ETV Bharat / state

24 ଜିଲ୍ଲାକୁ ଛୁଇଁଲା ମୌସୁମୀ, ଆଗାମୀ 3ଦିନ ଭିଜିବ ଓଡ଼ିଶା - Monsoon Arrives In Odisha - MONSOON ARRIVES IN ODISHA

Monsoon Arrives In Odisha: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି। ଦୁଇଦିନ ମଧ୍ୟରେ ରାଜ୍ୟର ଅନ୍ୟ ୬ଟି ଜିଲ୍ଲାକୁ ଛୁଇଁବ ମୌସୁମୀ। ଅଧିକ ପଢ଼ନ୍ତୁ,

Monsoon Arrives In Odisha
Monsoon Arrives In Odisha (ETV Bharat Odisha)
author img

By ETV Bharat Odisha Team

Published : Jun 21, 2024, 7:26 PM IST

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରୀରେ ଲାଗିଲା ବ୍ରେକ। ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଥିବା ବେଳେ ଆଜିଠୁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବା ବେଳେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବିଶେଷକରି କଳାହାଣ୍ଡି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Monsoon Arrives In Odisha (ETV Bharat Odisha)

ରାୟଗଡା ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗଜପତି, ଖୋର୍ଦ୍ଧା, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର ଓ ନୟାଗଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜକୁ ପ୍ରବଳ ବର୍ଷା ରହିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୪ ଓ ୨୫ ରେ କାଁଭାଁ ବର୍ଷା ସହ ପୁଣି ୨୫ ପର ଠାରୁ ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ଦୁଇ ଦିନ ଯାଏଁ ଗରମ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି। ସେପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ଆଉ କିଛି ଜିଲ୍ଲାକୁ ପ୍ରବେଶ କରିଛି । ଗତ ଜୁନ ୮ରେ ମୌସୁମୀ ବାୟୁ ପ୍ରଥମେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁଥିଲା । ତେବେ ପ୍ରତିକୂଳ ପାଣିପାଗ ହେତୁ ଦୀର୍ଘ ୧୧ ଦିନ ଧରି ଅଗ୍ରସର ହୋଇ ପାରିନଥିଲା ମୌସୁମୀ । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି ଜିଲ୍ଲାକୁ ପ୍ରବେଶ କରିଥିଲା ମୌସୁମୀ ବାୟୁ।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା; ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଗୁଳୁଗୁଳିରୁ ମିଳିବନି ତ୍ରାହି - Monsoon progress in Odisha

ଆଜି ଦକ୍ଷିଣ ଓଡିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମଡେଲରୁ ଯାହା ଆକଳନ ହେଉଛି ଆସନ୍ତା ୨୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ତାହା ଅଧିକ ସକ୍ରିୟ ହୋଇ ୨୭ କିମ୍ବା ୨୮ ତାରିଖ ବେଳକୁ ନେଇ ପାରେ ଲଘୁଚାପର ରୂପ। ଯାହାର ପ୍ରଭାବରେ ୨୬ ତାରିଖରୁ ବଢିବ ବର୍ଷା । ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିସହ ମୌସୁମୀକୁ ସକ୍ରିୟ କରାଇବ ଏହି ସାମ୍ଭାବ୍ୟ ଲଘୁଚାପ । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହୁଛି । ସେପଟେ ରାଜ୍ୟରେ ଏବେ ବିଶେଷ ତାପମାତ୍ରା ବୃଦ୍ଧି ପାଇବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୮ ଟି ସହରରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅନୁଗୁଳ ତାଳଚେର ସହରରେ ସର୍ବାଧିକ ବର୍ଷା ୧୦୮ ମୀମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଅନୁଗୁଳରେ ସର୍ବାଧିକ ୪୦.୭ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.