି ୫୦ ଟି ସିଟ ପାଇଁ ଅନୁମୋଦନ କରିଥିବା ବେଳେ କନ୍ଧମାଳ ଓ ତାଳଚେର ମେଡିକାଲ କଲେଜ ଶୀଘ୍ର କାର୍ଯ୍ୟକ୍ଷମ ହେବ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat Odisha)

ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷରେ ଯାଜପୁର ମେଡିକାଲ କଲେଜରେ ୫୦ ଏମ୍‌ବିବିଏସ୍ ସିଟ୍‌ରେ ନାମଲେଖା ପାଇଁ ଅନୁମତି ମିଳିଛି । ନ୍ୟାସନାଲ ମେଡିକାଲ କମିସନ (ଏନ୍‌ଏମ୍‌ସି)ର ମେଡିକାଲ ଆସେସମେ ଆଣ୍ଡ୍ ରେଟିଙ୍ଗ ବୋର୍ଡ ଏହାକୁ ଅନୁମୋଦନ କରିଛନ୍ତି । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଯାଜପୁର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ୧୦୦ ସିଟ୍‌ରେ ନାମଲେଖା ପାଇଁ ଅନୁମତି ମଗାଯାଇଥିଲା। ତେବେ ବର୍ତ୍ତମାନ ଏନ୍‌ଏମ୍‌ସି ୫୦ ସିଟ୍ ପାଇଁ ଅନୁମତି ଦେଇଛନ୍ତି।

ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏନ୍‌ଏମ୍‌ସି ବିଭିନ୍ନ ସର୍ତ୍ତାବଳୀ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନୁମତି ମିଳିଥିବା ସିଟ୍‌ରୁ ଅଧିକ ପିଲାଙ୍କୁ ନାମଲେଖାଇ ପାରିବ ନାହିଁ। ମେଡିକାଲ କଲେଜରେ ଟିଚିଂ, ନନ୍‌ଟିଚିଂ ଷ୍ଟାଫ୍ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଭିର୍ତ୍ତିଭୂମି ରହିଥିବା ଆବଶ୍ୟକ । ସମସ୍ତ ଦିଗ ପ୍ରତି ଗୁରୁତ୍ୱ ଦେବା ପାଇଁ କୁହାଯାଇଛି । ତେବେ ଓଡିଶାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୩ ନୂତନ ମେଡିକାଲ କଲେଜ । ଯାଜପୁରକୁ ଏନ୍ ଏମ ସି ୫୦ ଟି ସିଟ ପାଇଁ ଅନୁମୋଦନ କରିଥିବା ବେଳେ କନ୍ଧମାଳ ଓ ତାଳଚେର ମେଡିକାଲ କଲେଜ ଶୀଘ୍ର କାର୍ଯ୍ୟକ୍ଷମ ହେବ ।

ସେହିଭଳି ରାଜ୍ୟରେ ୧୧ ଟି ମେଡିକାଲ କଲେଜ କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଆଉ ୩ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ୨୦୧୮ ମସିହାରୁ ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ଯାଜପୁର ମେଡିକାଲ କଲେଜ କର୍ତ୍ତୃପକ୍ଷ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଭିଭିଭୂମି ନିର୍ମାଣ କରିଛନ୍ତି। ଚଳିତ ବର୍ଷ ଯାଜପୁର ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ନାମ ଲେଖାଯିବ। ନାମ ଲେଖାଇବା ପୂର୍ବରୁ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗର ଏକ ଟିମ୍ ଜୁନ୍ ୨୪ ତାରିଖରେ ଯାଜପୁର ମେଡିକାଲ କଲେଜର ଭିଭିଭୂମି ତଦାରଖ କରିବାକୁ ଆସିଥିଲେ। ଯାଜପୁର ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ୪୨୦ ବେଡ୍ ବିଶିଷ୍ଟ ହସ୍ପିଟାଲର ବ୍ୟବସ୍ଥା ରହିଛି। ଏଥିସହ ଏଏମସିର ଗାଇଡଲାଇନ୍ ମୁତାବକ ପ୍ରାକ୍ଟିକାଲ ଲ୍ୟାବ୍, ୫୦ ହଜାର ପୁସ୍ତକ ରହିଥିବା ଅତ୍ୟାଧୁନିକ ଲାଇବ୍ରେରୀ, ୨୧ଟି ଜାତୀୟ ଓ ୯ଟି ଆର୍ଥଦେଶୀୟ ଜର୍ନାଲ ଥିବା ମେଡିକାଲ ରିସର୍ଚ୍ଚ ଜର୍ନାଲ ସେଣ୍ଟର, ମ୍ୟୁଜିୟମ ଥିଏଟର, ୪ଟି ଲେକଚର ଥିଏଟର, ସାଉଣ୍ଡ୍ ପ୍ରୁଫ୍ ଅଡିଟୋରିୟମ୍, ଡିଜିଟାଲ କ୍ଲାସ୍ ରୁମ, ଛାତ୍ରଛାତ୍ରୀ ନିବାସ ଓ ଅନ୍ୟାନ୍ୟ ଭିଭିଭୂମିକୁ ଯାଜପୁର ମେଡିକାଲ କଲେଜ ପରିସରରେ ପରିଦର୍ଶକମାନେ ପ୍ରତ୍ୟକ୍ଷ କରିଥିଲେ ।

ଏହା ପି ପଢନ୍ତୁ- ଆଜିଠୁ SCBରେ 250 ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ନେଇ ଚିନ୍ତା - SCB House Surgeons

ଏପଟେ ଓଡ଼ିଆରେ ଡାକ୍ତରୀ ବହି ପାଇଁ କମିଟି ଗଠନ । ଓଡ଼ିଶାରେ ଏମ ବି ବି ଏସ ପାଠ୍ୟପୁସ୍ତକ ପାଇଁ ଗଠନ ହେଲା କମିଟି। ଏହି ୨୨ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କେଉଁ ପାଠ୍ୟ ପୁସ୍ତକ ଅନୁବାଦ କରାଯିବ, ଏହି ବିଶେଷଜ୍ଞ କମିଟି ତାର ଚୟନ କରିବ। ତେବେ ଏହି କମିଟି ରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ ହେଉଛନ୍ତି ଏହି କମିଟି ର ଅଧକ୍ଷ। ଏପରି କି ବାକି ୨୧ ଜଣ ହେଉଛନ୍ତି ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲର ଡ଼ାକ୍ତର, ପ୍ରଫେସର ରେଜିଷ୍ଟର ରହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.