ETV Bharat / state

ମୟୂରଭଞ୍ଜରେ ପୋଲିସକୁ ଆକ୍ରମଣ, ୩୮ ଗିରଫ - Attack On Police

author img

By ETV Bharat Odisha Team

Published : May 31, 2024, 11:02 PM IST

Attack On Police: ମୟୂରଭଞ୍ଜ ଜିଲ୍ଲାର ବେଳପାଳ ଗ୍ରାମରେ ପୋଲିସକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩୮ ଜଣଙ୍କୁ ବାନ୍ଧିଲା ପୋଲିସ । ପୁରା ଖବର ପଢନ୍ତୁ ।

Accused Arrested
Accused Arrested (ETV Bharat Odisha)

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଳପାଳ ଗ୍ରାମରେ ପୋଲିସକୁ ଆକ୍ରମଣ ଘଟଣା । ଏହି ମାମଲାରେ ଆଜି ୨୨ ଜଣ ମହିଳାଙ୍କ ସମେତ ମୋଟ ୩୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସମସ୍ତଙ୍କୁ ବାରିପଦା କୋର୍ଟରେ ହାଜର କରାଯିବା ପରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ବଡ଼ସାହି ଥାନାର ସବ ଇନିସପେକ୍ଟର ଅରୁଣ କୁମାର ଟୁଡୁଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଥିଲା । ପୋଲିସର ତଦନ୍ତ ପରେ ରାସ୍ତା ଅବରୋଧକାରୀ ଓ ପ୍ରବର୍ତ୍ତାଇଥିବା ୪୧ ଜଣଙ୍କୁ ପୋଲିସ ଗାଁରୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପୃଥକ ଜେରା କରିବା ପରେ ୩୮ ଜଣଙ୍କୁ ଗିରଫ କରିଥିଲା ।

Accused Arrested (ETV Bharat Odisha)

ସୂଚନା ଅନୁଯାୟୀ, ଗତ ୨୯ ତାରିଖ ଦିନ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ତେବେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ଦୁଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବଡସାହି-ବେତନଟୀ ରାସ୍ତାର ବେଲପାଳଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଶତାଧିକ ମହିଳା ଓ ପୁରୁଷ ଏହି ବିକ୍ଷୋଭରେ ସାମିଲ ହୋଇଥିଲା । ଖବର ପାଇ ବଡ଼ସାହି ବିଡିଓ, ଅତିରିକ୍ତ ତହସିଲଦାର ଓ ବଡ଼ସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ଗ୍ରାମବାସୀମାନେ ବୁଝି ନଥିଲେ । ପରେ ରାସ୍ତା ଅବରୋଧ କରିଥିବା ଲୋକେ ଉତ୍ୟକ୍ତ ହୋଇ ପୋଲିସକୁ ଆକ୍ରମଣ କରିବା ସହ ଗାଡି଼ ଗୁଡିକ ଭଙ୍ଗାରୁଜା କରିଥିଲେ ।

ଏହା ବି ପଢନ୍ତୁ...ଝିମିଟି ଖେଳରୁ ମହାଭାରତ, ନାବାଳକକୁ ଲୁହା ଛଡ଼ ଭୁସିଲା ନାବାଳକ - IRON ROD ATTACK BY MINOR

ଆକ୍ରମଣରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ବଡ଼ସାହି ଥାନା ଅଧିକାରୀ ଉମାଶଙ୍କର ନାୟକ ଗୁରୁତର ହୋଇଥିଲେ । ସେହିପରି ବେତନଟୀ ଥାନା ଅଧିକାରୀଣି ସସ୍ମିତା ମହାନ୍ତ, ବଡ଼ସାହି ଥାନାର ସବ ଇନିସପେକ୍ଟର ନିବେଦିତା ନାୟକ ଓ ଅରୁଣ କୁମାର ଟୁଡୁ ଆହତ ହୋଇଥିଲେ । ସରକାରୀ ସମ୍ପତ୍ତି ନଷ୍ଟ କରିବା ଓ କାର୍ଯ୍ୟରତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଘଟଣାରେ ଶତାଧିକ ଲୋକେ ସମ୍ପୃକ୍ତ ଥିବାବେଳେ ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ସେପଟେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବେଲପାଳ ଗ୍ରାମରେ ପର୍ଯ୍ୟାପ୍ତ ସିଆରପିଏଫର ଯବାନ ମୁତୟନ କରାଯାଇଥିବା ପୋଲିସ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.