ETV Bharat / state

ବନ୍ଧା ହେବେ କି ବିଜେଡି ନେତା ! ମମିତା ମେହରରୁ ନେଇ ନବ ଦାସ, ପୁରୁଣା ଫାଇଲ୍‌ ଖୋଲିବେ ମୋହନ ସରକାର - HIGHPROFILE CASE TO REOPEN

author img

By ETV Bharat Odisha Team

Published : Aug 15, 2024, 2:31 PM IST

Mohan Majhi govt orders to reopen old case: ବଢିଲା ବିଜେଡି ନେତାଙ୍କ ଅଡୁଆ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ ବୟାନ । ରାଜ୍ୟର ସମସ୍ତ ଅନୈତିକ ଓ ଅପରାଧିକ ମାମଲାର ହେବ ପୁନଃତଦନ୍ତ । ଅଧିକ ପଢନ୍ତୁ

ବନ୍ଧା ହେବେ କି ବିଜେଡି ନେତା ? ପୁରୁଣା କେସ ଖୋଲିଲେ ମୋହନ ସରକାର
ବନ୍ଧା ହେବେ କି ବିଜେଡି ନେତା ? ପୁରୁଣା କେସ ଖୋଲିଲେ ମୋହନ ସରକାର (ETV Bharat Odisha)

ଭୁବନେଶ୍ବର: କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ମୋହନ ସରକାର । ସରକାରଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ ପୂର୍ବରୁ ଦୀର୍ଘ 24 ବର୍ଷ ଶାସନ ଉପଭୋଗ କରିଥିବା ଥିବା ବିଜୁ ଜନତା ଦଳର ଅଡୁଆ ବଢାଇବାକୁ ଯାଉଛି । ଏପରିକି କିଛି ଦଳୀୟ ନେତାଙ୍କୁ ଏବେ ଗିରଫ ମଧ୍ୟ ହେବାକୁ ପଡିପାରେ । କାରଣ ରାଜ୍ୟର ସମସ୍ତ ଅନୈତିକ ଓ ହତ୍ୟାକାଣ୍ଡର ତଦନ୍ତ ଫାଇଲ ରିଓପନ କରିବାକୁ ନିର୍ଦ୍ଦେଶ ମିଳିଛି । ଏହା ମଧ୍ୟରେ ରହିଛି ବହୁଚର୍ଚ୍ଚିତ ମମିତା ମେହର ଓ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରି ହାଇପ୍ରୋଫାଇଲ ଅପରାଧ ମାମଲା । ଯାହାକୁ ନେଇ ଏବେ ଅଡୁଆରେ ବିଜେଡିର ଗଣ୍ଡା ଗଣ୍ଡା ନେତା ଓ ପୂର୍ବତନ ମନ୍ତ୍ରୀ ।

ମମିତା ମେହରରୁ ନେଇ ନବ ଦାସ: ଖୋଲିବ ପୁରୁଣା ଫାଇଲ୍‌, ବନ୍ଧା ହେବେ କି ବିଜେଡି ନେତା ? (ETV Bharat Odisha)

କ’ଣ କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ:-

ଦିଲ୍ଲୀରୁ ଫେରିବା ପରେ ବିମାନ ବନ୍ଦରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ରାଜ୍ୟରେ ଯେଉଁସବୁ ଅନୈତିକ କାର୍ଯ୍ୟ ହୋଇଛି, ତାର ତଦନ୍ତ ହେବ । ଯେଉଁ ହତ୍ୟାକାଣ୍ଡ ଓ ଅନୈତିକ କାର୍ଯ୍ୟକଳାପର ତଦନ୍ତ ହୋଇଥିଲେ ସୁଦ୍ଧା ନିଷ୍କର୍ସ ବାହାରିପାରନି, ତାର ଆଉ ଥରେ ତଦନ୍ତ ଆରମ୍ଭ ହେବ ଓ ଘଟଣାର ଶେଷ ବିନ୍ଦୁରେ ପହଞ୍ଚିବା ପର୍ଯ୍ୟନ୍ତ ଏହାର ତଦନ୍ତ କରାଯିବ ।’’ ତେବେ ମନ୍ତ୍ରୀ କୌଣସି ନିର୍ଦ୍ଧଷ୍ଟ ମାମଲା କଥା କହିନଥିଲେ ମଧ୍ୟ ହତ୍ୟାକାଣ୍ଡ ସମେତ ସମସ୍ତ ଅନୈତିକ କାର୍ଯ୍ୟର ତଦନ୍ତ କଥା କହିଛନ୍ତି ।

