ETV Bharat / state

ଚାଷୀଙ୍କ ପାଇଁ ଖୁସି ଖବର: ଧାନ ମଣ୍ଡିରେ ଆଉ ହେବନି ଦୁର୍ନୀତି ! ଜଗିବ ସିସିଟିଭି - CCTV Cameras in Rice Mandi

author img

By ETV Bharat Odisha Team

Published : Jun 29, 2024, 6:39 PM IST

Updated : Jun 29, 2024, 7:29 PM IST

CCTV Cameras in Rice Mandi: ଚାଷୀଙ୍କ ଉପରେ ନୂଆ ସରକାରର ଫୋକସ୍‌ । ଏଣିକି ଧାନମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା । ଦୁର୍ନୀତିକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଅଧିକ ପଢନ୍ତୁ

CCTV Cameras in Rice Mandi
CCTV Cameras in Rice Mandi (ETV Bharat Odisha)

ଭୁବନେଶ୍ବର: ଦୁର୍ନୀତି ରୋକିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏଣିକି ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା । ଏପରିକି ଧାନ ନେଇ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ । ଯାହାକି ଗାଡ଼ି ସଠିକ ଠିକଣାରେ ପହଞ୍ଚୁଛି କି ନାହିଁ କି ଅନ୍ୟତ୍ର ସ୍ଥାନକୁ ଯାଉଛି ତାହା ଟ୍ରାକ କରି ଜଣାପଡ଼ିଛି । ଆଜି (ଶନିବାର) ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣପାତ୍ର ।

ଚାଷୀଙ୍କ ପାଇଁ ଖୁସି ଖବର: ଧାନ ମଣ୍ଡିରେ ଆଉ ହେବନି ଦୁର୍ନୀତି ! ଜଗିବ ସିସିଟିଭି (CCTV Cameras in Rice Mandi)

ସେ କହିଛନ୍ତି, "ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜି ବ୍ୟବହାର କରାଯିବ । ମଣ୍ଡିରୁ ଧାନ ଯେତେବେଳେ ମିଲର୍‌ ପାଖକୁ ଯାଉଛି ସେହି ସମୟରେ ଗାଡିରେ ଆମେ GPS ଲଗାଇବୁ । ତାକୁ ଆମେ ଚେକ୍ କହିବୁ ଯେ ପ୍ରକୃତ ମଣ୍ଡିରୁ ମିଲର୍‌ ପାଖକୁ ଯାଉଛି ନା ନାହିଁ । ଏଥିପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଆସନ୍ତା ୨ ମାସ ମଧ୍ୟରେ ପ୍ଲାନ୍ କରି କାର୍ଯ୍ୟ ଜାରି କରାଯିବ ।"

ଦରଦାମ ବୃଦ୍ଧି ପ୍ରସଙ୍ଗ:

ଦରଦାମକୁ ଆମେ ଗୋଟେ କଣ୍ଟ୍ରୋଲକୁ ଆଣୁଛୁ । ପିଆଜ ଆଳୁ ଦର ଏବେ ସ୍ଥିର ରହିଛି । ଅଧିକ ଉପରକୁ ଯାଉନାହିଁ । ମହାରାଷ୍ଟ୍ରର ନାଶିକ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ପିଆଜ ଆଳୁ ଆସୁଛି । ସେଠି ଦର ଅଧିକ ଅଛି । ଆମେ ସବୁ ଗୋଦାମ ସର୍ଚ୍ଚ କରୁଛୁ କିଣା ବିଲ୍‌ ଦେଖୁଛୁ । ଯଦି କିଏ ଚଢ଼ା ଦରରେ ବିକ୍ରି କରେ ତାହା ହେଲେ ରେଡ୍‌ ହେବ । ଖୁଚୁରା ବ୍ୟବସାୟ ବହୁତ ଅଧିକ ଲାଭ ରଖି ବିକ୍ରି କରୁଥିବେ ତାହାଲେ ସେମାନଙ୍କ ଉପରେ ମଧ୍ୟ ରେଡ୍‌ ହେବ । ଆଜି ମଧ୍ୟ ମୁଁ ନିର୍ଦ୍ଦେଶ ଦେଇଛି ବିଭାଗୀୟ ଅଧିକାରୀଙ୍କୁ । ସେମାନେ ଏହାର ଯାଞ୍ଚ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଶୀତଳ ଭଣ୍ଡାର ପ୍ରସଙ୍ଗ:

ସେହିପରି ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ ଶୀତଳ ଭଣ୍ଡାର କରାଯିବ । ସରକାର ମାନିଫେଷ୍ଟରେ ମଧ୍ୟ ଏହା ଉଲ୍ଲେଖ କରିଥିଲେ । କୃଷି ବିଭାଗ ସହ ଆମେ ବସି ଆଲୋଚନା କରିବୁ । ଏହା ସହ କ୍ୟାବିନେଟ ବୈଠକରେ ମଧ୍ୟ ବସି ଆମେ ଆଲୋଚନା କରିବୁ ଯାହାଦ୍ବାରା ଏହା ଯେପରି ସୁଚାରୁରୂପେ କାର୍ଯ୍ୟକାରୀ ହେଇପାରିବ । ଶୀତଳ ଭଣ୍ଡାରକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ଜଗତସିଂହପୁରରେ ଧାନ ମଣ୍ଡି ସମସ୍ୟା, ଶୋଷିତ ହେଉଛନ୍ତି ଚାଷୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 29, 2024, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.