ETV Bharat / state

ଚଳିତ ବର୍ଷଠୁ ଲାଗୁ ହେବ NEP-2020, ଛାତ୍ରଛାତ୍ରୀଙ୍କ ସ୍କିଲିଂ ଉପରେ ଗୁରୁତ୍ବ - National Education Policy 2020

author img

By ETV Bharat Odisha Team

Published : Aug 14, 2024, 5:19 PM IST

National Education Policy 2020: ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ । ଛାତ୍ରଛାତ୍ରୀଙ୍କ ସ୍କିଲିଂ ଉପରେ ଦିଆଯିବ ଗୁରୁତ୍ବ । ଚାକିରି କରିବା ପରିବର୍ତ୍ତେ ଚାକିରି ଦେବେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

National Education Policy 2020
National Education Policy 2020 (ETV Bharat Odisha)

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ । ଯାହା ପିଲାଙ୍କୁ ଚାକିରି ଉଦ୍ଦେଶ୍ୟରେ ନୁହେଁ ବରଂ ଗବେଷଣା ଉଦ୍ଦେଶ୍ୟରେ ପାଠ ପଢ଼ାଇବା ଉପରେ ଗୁରତ୍ବ ଦିଆଯିବ । ବିଶେଷ ଭାବରେ ଏହି ଜାତୀୟ ଶିକ୍ଷା ନୀତି ୨୦୨୦ରେ ଛାତ୍ରଛାତ୍ରୀଙ୍କ ପ୍ରତି କୌଶଳ ବା ସ୍କିଲିଂ ଉପରେ ଗୁରୁତ୍ବ ଦିଆଯାଉଛି । ପିଲା ଚାକିରିଆ ହେବେନି ଚାକିରି ଦେବାର କ୍ଷମତା ରଖିବେ । ନୂତନ ଶିକ୍ଷାନୀତିରେ ଗବେଷଣାକୁ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ, ଏମ.ଫିଲକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯିବ ।

National Education Policy (ETV Bharatv Odisha)
ଜାତୀୟ ଶିକ୍ଷାନୀତି ୨୦୨୦ର ପ୍ରଣୟନ ପାଇଁ ସରକାରଙ୍କ ୧୦୦ ଦିନର ଖସଡ଼ା ପ୍ରସ୍ତୁତ:

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ଜାତୀୟ ଶିକ୍ଷାନୀତି ୨୦୨୦ର ପ୍ରଣୟନ ପାଇଁ ସରକାରଙ୍କ ୧୦୦ ଦିନର ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାରି ମଧ୍ୟରେ ବିଭିନ୍ନ ପ୍ରକାରର ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । ଏହାକୁ ଲାଗୁ କରିବାର ପ୍ରଥମ ଦିଗରେ ଆଜି ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କ ସହ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ମତ ନିଆଯାଇଛି । ଉଚ୍ଚ ଶିକ୍ଷାନୀତି ଚଳିତ ବର୍ଷ ପ୍ରାୟ ଲାଗୁ କରିବା ପାଇଁ ଜାତୀୟ ଶିକ୍ଷାନୀତିର ଲକ୍ଷ୍ୟ ରହିଛି । ବିଶ୍ଵବିଦ୍ୟାଳୟ ଗୁଡ଼ିକୁ ସହାୟତା ଦେବା ପାଇଁ ତାକୁ ନେଇ ପଦକ୍ଷେପ ନିଆଯିବ ।"

ଜାତୀୟ ଶିକ୍ଷା ନୀତିରେ ସ୍କିଲିଂ ଉପରେ ଗୁରୁତ୍ବ:

ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, "ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରାଯିବା ନେଇ କୁଳପତିଙ୍କ ସହ ଆଲୋଚନା କରାଯାଇଛି । ବିଶେଷ କରି କ୍ରେଡିଟ ଫ୍ରେମ୍ ୱାର୍କ ରହିଛି । ସେଥିରେ ପ୍ରଥମ ବର୍ଷ, ଦ୍ଵିତୀୟ ବର୍ଷ, ତୃତୀୟ ବର୍ଷ ବା ୟୁଜି ଚତୁର୍ଥ ବର୍ଷ ରହିଛି । କିଭଳି ଭାବରେ ଏହାକୁ ଲାଗୁ କରାଯାଇ ପ୍ରଣୟନ କରାଯିବ ସେନେଇ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି । ବିଶେଷ ଭାବରେ କୌଶଳ ( ସ୍କିଲିଂ) ଉପରେ ଗୁରୁତ୍ବ ଦିଆଯାଉଛି । ଆଶା କରାଯାଉଛି ଚଳିତ ବର୍ଷ ଠାରୁ ଏହାକୁ ଲାଗୁ କରାଯିବ । ଏନେଇ ୪୦ଟି ବିଷୟର ଖସଡ଼ା ପ୍ରସ୍ତୁତ କରି ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରାଯାଇଛି ।"

