ETV Bharat / state

ଜାତୀୟ ରାଜପଥ 55 ଦୂରାବସ୍ଥା, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ଅନୁଗୋଳ ସାଂସଦ - Lok Sabha

NH 55 Question in Lok Sabha: ଜାତୀୟ ରାଜପଥ 55 ଦୂରାବସ୍ଥା ନେଇ ଲୋକସଭାରେ ପ୍ରସଙ୍ଗ ଉଠାଇଲେ ଅନୁଗୋଳ ସାଂସଦ ମହେଶ ସାହୁ । ଅଧିକ ପଢନ୍ତୁ,

NH 55 Question in Lok Sabha
NH 55 Question in Lok Sabha
author img

By ETV Bharat Odisha Team

Published : Feb 9, 2024, 3:03 PM IST

NH 55 Question in Lok Sabha

ଅନୁଗୋଳ: ଲୋକସଭାରେ ଉଠିଲା ଜାତୀୟ ରାଜପଥ 55 ପ୍ରସଙ୍ଗ । ମରଣ ଜନ୍ତା ପାଲଟିଥିବା 55 ନମ୍ବର ଜାତୀୟ ରାଜପଥର ମରାମତି ଓ ଦୋହରଣୀକରଣ କେବେ ସରିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଅନୁଗୋଳ ସାଂସଦ ମହେଶ ସାହୁ ।

ସାଂସଦ ମହେଶ ସାହୁ ଲୋକସଭାରେ କହିଛନ୍ତି, "ଦୀର୍ଘ ବର୍ଷ ହେଲା ଜାତୀୟ ରାଜପଥ 55 ରାସ୍ତାର ମରାମତି କରାଯାଉ ନଥିବା ଯୋଗୁଁ ଏହି ରାଜପଥ ଉପରେ ନିର୍ଭର କରୁଥିବା ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ରାସ୍ତାରେ ଆଣ୍ଠୁଏ ଗଭୀରର ଖାଲ ସାଙ୍ଗକୁ ଧୂଳି ଉଡ଼ିବା ଯୋଗୁଁ ଅସ୍ତବ୍ୟସ୍ତ ଲାଗୁଛି । ସେହି ଅନୁପାତରେ ରାଜପଥରେ ଦୁର୍ଘଟଣା ଘଟି ଜୀବନ ମଧ୍ୟ ଯାଉଛି । ଯେତେ ଦାବି କଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ଏଥିପ୍ରତି ନଜର ଦେଉ ନାହିଁ । ସେପଟେ କେନ୍ଦ୍ର ସରକାର କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି । ଯାହାର ପ୍ରତିବାଦରେ ଅନୁଗୋଳ ସଚେତନ ନାଗରିକମାନେ ଏକାଠି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Assembly News: ଜାତୀୟ ରାଜପଥ 55କୁ ନେଇ ଦୀପାଳି-ନାଉରୀ ମୁହାଁମୁହିଁ

ଗୁରୁବାର ଲୋକସଭାରେ ରାସ୍ତା ପ୍ରସଙ୍ଗ ଉଠାଇ ଅନୁଗୋଳ ସାଂସଦ ମହେଶ ସାହୁ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ଏବେ ମୋଦି ଗ୍ୟାରେଣ୍ଟିର ନାରା ଦେଉଥିବା ବେଳେ 55 ନଂ ଜାତୀୟ ରାଜପଥ ପାଇଁ କାହିଁକି ଗ୍ୟାରେଣ୍ଟି ଦେଉ ନାହାନ୍ତି ? ନିକଟରେ ସରକାର ମାର୍ଚ୍ଚ 2024 ସୁଦ୍ଧା କାମ ସରିବ ବୋଲି କହୁଥିବା ବେଳେ ଏବେବି ପ୍ରାୟ ୩୦ ପ୍ରତିଶତ କାମ ବାକି ରହିଛି । ଏହି ରାଜପଥ ପଶ୍ଚିମ ଓଡ଼ିଶା ସହ ପୂର୍ବ ଓଡ଼ିଶାକୁ ଯୋଡିବାର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଏଠାରେ କାହିଁକି ଗ୍ୟାରେଣ୍ଟି କାମ ଦେଉନି ବୋଲି ମହେଶ ଲୋକସଭାରେ ପ୍ରଶ୍ନ କରିଛନ୍ତି । ସଡ଼କ ପରିବହନ ମନ୍ତ୍ରୀ ସହ ବାରମ୍ବାର ଆଲୋଚନା ପରେ ମଧ୍ୟ କେବଳ ତାରିଖ ବଦଳୁ ଥିବାବେଳେ କାମ କାହିଁକି ଆଗଉ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ସାସଂଦ ।

ଏହା ମଧ୍ୟ ପଢନ୍ତୁ: ମରଣଯନ୍ତା ସାଜିଛି NH-55: ମରାମତି ଦାବିରେ ଆନ୍ଦୋଳନ ଜାରି, ଧାରଣାସ୍ଥଳରେ ହୋମଯଜ୍ଞ

କହିରଖୁଛୁ କି, ମରଣଯନ୍ତା ସାଜିଛି NH-55 । ଜାତୀୟ ରାଜପଥର ଦୂରବସ୍ଥା ପାଇଁ ଅନେକ ଧନଜୀବନ ହାନି ଘଟୁଥିବା ଅଭିଯୋଗ ହୋଇ ଆସୁଅଛି । ଏଭଳି ସ୍ଥଳେ ଗତ 10 ବର୍ଷ ହେବ ଆରମ୍ଭ ହୋଇଥିବା ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଶେଷ ହେଉନଥିବାରୁ ରାଜପଥର ଦୂରାବସ୍ଥା ଦୂର ହେଉନଥିବା ଅଭିଯୋଗ ହେଉଛି । ଏହାରି ଭିତରେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଅନୁଗୋଳ ସାଂସଦ ମହେଶ ସାହୁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.