ରାଜନୈତିକ ତାତି ବଢାଇଲା ମନ୍ତ୍ରୀଙ୍କ ବୟାନ :-

ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୈତିକ ମହଲ ସରଗରମ ହୋଇଛି । କାରଣ ନିର୍ବାଚନ ପରେ ବିରୋଧୀ ଦଳ ଭୂମିକାକୁ ଆସିଥିବା ‘ବିଜୁ ଜନତା ଦଳ’ର ଗତ ୨୪ ବର୍ଷର ଶାସନରେ ଅନେକ ହାଇପ୍ରାଫାଇଲ ଅପରାଧ ଘଟିଛି । ଯେଉଁଥିରେ ତତ୍କାଳୀନ ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପୃକ୍ତିର ଅଭିଯୋଗ ମଧ୍ୟ ଉଠିଛି । ଏପରିକି ବିଜେପି ବିରୋଧୀ ଦଳ ଭୂମିକାରେ ଥିବା ସମୟରେ ଏହାକୁ ନେଇ ସରକାରଙ୍କୁ ଘେରିଛି ମଧ୍ୟ । ଏହା ମଧ୍ୟରେ ରହିଛି ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ଓ ତତ୍କାଳୀନ ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ସମେତ ମହାଙ୍ଗା ଟ୍ରିପଲ ମର୍ଡର କେସ । ଏହି ସବୁ ହତ୍ୟାକାଣ୍ଡରେ ରାଜନୈତିକ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ମମିତା ମେହରଙ୍କ ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ମଧ୍ୟ ଉଠିଥିଲା ।

କଣ କହିଲା ବିରୋଧୀ ଦଳ :-
ଏନେଇ ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,‘‘ କେଉଁ ଘଟଣାର ପୁଣିଥରେ ତଦନ୍ତ କରିବେ, ସରକାରଙ୍କର ତାହା ନିଜସ୍ଵ ଇଚ୍ଛା । କେଉଁ ଘଟଣାକୁ ପୁଣି ଥରେ ତଦନ୍ତ ପରିସରକୁ ଆଣିବେ, ତାହା ସରକାରଙ୍କ ଉପରେ ନିର୍ଭର କରୁଛି । ସରକାର ଯେତେବେଳେ କହୁଛନ୍ତି, କରିପାରିବେ । ସେଥିରେ ଆମର କୌଣସି ଆପତ୍ତି ନାହିଁ । କୌଣସି ଆମ ତରଫରୁ ଲୁଚାଇବାର ନାହିଁ । ଆମର କୌଣସି ପ୍ରକାର ଆଳ ରଖିବାର ନାହିଁ । ମନ୍ଦିର ଭିତରେ କିଏ, କଦଳୀ ଖାଇ ନାହିଁ । ସରକାରଙ୍କ ବିଚାରଧିନ ଅଛି । ସରକାର ନିଷ୍ପତ୍ତି ନେବେ ।’’

କ'ଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ
ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ କହିଛନ୍ତି, ‘‘ଯେଉଁଟା ପ୍ରମାଣଯୋଗ୍ୟ ହୋଇପାରିବ, ସେଭଳି‌ ବହୁତ କଥା ହୋଇଛି, ତାକୁ ଧରାଯାଉନି । ସେ ସମ୍ପର୍କରେ ଅନୁସନ୍ଧାନ କରୁନାହଁ କାହିଁକି । ଖାଲି ବ୍ୟକ୍ତିବିଶେଷ ନୁହନ୍ତି, ଅଧିକାରୀମାନେ ମଧ୍ୟ ଦୁର୍ନୀତିରେ ସମ୍ପୃକ୍ତ । ବହୁ ଦୁର୍ନୀତି ହୋଇଛି, ସରକାର ଚାହିଁଲେ ସବୁ କଥା କରିପାରିବେ । ସରକାରଙ୍କ ହାତରେ ସବୁ କ୍ଷମତା ଅଛି, ମାତ୍ର ସରକାର ଚାହିଁବା ଦରକାର‌ । ଲୋକଙ୍କ ଆଶା ଥିଲା ନୂଆ ସରକାର ଆସିଲେ, ଯେଉଁସବୁ ଖଣି, ଚିଟଫଣ୍ଡ ଘୋଟାଲା ହୋଇଛି, ତା'ର ତଦନ୍ତ ହେବ । ମାତ୍ର ଗତ 50 ଦିନ ମଧ୍ୟରେ ତାହା ଦେଖିବାକୁ ମିଳିନି ।’’