ଚାକିରି କରିବା ଅପେକ୍ଷା ଚାକିରି ଦେବା NEPର ଚିନ୍ତାଧାରା:

ଏଫଏମ କଲେଜର କୁଳପତି ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି, "ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ ହେବା ଏକ ପ୍ରକାରର ଖୁସିର କଥା । ଜାତୀୟ ଶିକ୍ଷାନୀତିରେ ରହିଛି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଯାହା ଛାତ୍ରଛାତ୍ରୀଙ୍କ ପାଇଁ କୌଶଳ ( ସ୍କିଲିଂ) ଶିକ୍ଷା । ଯାହା ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ ଅଟେ । ଗୋଟିଏ ଛାତ୍ର ଜୀବନ ଗଢ଼ିବା ପାଇଁ ଚାକିରି କରିବା ଅପେକ୍ଷା ଚାକିରି ଦେବା ପାଇଁ ପ୍ରସ୍ତୁତ ରହିବ । ଏହା ଜାତୀୟ ଶିକ୍ଷାନୀତି ଚିନ୍ତା ଧାରା ଅଟେ । ଏହାର ସମସ୍ତ ଫାଇଦା କିଭଳି ଭାବରେ ଛାତ୍ରଛାତ୍ରୀ ନେବେ ସେନେଇ ପଦକ୍ଷେପ ନିଆଯିବ । ଜାତୀୟ ଶିକ୍ଷାନୀତିରେ ଏମଫିଲ କଟିବ ନାହିଁ କିନ୍ତୁ ୩ ବର୍ଷ ପାଠ ପଢ଼ିବା ସହ ଶେଷ ଗୋଟିଏ ବର୍ଷ ଗବେଷଣା କରିବେ । ସିଧା ସଳଖ ଭାବରେ PHD ପଢ଼ି ପାରିବେ ।"

ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଭଲ କଥା:

ଅନ୍ୟପଟେ ଉତ୍କଳ ବିଶ୍ଵବିଦ୍ୟାଳୟର ସବିତା ଆଚାର୍ଯ୍ୟ କହିଛନ୍ତି, "ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଭଲ କଥା । ଯେତେବେଳେ ଲାଗୁ ହେବା ପାଇଁ ୨୦୨୦ ପ୍ରଣୟନ କରାଗଲା ତାହା ଆମେ ସମସ୍ତ କାର୍ଯ୍ୟ ଦକ୍ଷତା ପୂର୍ବରୁ କରିଥିଲୁ । ଏହା ଓଡ଼ିଶାରେ ଲାଗୁ ହେଲେ କିଭଳି ଭାବରେ ଭଲ ଭାବରେ ପ୍ରଣୟନ କରାଯିବ । ଏହା ସ୍ଵାଗତଯୋଗ୍ୟ ପଦକ୍ଷପ ଅଟେ ।"

ଜାତୀୟ ଶିକ୍ଷାନୀତି କ'ଣ:

ଜାତୀୟ ଶିକ୍ଷାନୀତି ହେଉଛି ପୂର୍ଣ୍ଣ ମାନବୀୟ କ୍ଷମତା ପ୍ରାପ୍ତ କରିବା ପାଇଁ ଏକ ନ୍ୟାୟ ସଂଗତ ଓ ସମନତାଯୁକ୍ତ ସମାଜର ବିକାଶ ତଥା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ଗୁଣାତ୍ମକ ଶିକ୍ଷା ପାଇଁ ସାର୍ବଜନୀନ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ କ୍ରମାଗତ ପ୍ରଚେଷ୍ଟା ଜାରି ରହିଛି । ଆର୍ଥିକ ବିକାଶ ସାମାଜିକ ନ୍ୟାୟ ଓ ସମାନତା ବୈଜ୍ଞାନିକ ପ୍ରଗତି ଜାତୀୟ ସଂହତି ଓ ସାଂସ୍କୃତିକ ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯାଉଛି । ଏହା ହେଉଛି ଏକ ବିଂଶ ଶତାବ୍ଦୀରେ ପ୍ରଥମ ଶିକ୍ଷାନୀତି ଏବଂ ଆମ ଦେଶର କ୍ରମବଦ୍ଧିଷ୍ଣୁ ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଉଚ୍ଚଶିକ୍ଷା ସମ୍ବନ୍ଧୀୟ ମୁଖ୍ୟ ଉଦ୍ଦେଶ୍ୟ:

