ETV Bharat / state

RSPରେ ଲ୍ୟାଣ୍ଡ ଗାର୍ଡଙ୍କ ମୃତ୍ୟୁକୁ ନେଇ ବିବାଦ, ପରିବାର ସହ ଧାରଣାରେ ଜୁଏଲ - Protest At Rourkela Steel Plant

Protest At Rourkela Steel Plant: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଂଶୁଘାତରେ ମୃତ୍ୟୁକୁ ନେଇ ଧାରଣାରେ ପରିବାରବର୍ଗ । ମୃତ ଲ୍ୟାଣ୍ଡ ଗାର୍ଡଙ୍କ ପରିବାର ସହ ପ୍ଲାଣ୍ଟ ସାମନାରେ ବସିଲେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 1, 2024, 10:54 PM IST

Protest At Rourkela Steel Plant
Protest At Rourkela Steel Plant (ETV Bharat Odisha)

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବିରୋଧରେ ଧାରଣାରେ ମୃତକ ଗାର୍ଡଙ୍କ ପରିବାର । ନ୍ୟାୟ ଦେବା ଲାଗି ଧାରଣାରେ ବସିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଲ୍ୟାଣ୍ଡ ଗାର୍ଡ ଡ୍ୟୁଟି ଯାଉଥିବା ବେଳେ ଖରାରେ ମୁଣ୍ଡ ବୁଲେଇ ପଡିଯାଇ ମୃତ୍ୟୁ ହେବା ପରେ ନ୍ୟାୟ ପାଇଁ ମୃତକ ପରିବାର ଲୋକ ଏବଂ ସମ୍ପର୍କୀୟ ମାନଙ୍କ ସହ ଧାରଣାରେ ଜୁଏଲ ଓରାମ ବସି ରହିଛନ୍ତି । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଲୋକେ ଏବଂ ଜୁଏଲ ଓରାମ ।

ପରିବାର ଲୋକଙ୍କୁ ନ୍ୟାୟ ମିଳିବାରେ ଅବହେଳା ହେଉଥିବା ଯୋଗୁଁ ବାଧ୍ୟତାମୂଳକ ଧାରଣାରେ ବସିଥିବା ନେଇ କହିଲେ ଜୁଏଲ ଓରାମ । ତେବେ ସୂଚନାଯୋଗ୍ୟ ଯେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧୀନରେ ଟାଉନ ସର୍ଭିସ ଅଫିସରେ ଲ୍ୟାଣ୍ଡ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ ସେକ୍ଟର ୧୯ ଅଞ୍ଚଳର ବୁଦ୍ଧିଆ କିଷାନ । ତେବେ ଗତ 30 ତାରିଖ ଦିନ ରାଉରକେଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଥିଲା ଏବଂ ସେହିଦିନ ହଠାତ ଅଂଶୁଘାତ ପରିସ୍ଥିତି ଉପୁଜିଥିଲା । 30 ତାରିଖ ଦିନ ୪୮ ବର୍ଷୀୟ ବୁଦ୍ଧିଆ କିଷାନ ପ୍ରତ୍ୟେକ ଦିନ ଭଳି ଜେନେରାଲ ଶିଫ୍ଟ ପାଇଁ ସେକ୍ଟର ୧୯ ସ୍ଥିତ ଘରୁ ବାହାରି ଟାଉନ ସର୍ଭିସ ଅଫିସକୁ ଯାଉଥିବା ବେଳେ ହଠାତ ବାଟରେ ମୁଣ୍ଡ ବୁଲାଇ ଥିବାରୁ ତଳେ ପଡି ଯାଇଥିଲେ ଏବଂ ଲୋକେ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରି ପରିବାର ଲୋକଙ୍କୁ ଖବର ଜଣାଇ ଥିଲେ ।

ଏହା ମଧ୍ୟ ପଢନ୍ତୁ ... ପାରାଦ୍ୱୀପ BPCL ତୈଳ ଟର୍ମିନାଲ୍‌ରେ ହୁତୁହୁତୁ ଜଳିଲା ତେଲ ଟ୍ୟାଙ୍କର - Oil Tanker Fire Breakout

ଏହାପରେ ପରିବାର ଲୋକେ ସେକ୍ଟର ୧୯ ଇସ୍ପାତ ଜେନେରାଲ ହସ୍ପିଟାଲକୁ ପହଞ୍ଚି ଥିଲେ ଏବଂ ସେଠାରେ ପହଞ୍ଚିବା ପରେ ବୁଦ୍ଧିଆ କିଷାନଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ନେଇ ଖବର ଦେଇଥିଲେ ଡାକ୍ତର । ବ୍ରେନ ହାମରେଜ ହୋଇଥିବା ନେଇ ପରିବାର ଲୋକ ଡାକ୍ତରଙ୍କ ନିକଟରୁ ଜାଣିବାକୁ ପାଇଥିଲେ । ICUରେ ଚିକିତ୍ସାଧୀନ ଅବସ୍ଥାରେ ସେହିଦିନ ସାଢ଼େ ଦଶଟା ବେଳକୁ ବୁଦ୍ଧିଆଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ପରିବାର ଲୋକଙ୍କୁ କୌଣସି ପ୍ରକାର କ୍ଷତିପୂରଣ ବା ଚାକିରି ଲାଗି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅବହେଳା କରୁଥିବା ଯୋଗୁଁ ବର୍ତ୍ତମାନ ଧାରଣାରେ ପରିବାର ଲୋକେ ଏବଂ ଜୁଏଲ ଓରାମ ।

କାରଣ ସେ ଡ୍ୟୁଟି ଯିବାବେଳେ ତାଙ୍କର ମୃତ୍ୟୁ ହୋଇଥିବାରୁ ପରିବାର ଲୋକଙ୍କୁ ପୁଅ ବା ଝିଅ ମଧ୍ୟରେ ଜଣକୁ ଯଥା ଶୀଘ୍ର ଯୋଗ୍ୟତା ଅନୁଯାୟୀ ଚାକିରି ଦିଆଯାଉ ଏବଂ ସମସ୍ତ ପ୍ରକାର କ୍ଷତିପୂରଣ ମଧ୍ୟ ଯଥା ସମ୍ଭବ ଦିଆଯାଉ ବୋଲି ଜୁଏଲ ଓରାମ ଦାବି କରିଛନ୍ତି । ଜୁଏଲ କହିଛନ୍ତି ଯେ ଆଦିବାସୀ ଲୋକଙ୍କୁ ଭୁଆଁ ବୁଲେଇବା କୁ ଚେଷ୍ଟା କରୁଛି ରାଉରକେଲା ଇସ୍ପାତ କାରଖାନା । ଜୁଏଲ କହିଛନ୍ତି ଯେ ପ୍ରବଳ ଖରା ଯୋଗୁଁ ତାଙ୍କୁ ଅଂଶୁଘାତ ହୋଇଥାଇପାରେ ଏବଂ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଆଶଙ୍କା କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.