ETV Bharat / state

ପରକୀୟା ପ୍ରୀତି ପାଇଁ ଟ୍ରାକ୍ଟର ଡ୍ରାଇଭରକୁ ହତ୍ୟା, ୬ ଅଭିଯୁକ୍ତକୁ ଗିରଫ - mantu malik murder case

author img

By ETV Bharat Odisha Team

Published : Aug 23, 2024, 10:37 PM IST

MANTU MALIK MURDER CASE: ପରକୀୟା ପ୍ରୀତି ନେଲା ଟ୍ରାକ୍ଟର ଡ୍ରାଇଭର ମଣ୍ଟୁ ମଲ୍ଲିକର ଜୀବନ । ମଣ୍ଟୁକୁ ହତ୍ୟା କରି ବିରୂପା ନଦୀକୁ ଫିଙ୍ଗି ଦେଇଥିଲେ ୬ ଅଭିଯୁକ୍ତ । ଅଧିକ ପଢନ୍ତୁ

MANTU MALIK MURDER CASE
MANTU MALIK MURDER CASE (ETV Bharat Odisha)

କେନ୍ଦ୍ରପଡ଼ା: ପରକୀୟା ପ୍ରୀତି ହେଲା କାଳ, ଗଲା ଟ୍ରାକ୍ଟର ଡ୍ରାଇଭରଙ୍କ ଜୀବନ । ଇନ୍ଦୁପୁର ଠାରେ ଯୁବକଙ୍କୁ ବିରୂପା ନଦୀକୁ ଫିଙ୍ଗି ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ନିକିରାଇ ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁର ବୋଲି ସୂଚନା ମିଳିଛି ।

କ'ଣ ଥିଲା ହତ୍ୟାକାଣ୍ଡର ରହସ୍ୟ ?

ନିକିରାଇ ଥାନା ନିକିରାଇ ଗାଁର ମଣ୍ଟୁ ମଲ୍ଲିକ ଓରଫ ଟେକର ଗାଡି ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ବିଭିନ୍ନ ସ୍ଥାନରେ ମାଲିକ ମାନଙ୍କର ଟ୍ରାକ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ମାଲବାହୀ ଗାଡି ଚଳାଉଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ, ମୃତ ଟ୍ରାକ୍ଟର ଚାଳକ ମଣ୍ଟୁ ମଲ୍ଲିକ ଗତ ଅଗଷ୍ଟ ୧୪ ତାରିଖ ସକାଳେ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ କୃଷ୍ଣନଗର ଅଞ୍ଚଳର ଦିପୁ ଜେନାଙ୍କ ଘରକୁ ଯାଇ ଦିପୁର ସ୍ତ୍ରୀକୁ ଭେଟିଥିଲେ । ଏହି ସମୟରେ ଦିପୁର ବାପା ଟିକିଲି ଜେନା ମଣ୍ଟୁକୁ ତାଙ୍କ ବୋହୁ ସହ ଦେଖି ବିରକ୍ତ ପ୍ରକାଶ କରିବା ସମେତ ଗାଳିଗୁଲଜ କରି ମାରଧର କରିଥିଲେ । ମାଡ଼ ଖାଇବା ପରେ ମଣ୍ଟୁ ସେଠାରୁ ପଳାଇ ଆସି ଇନ୍ଦୁପୁର ଛକରେ ବୁଲୁଥିବାବେଳେ ଦିନ ୨ଟା ବେଳେ ସେଠାରେ ଟିକିଲି ଜେନାଙ୍କ ସହ ଭେଟ ହୋଇଥିଲା । ଏହାପରେ ମଣ୍ଟୁ ରାଗ ସୁଝାଇବାକୁ ଯାଇ ପ୍ରଥମେ ଟିକିଲିଙ୍କୁ ମାଡ ମାରିଥିଲେ ବୋଲି କହିଛନ୍ତି ନିକିରାଇ ଥାନା ଅଧିକାରୀ । ଟିକିଲି ଘଟଣା ସ୍ଥଳରୁ ତାଙ୍କର ଦୁଇ ପୁଅ ଲିଟୁନା ଓ ବଣ୍ଟିକୁ ଫୋନ କରି ଡାକିଥିଲେ । ଟିକିଲି, ଲିଟୁନା ଓ ବଣ୍ଟି ବାପ ପୁଅ ୩ ଜଣ ମିଳିତ ଭାବେ ମଣ୍ଟୁଙ୍କୁ ମାଡ ମାରି ସାଙ୍ଗରେ କୃଷ୍ଣନଗର ନେଇଯାଇଥିଲେ । ସେଠାରେ ଅନ୍ୟ ୩ ଅଭିଯୁକ୍ତ ମିଶି ମଣ୍ଟୁଙ୍କୁ ମାଡ଼ ମାରିବା ସହ ପୁନର୍ବାର ଆଣି ବିରୂପା ପୋଲ ଉପରୁ ନଦୀକୁ ଠେଲି ଦେଇଥିଲେ ।

କେବେ ମିଳିଲା ମଣ୍ଟୁର ମୃତଦେହ ?

ଗତ ଅଗଷ୍ଟ ୧୪ ତାରିଖ ରାତି ସାରା ବହୁ ଖୋଜାଖୋଜି ପରେ ଘଟଣା ଘଟିବା ପରଦିନ ଅର୍ଥାତ୍ ଅଗଷ୍ଟ ୧୫ ତାରିଖ ଅପରାହ୍ନରେ ବିରୂପା ନଦୀରୁ ମଣ୍ଟୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ମଣ୍ଟୁ ମଲ୍ଲିକଙ୍କ ଭାଇ ଶରତ ମଲ୍ଲିକଙ୍କ ଅଭିଯୋଗ କ୍ରମେ ନିକିରାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ।

ଏହା ମଧ୍ୟ ପଢନ୍ତୁ ....ସୁବୁନି ହତ୍ୟାକାଣ୍ଡର ଆସିଲା ରାୟ: ଅଭିଯୁକ୍ତ ସୁନିଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ - Man sentenced to life imprisonment

କେଉଁମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ?

ନିକିରାଇ ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ କହିଛନ୍ତି," ମଣ୍ଟୁ ଓରଫ ଟେକର ହତ୍ୟାକାଣ୍ଡ ଏକ ସୁଚିନ୍ତିତ ହତ୍ୟା ଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଟିକିଲି ଜେନା, ଟିକିଲିଙ୍କ ପୁଅ ଲିଟୁନା ଜେନା ଓ ବଣ୍ଟି ଜେନା, ଟିକିଲିଙ୍କ ସମ୍ପର୍କୀୟ ଦିପୁ ଜେନା, ଅଶ୍ୱିନୀ ଜେନା ଓ କିଶୋର ଜେନା । ଗିରଫ ସମସ୍ତ ଅଭିଯୁକ୍ତ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡ ପଛରେ ପରକୀୟା ସମ୍ପର୍କ ରହିଥିଲା । ଏହି ହତ୍ୟା ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।"

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.