ETV Bharat / state

ମୋଦି 3.0: ବଣ୍ଟାଗଲା ବିଭାଗ, ଜାଣନ୍ତୁ ଓଡ଼ିଶାର 3 ମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ବ ? - Odisha ministers got which ministry

author img

By ETV Bharat Odisha Team

Published : Jun 10, 2024, 10:01 PM IST

Updated : Jun 10, 2024, 10:13 PM IST

ODISHA MINISTERS GOT WHICH MINISTRY: ତୃତୀୟ ପାଳିରେ ବିଭାଗ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାଣନ୍ତୁ ଓଡ଼ିଶାର 3 ମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ବ ? ଅଧିକ ପଢନ୍ତୁ

ODISHA MINISTERS GOT WHICH MINISTRY
ODISHA MINISTERS GOT WHICH MINISTRY (ETV Bharat Odisha)

ଭୁବନେଶ୍ବର: ମୋଦି ସରକାରଙ୍କ ତୃତୀୟ ପାଳିରେ ବିଭାଗ ବଣ୍ଟନ ହୋଇଛି । ତୃତୀୟ ପାଳିରେ ମୋଦି ନିଜ ଦଳୀୟ ମନ୍ତ୍ରୀଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରଖିବାକୁ ଚେଷ୍ଟା କରିଛନ୍ତି । ତେବେ ଓଡ଼ିଶା କଥା କହିଲେ, ତୃତୀୟ ପାଳିଲେ ଓଡ଼ିଶାକୁ 3ଟି ମନ୍ତ୍ରୀପଦ ମିଳିଛି । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମଙ୍କୁ ମୋଦିଙ୍କ କ୍ୟାବିନେଟରେ ସାମିଲ କରାଯାଇଛି । ଆଜି (ସୋମବାର) ମନ୍ତ୍ରଣାଳୟ ବଣ୍ଟନ ହୋଇଥିବା ବେଳେ ଓଡ଼ିଶାକୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି ।

ଧର୍ମେନ୍ଦ୍ର ପ୍ରଧାନ:- ଶିକ୍ଷା ମନ୍ତ୍ରୀ ଭାବେ ପୂର୍ବ ଦାୟିତ୍ବ ବଜାୟ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ପ୍ରଥମ ଓ ଦ୍ବିତୀୟ ପାଳିରେ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ଏଥର ମଧ୍ୟ ତାଙ୍କ ଉପରେ ଭରସା କରିଛନ୍ତି ମୋଦି । ଶିକ୍ଷା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ରମେଶ ପୋଖରିୱାଲ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । କ୍ୟାବିନେଟ ସମ୍ପ୍ରସାରଣ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ବ ମିଳିଥିଲା । ଚଳିତ ନିର୍ବାଚନରେ ଧର୍ମେନ୍ଦ୍ର ସମ୍ବଲପୁର ଆସନରୁ ନିର୍ବାଚନ ଲଢି ସାଂସଦ ହୋଇଛନ୍ତି ।

ଜାଣନ୍ତୁ ଓଡ଼ିଶାର 3 ମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ବ ?
ଜାଣନ୍ତୁ ଓଡ଼ିଶାର 3 ମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ବ ? (ETV Bharat Odisha)

ଜୁଏଲ ଓରାମ:- ଓଡ଼ିଶାର ଆଦିବାସୀ ନେତା ଭାବେ ପରିଚିତ ଜୁଏଲ ଓରାମଙ୍କୁ ମଧ୍ୟ ଏଥର ମୋଦିଙ୍କ କ୍ୟାବିନେଟର ସ୍ଥାନ ମିଳିଛି । ଏହାସହିତ ଜୁଏଲଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ବ ପ୍ରଦାନ କରାଯାଇଛି । 63 ବର୍ଷୀୟ ବିଜେପିର ଟାଣୁଆ ନେତା ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ସେ ଦେଶର ପ୍ରଥମ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଗଠନ କରାଯାଇଥିବା ବେଳେ ଜୁଏଲଙ୍କୁ ପ୍ରଥମ କରି ଏହି ଦାୟିତ୍ବ ପ୍ରଦାନ କରାଯାଇଥିଲା । ମୋଦିଙ୍କ ତୃତୀୟ ପାଳିରେ ମଧ୍ୟ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଆଦିବାସୀ ବହୁଳ ଜିଲ୍ଲା ସୁନ୍ଦରଗଡ଼ରୁ ଷଷ୍ଠ ଥର ଲାଗି ସାଂସଦ ହୋଇଛନ୍ତି ଜୁଏଲ ।

ଅଶ୍ବିନୀ ବୈଷ୍ଣବ:- ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ନିଜର ପୂର୍ବ ଦାୟିତ୍ବ ବଜାୟ ରଖିଛନ୍ତି । ମୋଦିଙ୍କ ତୃତୀୟ ପାଳିରେ ତାଙ୍କୁ ରେଳ, ସୂଚନା ପ୍ରଯୁକ୍ତିବିଦ୍ୟା ଓ ସୂଚନା ପ୍ରସାରଣ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଛି । ଅଶ୍ବିନୀ ଜୁଲାଇ 2021ରୁ ରେଳ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି । ଏହା ପୂର୍ବରୁ ଏହି ଦାୟିତ୍ବ ସମ୍ଭାଳିଥିଲେ ପୀୟୂଷ ଗୋଏଲ । ପୀୟୂଷ 2017 ସେପ୍ଟେମ୍ବରରୁ 2021 ଜୁଲାଇ ପର୍ଯ୍ୟନ୍ତ ଏହି ଦାୟିତ୍ବ ସମ୍ଭାଳିଥିଲେ । ମୋଦିଙ୍କ ଦ୍ବିତୀୟ ପାଳିରେ ଅନୁରାଗ ଠାକୁର ସୂଚନା ଓ ପ୍ରସାରଣ ଦାୟିତ୍ବ ସମ୍ଭାଳିଥିଲେ । ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବହୁ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ କାର୍ଯ୍ୟ କରିଛି । ବନ୍ଦେ ଭାରତ ଓ ବୁଲେଟ ଟ୍ରେନ ଭଳି ନୂଆ ଟ୍ରେନ ଭାରତରେ ଲଞ୍ଚ୍‌ ହୋଇଛି । ପୂର୍ବାପେକ୍ଷା ଦେଶରେ ରେଳ ଭିତ୍ତିଭୂମି ସୁଦୃଢ ହୋଇଛି । ଏହାସହ ଅନେକ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଜାରି ରହିଛି ।

ପଢନ୍ତୁ ଅନ୍ୟ କିଛି ଖବର

ମୋଦି ସରକାରଙ୍କ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ବିଭାଗ ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି; ଗୃହହୀନଙ୍କ ପାଇଁ ଆଉ 3କୋଟି ଘର

ମୋଦି 3.0ରେ ଓଡ଼ିଶାରୁ ୩ କେନ୍ଦ୍ରମନ୍ତ୍ରୀ, ଶପଥ ନେଲେ ଧର୍ମେନ୍ଦ୍ର, ଜୁଏଲ୍‌ ଓ ଅଶ୍ବିନୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 10, 2024, 10:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.