ETV Bharat / state

ଆତ୍ମହତ୍ୟା ରୋକିବ ମ୍ୟୁଜିକ ! ଓଡ଼ିଆ ସଂଗୀତ ନିର୍ଦ୍ଦେଶକଙ୍କ ନିଆରା ପ୍ରୟାସ, ଗୀତରେ ଗୀତରେ ଦେଲେ ବାର୍ତ୍ତା - Atmahatya Kara Nahi Song

author img

By ETV Bharat Odisha Team

Published : Aug 12, 2024, 3:28 PM IST

Odia Song Atmahatya Kara Nahi: ଦିନକୁ ଦିନ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏପରି ସମୟରେ ଆତ୍ମହତ୍ୟା ଜନିତ ଘଟଣାମାନ ରୋକିବା ପାଇଁ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏକ ନିଆରା ପ୍ରୟାସ କରିଛନ୍ତି । ସେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏକ ଗୀତ 'ଆତ୍ମହତ୍ୟା କର ନାହିଁ' ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଆ ସଂଗୀତ ନିର୍ଦ୍ଦେଶକଙ୍କ ନିଆରା ପ୍ରୟାସ, ଗୀତରେ ଗୀତରେ ଦେଲେ ବାର୍ତ୍ତା
ଓଡ଼ିଆ ସଂଗୀତ ନିର୍ଦ୍ଦେଶକଙ୍କ ନିଆରା ପ୍ରୟାସ, ଗୀତରେ ଗୀତରେ ଦେଲେ ବାର୍ତ୍ତା (ETV Bharat Odisha)

କଟକ: ବଢୁଛି ଆତ୍ମହତ୍ୟା ଜନିତ ମୃତ୍ୟୁ, ଯାହାକୁ ନେଇ ବଢୁଛି ଚିନ୍ତା । କୌଣସି ନା କୌଣସି କାରଣରୁ ପ୍ରତିଦିନ ରାଜ୍ୟରେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ଗତ ୧୦ ଦିନ ଭିତରେ କଟକରେ ୫ରୁ ଊର୍ଦ୍ଧ୍ବ ଆତ୍ମହତ୍ୟା ଜନିତ ଘଟଣା ଘଟିସାରିଛି । କେବଳ କଟକ ନୁହେଁ ବିଭିନ୍ନ ସ୍ଥାନରୁ ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ଆଉ ଏଥିପାଇଁ ସଂଗୀତ ମାଧ୍ୟମରେ ଆତ୍ମହତ୍ୟା ଜନିତ ମୃତ୍ୟୁ ରୋକିବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ସେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏକ ଗୀତ 'ଆତ୍ମହତ୍ୟା କର ନାହିଁ' ପ୍ରସ୍ତୁତ କରିଛନ୍ତି ।

ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିଆରା ପ୍ରୟାସ

ବଢୁଥିବା ଆତ୍ମହତ୍ୟା ପ୍ରବଣତାକୁ ଦୃଷ୍ଟିରେ ରଖି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏକ ସୁନ୍ଦର ସଂଗୀତ ସଂଯୋଜନା କରିଥିବାବେଳେ ନବାଗତ ସିଙ୍ଗର ନିଶାଦ ଏହି ଗୀତଟିକୁ ଗାଇଛନ୍ତି । 'ଏ ମଣିଷ ଜୀବନ ନୁହଁ ହାରିବା ପାଇଁ କେତେ ମୂଲ୍ୟବାନ ଜୀବନ ହାରୁଛ କାହିଁ ଆତ୍ମହତ୍ୟା କରନାହିଁ ଆତ୍ମହତ୍ୟା କରନାହିଁ' ଏଭଳି ସଂଗୀତ ପରିବେଷଣ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଏହି ସଂଗୀତ ଶୁଣିଲେ ନିଶ୍ଚିତ ମନ ପରିବର୍ତ୍ତନ ହେବା ସହ ସେଭଳି ଚିନ୍ତା କରୁଥିବା ଲୋକ ଆଉ ଆତ୍ମହତ୍ୟା କରିବେ ନାହିଁ ବୋଲି ଆଶା ରଖିଛନ୍ତି ।

ସଂଗୀତ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା

'ଆତ୍ମହତ୍ୟା କର ନାହିଁ' ଆଲବମକୁ କଟକ ମିଲନ ଷ୍ଟୁଡିଓରେ ରେକର୍ଡ କରାଯାଇଛି । ସଙ୍ଗୀତ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ ସେହିଭଳି ଏହି ଗୀତଟିକୁ ଗାଇଛନ୍ତି ନବାଗତ ନିଶାଦ ମିଶ୍ର । ସଙ୍ଗୀତ ଅନେକ କିଛି ଅସାଧ୍ୟ ଜିନିଷକୁ ସାଧନ କରି ପାରେ ତେଣୁ ନିଶ୍ଚିତ ଏହି ସଂଗୀତ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇପାରିବ ବୋଲି କହିଛନ୍ତି କଣ୍ଠଶିଳ୍ପୀ ନିସାଦ ମିଶ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା; ଏହା ପଛର କାରଣ କଣ ? କେଉଁ ସବୁ ଲକ୍ଷଣ ଦେଖିଲେ ରହିବେ ସତର୍କ

'ଆତ୍ମହତ୍ୟା ରୋକିବ ମ୍ୟୁଜିକ'

ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କହିଛନ୍ତି, "ଦିନକୁ ଦିନ ଆତ୍ମହତ୍ୟାର ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ପାରିବାରିକ କଳହ ହେଉ ଅବା ବ୍ୟବସାୟରେ ଘାଟା ହେଉ । ହତାଶ ହେବା ପରେ ମୃତ୍ୟୁକୁ ସହଜର ବାଟ ଭାବେ ଗ୍ରହଣ କରିନେଇଛନ୍ତି ଆଜି ଲୋକେ । ଯଦି ଦେଖିବା କଟକ ସହରର ଚାରି ପଟରେ ଥିବା ବିଭିନ୍ନ ନଦୀ ପୋଲରୁ କିଛି ଦିନ ଭିତରେ ଡେଇଁ ଅନେକ ଲୋକେ ଜୀବନ ହାରିଲେଣି । ବିଭିନ୍ନ ସମୟରେ ଆତ୍ମହତ୍ୟା ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କୌଣସି ପ୍ରଭାବ ପଡ଼ୁନାହିଁ । ଶେଷରେ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ଜନିତ ମୃତ୍ୟୁ ବନ୍ଦ ପାଇଁ ଏକ ନିଆରା ପ୍ରୟାସ ଆମେ କରିଛୁ । ଏହି ଗୀତ ଲୋକେ ଶୁଣନ୍ତୁ ଏବଂ ଆତ୍ମହତ୍ୟା ଜନିତ ମୃତ୍ୟୁ ଚିନ୍ତାରୁ ନିଜକୁ ଦୂରେଇ ରଖନ୍ତୁ ।'

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.