ETV Bharat / state

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର, ଭିତରକନିକାରେ ବଢିଲେ ୬ ହଜାର ଦେଶୀୟ ପକ୍ଷୀ - Bhitarkanika Bird census

author img

By ETV Bharat Odisha Team

Published : Sep 15, 2024, 9:23 AM IST

Updated : Sep 15, 2024, 11:47 AM IST

Indigenous birds in Bhitarkanika: ପ୍ରକୃତିପ୍ରେମୀ ଓ ପରିବେଶବିତଙ୍କ ପାଇଁ ଖୁସି ଖବର । ଭିତରକନିକା ବଢିଲା ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଠାରୁ ପ୍ରାୟ 6 ହଜାର ଅଧିକ । ଅଧିକ ପଢନ୍ତୁ

ଭିତରକନିକାରେ ବଢିଲେ ୬ ହଜାର ଦେଶୀୟ ପକ୍ଷୀ
ଭିତରକନିକାରେ ବଢିଲେ ୬ ହଜାର ଦେଶୀୟ ପକ୍ଷୀ (ETV Bharat Odisha)

କେନ୍ଦ୍ରପଡା: ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ଚଳିତବର୍ଷ ବଢ଼ିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ସେପ୍ଟେମ୍ବର ୯ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହୋଇଥିବା ଏହି ଦେଶୀୟ ପକ୍ଷୀ ଗଣନାର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ଭଳି ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟସ୍ଥ ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ଉଦ୍ୟାନ ଏରିଆ ବାହାରେ ଥିବା ବାଲିଡିଆଠାରେ ମଧ୍ୟ ଦେଶୀୟ ପକ୍ଷୀଙ୍କ ବସା ଚିହ୍ନଟ କରି ପକ୍ଷୀ ଗଣନା କରାଯାଇଥିଲା । ଚଳିତବର୍ଷ ମୋଟ ୧,୩୦୦ ଗଛରେ ୨୭,୨୮୨ଟି ପକ୍ଷୀଙ୍କ ବସା ଚିହ୍ନଟ କରାଯାଇଥିବା ବେଳେ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିବା ବନ ବିଭାଗ ସୂଚନା ଦେଇଛି ।

  • ଗତ ପାଞ୍ଚବର୍ଷ ମଧ୍ୟରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା:-

ବନ ବିଭାଗ ସୂଚନା ମୁତାବକ ଜାତୀୟ ଉଦ୍ୟାନ ମଧ୍ୟରେ ୨୦୨୦ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ବସା ସଂଖ୍ୟା ଚିହ୍ନଟ ହୋଇନଥିବା ବେଳେ ୨୦୨୩ ରୁ ବସା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୨ରୁ ଏକ ନୂଆ ଦେଶୀୟ ପକ୍ଷୀ ଠିକଣା ଠାବ କରାଯାଇଛି ଯାହାର ନାଁ ବାଲିଡିଆ ବୋଲି କୁହାଯାଉଛି । ସୂଚନା ମୁତାବକ ୨୦୨୦ ମସିହାରେ ଜାତୀୟ ଉଦ୍ୟାନ ମଧ୍ୟରେ ୯୭,୮୬୬ ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିବା ବେଳେ ୨୦୨୧ରେ ୧,୦୮,୬୩୯ ଟି ପକ୍ଷୀ ,୨୦୨୨ ମସିହାରେ ୧,୧୬,୦୭୦ଟି ପକ୍ଷୀଙ୍କୁ ଜାତୀୟ ଉଦ୍ୟାନ ମଧ୍ୟସ୍ଥ ତିନୋଟି ସ୍ଥାନରେ ଗଣନା କରାଯାଇଥିଲା ।

  • ପ୍ରତ୍ୟେକ ବର୍ଷ ବଢିବାରେ ଲାଗିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା:-

୨୦୨୩ ମସିହାରେ ୨୬,୧୧୮ଟି ବସାରୁ ୧,୨୩,୮୬୭ଟି ପକ୍ଷୀଙ୍କୁ ଗଣନା କରାଯାଇଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର 9 ତାରିଖ ଠାରୁ ୧୩ ତାରିଖ ମଧ୍ୟରେ ଜାତୀୟ ଉଦ୍ୟାନ ସମେତ ବାଲିଡିଆଠାରେ ୨୭,୨୮୨ଟି ବସାରୁ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀଙ୍କୁ ଚିହ୍ନଟ କରି ଗଣନା କରାଯାଇଛି । ଯାହା ଗତବର୍ଷ ତୁଳନାରେ ୬,୨୫୬ଟି ଅଧିକ ବୋଲି ଜଣାପଡିଛି । ଏହି ଦେଶୀୟ ପକ୍ଷୀଙ୍କ ମଧ୍ୟରେ ଗେଣ୍ଡାଳିଆ, ରାଣୀବଗ, ମଝିଆ ବଗ, ପାଣିକୁଆ, ଅନ୍ଧାରିଆ ବଗ, କାପରଖାଇ,ଦାଆ ବେଣ୍ଟିଆ ଭଳି ପକ୍ଷୀ ରହିଛନ୍ତି ।

  • ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ ଭିତରକନିକା:-

ଲୁଣାଜଙ୍ଗଲ ପରିବେଷ୍ଟିତ ଭିତରକନିକାରେ କେବଳ ଦେଶୀୟ ପକ୍ଷୀ ନୁହନ୍ତି ବରଂ ଏକାଧିକ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳେ । ବିଶେଷ ଭାବେ ଶୀତ ଋତୁ ଆରମ୍ଭରୁ ଏହି ପକ୍ଷୀମାନେ ଭିତରକନିକା ଜାତୀୟ ଉଦ୍ୟାନ ଓ ଏହାର ପାର୍ଶ୍ବବର୍ତ୍ତୀ ଏରିଆକୁ ଆସିଥାନ୍ତି । ଅନୁକୂଳ ପରିବେଶ କାରଣରୁ ସେମାନେ ଏଠାରେ ବସା ବାନ୍ଧି ଅଣ୍ଡାଦାନ କରିବା ସହ ଛୁଆ ଜନ୍ମନେବା ପରେ ପୁଣି ଫେରିଯାଇଥାନ୍ତି । ପ୍ରତ୍ୟେକ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ସହ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଗଣନା କରେ ବନ ବିଭାଗ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Sep 15, 2024, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.