ETV Bharat / state

ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଲେ ମୋକିମ, ଏବେ ଏକମାତ୍ର ଭରସା ସୁପ୍ରିମକୋର୍ଟ - Moquim on High Court Judgment - MOQUIM ON HIGH COURT JUDGMENT

Moquim on High Court Judgment: ORHDC ଋଣ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ଝଟ୍‌କା ଲାଗିବା ପରେ ଏବେ ମହମ୍ମଦ ମୋକିମ ନିର୍ବାଚନ ଲଢ଼ିପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏବେ ମୋକିମଙ୍କ ଏକମାତ୍ର ଭରସା ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

Moquim on High Court Judgment
Moquim on High Court Judgment
author img

By ETV Bharat Odisha Team

Published : Apr 10, 2024, 5:42 PM IST

Moquim on High Court Judgment

କଟକ: ମୋକିମଙ୍କ ପାଇଁ ବଢିଛି ଅଡୁଆ । 'ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ କର୍ପୋରେସନ' (ORHDC) ଋଣ ଦୁର୍ନୀତି ମାମଲାରେ ଆଇନ ଜାଲରେ ଛନ୍ଦି ହୋଇ ପଡିଛନ୍ତି ମୋକିମ । ଏହି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୋକିମ । ହେଲେ ନିମ୍ନ କୋର୍ଟଙ୍କ ରାୟକୁ ହାଇକୋର୍ଟ କାଏମ ରଖିବା ମୋକିମଙ୍କ ପାଇଁ ଚିନ୍ତା ବଢାଇଛି । ଆଗାମୀ ନିର୍ବାଚନରେ ସେ ଲଢ଼ି ପାରିବେ କି ନାହିଁ ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

'ମୋକିମଙ୍କୁ ଭରସା ସୁପ୍ରିମକୋର୍ଟ': ଏନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟର ଆଇନଜୀବୀ ମାନସ ଚାନ୍ଦ । ସେ କହିଛନ୍ତି, "ମୋକିମଙ୍କ ପାଇଁ କୌଣସି ଆଇନଗତ ସମସ୍ୟା ହେବ ନାହିଁ । ନିର୍ବାଚନ ବହୁତ ଦିନ ବାକି ଅଛି । ତାହା ମଧ୍ୟରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ମୋକିମଙ୍କ ପାଇଁ ବାଟ ସଫା ହୋଇଯିବ । ଆଉ ଯଦି ସୁପ୍ରିମକୋର୍ଟ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ପ୍ରଦାନ ନକରନ୍ତି, ତେବେ ସେ ଆଉ ନିର୍ବାଚନ ଲଢ଼ି ପାରିବେ ନାହିଁ ।"

'ଆଇନ ଉପରେ ଭରସା ଅଛି': ନିର୍ବାଚନକୁ ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୋକିମ । ସେ କହିଛନ୍ତି, "ଆଇନ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଓ ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛି । ଜଜମେଣ୍ଟ ନେଇ ଆଇନଜୀବୀଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ନେବି । ନିର୍ବାଚନକୁ ଆହୁରି ମାସେରୁ ଅଧିକ ସମୟ ଅଛି ।" ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ କି ପ୍ରଶ୍ନରେ ସେ କହିଛନ୍ତି, "ଏଠାରେ ଚ୍ୟାଲେଞ୍ଜ କରିବା କଥା ପଡ଼ିନି । ନ୍ୟାୟିକ ପ୍ରକ୍ରିୟାରେ ଯାହା ହୋଇପାରିବ ଆଇନଜୀବୀଙ୍କ ସହ ଆଲୋଚନା ପରେ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ଝଟକା; ଭିଜିଲାନ୍ସ କୋର୍ଟଙ୍କ ରାୟ କାଏମ୍ ରଖିଲେ ହାଇକୋର୍ଟ - ORHDC corruption case

ତଳ କୋର୍ଟଙ୍କ ରାୟକୁ କାୟମ ରଖିଲେ ହାଇକୋର୍ଟ: ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ମୋକିମ ଏବଂ ଅନ୍ୟମାନଙ୍କୁ ୩ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ଏହି ରାୟ ଆସିବା ପରେ ମୋକିମଙ୍କ ସଭ୍ୟ ପଦ ରଦ୍ଦ ହେବାର ସମ୍ଭାବନା ବଢିଥିଲା । ତେବେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ମୋକିମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଆଜି ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.