ଏହା ମଧ୍ୟ ପଢନ୍ତୁ:- ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; 'ଯାହା କହିଛି କରିବି, ବିକାଶର ରେଳଗାଡିରେ ଓଡ଼ିଶା ହେବ ପ୍ରଥମ ବଗି' - 78th independence day

କେଉଁସବୁ ଚର୍ଚ୍ଚିତ ଅପରାଧର ଖୋଲିପାରେ ଫାଇଲ:-

ନବ ଦାସ ହତ୍ୟାକାଣ୍ଡ
ଝାରୁସୁଗୁଡାରେ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏନେଇ ଜଣେ ପୋଲିସ ଏଏସଆଇ ଗିରଫ ହୋଇଛନ୍ତି । ମାତ୍ର ଏହା ପଛରେ ରାଜନୈତିକ ଷଡଯନ୍ତ୍ର ଥାଇପାରେ ବୋଲି ବିଜେପି ସନ୍ଦେହ ପ୍ରକଟ କରିଥିଲା । ଏହି ଫାଇଲ ଏବେ ପୁଣି ଥରେ ଖୋଲିବାକୁ ଯାଉଛି । ଯଦି ଷଡଯନ୍ତ୍ର ପଛରେ ସେପରି କୌଣସି ରାଜନୈତିକ ସମ୍ପୃକ୍ତି ଥାଏ, ତେବେ କିଛି ହେଭିଓ୍ବେଟ ବିଜେଡି ନେତା ଅଡୁଆରେ ପଡିପାରନ୍ତି ।

ମାହାଙ୍ଗା ଡବଲ ମର୍ଡର
ସେହିପରି କେନ୍ଦ୍ରାପଡା ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାର ଫାଇଲ ମଧ୍ୟ ଖୋଲିପାରେ । ଏହି ଘଟଣାରେ ତତ୍କାଳୀନ ବିଧାୟକ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ରହିଛି । ତାଙ୍କ ନାମରେ ମାମଲା ମଧ୍ୟ ପଞ୍ଜୀକୃତ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଶିଥିଳ ପଡିଥିଲା । ଏବେ ପ୍ରତାପଙ୍କ ଅଡୁଆ ବଢିପାରେ ।

ପରୀ ହତ୍ୟାକାଣ୍ଡ
ନୟାଗଡ ଜିଲ୍ଲା ପରୀ ହତ୍ୟାକାଣ୍ଡ ନେଇ ମଧ୍ୟ ବିଜେପି ସାଙ୍ଘାତିକ ଅଭିଯୋଗ ଆଣିଥିଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ହୋଇଥିଲା । ଯାହା ପଛରେ‌ ତତ୍କାଳୀନ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ପରେ ଏଥିରେ ନାଟକୀୟ ଢଙ୍ଗରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହା ମଧ୍ୟ ଆଉ ଥରେ ତଦନ୍ତ ହୋଇପାରେ ।

ମମିତା ମେହେର ହତ୍ୟାକାଣ୍ଡ
ସର୍ବାଧିକ ଚର୍ଚ୍ଚାରେ ଥିଲା ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ । ଏହା ପଛରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଛି । ଯାହାକୁ ସେତେବେଳେ ବିଜେପି ପ୍ରସଙ୍ଗ କରିଥିଲା ଓ ଶାସକ ବିଜେଡିକୁ ଘେରିଥିଲା । ଏବେ ଏହି କେସ ପୁନଃ ତଦନ୍ତ ହେଲେ ବିଜେଡି ପାଇଁ ଅଡୁଆ ବଢିପାରେ ।

ବ୍ରହ୍ମଗିରି ପୁର୍ବତନ ବିଧାୟକଙ୍କ ପିଏଙ୍କ ମୃତ୍ୟୁ:-

ସେହିପରି ବ୍ରହ୍ମଗିରି ପୁର୍ବତନ ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ପଛରେ ଫାଉଲ ପ୍ଲେ’ର ଅଭିଯୋଗ ଆଣିଥିଲା ବିଜେପି । ଏହିପରି ମାଳ ମାଳ ମାମଲାରେ ଅନେକ ହେବିଓ୍ବେଟ ନେତା ଓ ତତ୍କାଳୀନ ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି । ଏବେ ମୋହନ ସରକାରଙ୍କ କହିବା ଅନୁସାରେ, ଯଦି ଏହି ସବୁ ମାମଲାର ତଦନ୍ତ ହୁଏ, ତେବେ ବିଜେଡି ନେତାଙ୍କ ଅଡୁଆ ବଢିବା ପ୍ରାୟତଃ ନିଶ୍ଚିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.