ଉଚ୍ଚ ଶିକ୍ଷା ସମ୍ବନ୍ଧୀୟ ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ବିଭାଜନକୁ ବନ୍ଦ କରି ବୃହତ ବହୁ ବିଷୟକ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ଶିକ୍ଷା ଅନୁଷ୍ଠାନ, କ୍ଲାଷ୍ଟର/ ଜ୍ଞାନ କେନ୍ଦ୍ରରେ ପରିଣତ କରିବା । ଯାହାର ପ୍ରତ୍ୟେକଟିରେ ୩୦୦୦ କିମ୍ବା ଅଧିକ ଶିକ୍ଷାର୍ଥୀ ରହିବେ । ଉଚ୍ଚ ଶିକ୍ଷାର ଏହି ଦୃଷ୍ଟି ପାଇଁ ବିଶେଷ ଭାବରେ ଉଚ୍ଚ ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟ କିମ୍ବା ଏକ ମହାବିଦ୍ୟାଳୟ ଗଠନ ପାଇଁ ନୂତନ ଧାରଣା ବୁଝାବଣାର ଆବଶ୍ୟକ ଅଟେ । ଯାହା ଶିକ୍ଷାଦାନ ଗବେଷଣା ଗୋଷ୍ଟି ସମ୍ପର୍କ ସହିତ ସ୍ନାତକ ପାଠ୍ୟକ୍ରମ ପ୍ରଧାନ କରିଥାଏ । ଶିକ୍ଷାଦାନ ଓ ଗବେଷଣା ବ୍ୟତୀତ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ରହିବ, ଯାହାକୁ ସେମାନେ ଉପଯୁକ୍ତ ସମ୍ବଳ ଯୋଗାଡ କରିବା ପ୍ରୋତ୍ସାହନ ଓ ସଂରଚନା ମାଧ୍ୟମରେ ସମ୍ପାଦନା କରିବେ ।

ଏହା ମଧ୍ୟ ପଢ଼ନ୍ତୁ....ବଦଳିବ ୟୁନିଭରସିଟି ଆଇନ୍-୨୦୨୦, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପରେ ଜୋର ଧରିଲା ରାଜନୀତି; ବିଶ୍ୱବିଦ୍ୟାଳୟର ସମସ୍ୟା ସମାଧାନ ହୋଇପାରିବ କହିଲେ କୁଳପତି - University amendment law

ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିନ୍ନ ଭିନ୍ନ ଢାଞ୍ଚାରେ ସ୍ନାତକୋତ୍ତର:

୧. ୩ ବର୍ଷର ସ୍ନାତକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବା ଶିକ୍ଷାର୍ଥୀଙ୍କ ପାଇଁ ୨ ବର୍ଷର ସ୍ନାତକୋତ୍ତର କାର୍ଯ୍ୟକ୍ରମ, ଯେଉଁଥିରେ ୨ୟ ବର୍ଷ ସମ୍ପୂର୍ଣ୍ଣ ଭାବେ ଗବେଷଣା ପାଇଁ ଉଦ୍ଧିଷ୍ଟ ରହିବ ।

୨. ଗବେଷଣା ସହିତ ୪ ବର୍ଷର ସ୍ନାତକ କାର୍ଯ୍ୟକ୍ରମ ସମାପ୍ତି କରିଥିବା ଶିକ୍ଷାର୍ଥୀଙ୍କ ପାଇଁ ଏକ ବର୍ଷର ସ୍ନାତକୋତ୍ତର କାର୍ଯ୍ୟକ୍ରମ ।

୩. ଏକ ସନନ୍ୱତ ୫ ବର୍ଷର ସ୍ନାତକ/ ସ୍ନାତକୋତ୍ତର କାର୍ଯ୍ୟକ୍ରମ ହୋଇପାରେ । PHD କରିବା ପାଇଁ ଗବେଷଣା ସହିତ ସ୍ନାତକୋତ୍ତର ଡିଗ୍ରୀ କିମ୍ବା ୪ ବର୍ଷର ସ୍ନାତକ ଡିଗ୍ରୀ ଆବଶ୍ୟକ ଅଟେ । ଏହା ସହ M.Phil ବନ୍ଦ ହୋଇଯିବ ।

ଏହା ସହ IITs, IIMS ଇତ୍ୟାଦି ଭଳି ସାମଗ୍ରିକ ତଥା ବହୁ ବିଷୟକ ଶିକ୍ଷା ପାଇଁ ମଡେଲ ସର୍ବୋଚାନିକ ବିଶ୍ଵବିଦ୍ୟାଳୟ ( Multidisciplinary Education and Research University) ପ୍ରତିଷ୍ଠା କରାଯିବ । ବିଶେଷ ଭାବରେ ଏହାର ଲକ୍ଷ୍ୟ ଗୁଣାତ୍ମକ ଶିକ୍ଷାରେ ସର୍ବୋଚ୍ଚ ବିଶ୍ବସ୍ତରୀୟ ମାନକ ହାସଲ କରିବା । ସେମାନେ ସମଗ୍ର ଭାରତରେ ବହୁ ବିଷୟକ ଶିକ୍ଷା ପାଇଁ ସର୍ବୋଚ୍ଚ ମାନସ ସ୍ଥିର କରିବାରେ ମଧ୍ୟ ସାହାଯ୍ୟ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.