ETV Bharat / state

ଶଙ୍ଖ ଛାଡି ହାତ ଧରିଲେ ଶତାଧିକ କର୍ମୀ

author img

By ETV Bharat Odisha Team

Published : Mar 10, 2024, 10:40 PM IST

Mishran Parba Of Congress: କଂଗ୍ରେସରେ ମିଶିଲେ ବିଜେଡିର ଶତାଧିକ କର୍ମୀ । ଖଇରପୁଟ ବ୍ଲକ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Mishran Parba
Mishran Parba

ମାଲକାନଗିରି: କଂଗ୍ରେସରେ ମିଶିଲେ ବିଜେଡିର ଶତାଧିକ କର୍ମୀ । ଖଇରପୁଟ ବ୍ଲକ କଂଗ୍ରେସ ପକ୍ଷରୁ ବଡଡୁରାଏଲ ପଞ୍ଚାୟତ ଠାରେ ଜନ ଜାଗରଣ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା କହିଛନ୍ତି ନୂତନ କର୍ମୀ । ଏହାସହ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ଦେଖି ତାଙ୍କ ନେତୃତ୍ୱକୁ ଭରସା କରି ବଡଡୁରାଏଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତ୍ରୀ ପଦ୍ମା ସିଶା, ମାଡକାପଦର ପୂର୍ବତନ ସରପଞ୍ଚ ଧବଲୁ ମୁଦୁଲି, ଅନଗେଲ ଗ୍ରାମର ୱାର୍ଡମେମ୍ବର ରବି ହନ୍ତାଳ, ପୋଡାପୋଡି ଗ୍ରାମର ୱାର୍ଡ ମେମ୍ବର ଧନୁର୍ଜୟ ଚାଲାଣ, ଦଳପତିଗୁଡା ଗ୍ରାମର ୱାର୍ଡମେମ୍ବର ଦଶରଥ ସିଶା ,ଗାଦବାପଡା ଗ୍ରାମର ୱାର୍ଡମେମ୍ବର ଧନୀ କିର୍ଷାନୀ, ନାଏବ ସରପଞ୍ଚ ମଙ୍ଗଳା ମୁଦଲି, ପୂର୍ବତନ ୱାର୍ଡମେମ୍ବର ସନିଆ ମାଝୀଙ୍କ ସହ ଶହେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ନବରଙ୍ଗପୁର ସାଂସଦ ଆଶାୟୀ ପ୍ରାର୍ଥୀ ଭୁଜବଳ ମାଝୀ, ଖଇରପୁଟ ବ୍ଲକ ସଭାପତି ବୁଦୁରା ଧାଙ୍ଗଡା ମାଝୀ, ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଇସାକ ଖୋସଲା, ଜିଲ୍ଲା କଂଗ୍ରେସ ଉପ ସଭାପତି ଭୀମା ବାର୍ଷେ ଉପସ୍ଥିତ ରହିଥିଲେ । ସେହିପରି କୋରକୁଣ୍ତା ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମନୋଜ ନାୟକ, ଚିତ୍ରକୋଣ୍ତା ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ବିନନ୍ତୀ ଖିଲ, ବରିଷ୍ଠ କଂଗ୍ରେସ ନେତା ସରତ ଚନ୍ଦ୍ର ବୁରୁଦା, ବରିଷ୍ଠ କଂଗ୍ରେସ ନେତା ଫାଗୁରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ପିସିସି ସଭାପତିଙ୍କ ୯ରୁ ୯୦ ନାରାକୁ କିଭଳି ସଫଳ ହୋଇପାରିବ ସେହି ସମ୍ପର୍କ ଆହ୍ୱାନ ଦେଇଥିଲେ। ନିଜ ନିଜର ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡି ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ, ଟିକେଟ ପାଇଁ ଚାଲିଛି ଛକାପଞ୍ଝା

ଏହା ମଧ୍ୟ ପଢନ୍ତୁ...ବେକାରୀ ସମସ୍ୟା ନେଇ ବର୍ଷିଲା କଂଗ୍ରେସ, 'ଯୁବ ନ୍ୟାୟ' କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଲକ୍ଷ୍ୟ

ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବର୍ତ୍ତମାନ ଦଳ ଡିଆଁ ପର୍ବ ଜାରି ରହିଛି । ଅନେକ ଆଶାୟୀ ପ୍ରାର୍ଥୀ ଦଳ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ ଶଙ୍ଖ ଛାଡ଼ି ହାତ ଧରିଛନ୍ତି ଶତାଧିକ କର୍ମୀ । କଂଗ୍ରେସ ଆହୁରି ସଶକ୍ତ ହେବ ବୋଲି ଆଶା କରିଛନ୍ତି ଦଳୀୟ କର୍ମକର୍ତ୍ତା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.