ETV Bharat / state

ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା, 'ମୋ କଲେଜ'କୁ ‘ସ୍କଚ୍‍’ ସମ୍ମାନ

author img

By ETV Bharat Odisha Team

Published : Feb 12, 2024, 6:33 AM IST

Skoch Award: "ମୋ କଲେଜ" ଅଭିଯାନକୁ ଦେଶର ସମ୍ମାନଜନକ ‘ସ୍କଚ୍‍’ ସମ୍ମାନ । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

‘ସ୍କଚ୍‍’ ସମ୍ମାନ
‘ସ୍କଚ୍‍’ ସମ୍ମାନ

ଭୁବନେଶ୍ବର: "ମୋ କଲେଜ" ଅଭିଯାନକୁ ଦେଶର ସମ୍ମାନଜନକ ‘ସ୍କଚ୍‍’ ସମ୍ମାନ ମିଳିଛି । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି । ବିଶେଷ କରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା, ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ପରିସର ପ୍ରଦାନ କରିବା, ଆତ୍ମନିଯୁକ୍ତି ନେଇ ତାଲିମ ଓ କର୍ମଶାଳା ଏବଂ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ବିକାଶ ଲାଗି ସ୍ୱତନ୍ତ୍ର ଯୋଜନା ଲାଗୁ ନେଇ ସଂଗଠନ ଶ୍ରେଷ୍ଠ ବିବେଚିତ ହୋଇଛି ।

‘ସ୍କଚ୍‍’ ସମ୍ମାନ
‘ସ୍କଚ୍‍’ ସମ୍ମାନ

ନୂଆଦିଲ୍ଲୀ ସ୍ଥିତ ‘କନଷ୍ଟିଚ୍ୟୁସନ୍‍ କ୍ଲବ ଅଫ୍‍ ଇଣ୍ଡିଆ’ ଠାରେ ଆୟୋଜିତ ଜାତୀୟ ସମ୍ମାନ ପ୍ରଦାନ ଉତ୍ସବରେ ‘ମୋ କଲେଜ’କୁ ମିଳିଛି ‘ସ୍କଚ୍‍’ ସମ୍ମାନ। ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଅଗ୍ରଣୀ ‘ଏକ୍ସେଲେନ୍ସ ପାଭିଲିୟନ’ ବର୍ଗରେ ‘ମୋ କଲେଜ’କୁ ଏହି ସ୍କଚ୍‍ ସମ୍ମାନ ମିଳିଛି । ପିଆର ଭୋଟିଙ୍ଗ୍, ଅନଲାଇନ ଭୋଟିଙ୍ଗ୍ ଏବଂ ଖଣ୍ଡପୀଠ ମୂଲ୍ୟାୟନ ପ୍ରକ୍ରିୟାରେ ଶ୍ରେଷ୍ଠ ବିବେଚିତ ହୋଇ ସମ୍ପୃକ୍ତ ସମ୍ମାନ ନେଇ ସଂଗଠନ ଚୟନ ହୋଇଥିଲା ।

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଅଭିଯାନ ସ୍ୱରୂପ ୨୦୨୧ରେ ‘ମୋ କଲେଜ’ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟର ସମୁଦାୟ ୮୫୦ ଗୋଟି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ପଲିଟେକନିକ୍‍, ଇଞ୍ଜିନିୟରିଂ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏହି ସଂଗଠନ ସହ ଅନୁବନ୍ଧିତ ହୋଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନ ବିକାଶ ନେଇ ସମୁଦାୟ ୯୭ ଗୋଟି ପ୍ରକଳ୍ପ ହାତକୁ ନିଆଯାଇଥିଲା।

ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୭ କୋଟି ବ୍ୟୟରେ ୬୧ଟି ପ୍ରକଳ୍ପ କାର୍ଯ୍ୟର ସଫଳ ରୂପାୟନ ହୋଇଛି । ଏହାଛଡ଼ା ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସମସ୍ତ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା ନେଇ ଏକ ବିଶାଳ ଅଭିଯାନ ହାତକୁ ନେବା ସହ ଆଲୁମିନି ସେଲ୍‍ ଗଢାଯାଇଛି । ଏଥିସହ ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ବାତାବରଣ ସହ ଆତ୍ମନିଯୁକ୍ତି ତାଲିମ୍‍ ମଧ୍ୟ ଯୋଗାଇ ଦିଆଯଉଛି । ତେବେ ଶିକ୍ଷାନୁଷ୍ଠାନ ରୂପାନ୍ତରଣ କ୍ଷେତ୍ରରେ ସଂଗଠନର ସଫଳ ଉଦ୍ୟମକୁ ବିଚାର କରି ‘ମୋ କଲେଜ’କୁ ଏହି ସମ୍ମାନଜନକ ଆୱାର୍ଡ଼ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ....ସବୁ କଲେଜରେ ଗଢ଼ା ହେବ ଆଲୁମିନି ସେଲ୍‌, ପ୍ରଥମ ପର୍ଯ୍ୟାୟରେ ୧୨ ମହାବିଦ୍ୟାଳୟ ସାମିଲ

ସୂଚନା ଅନୁଯାୟୀ, ମୋ ସ୍କୁଲ ଅଭିଆନ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଛି ସମ୍ମାନଜନକ ପୁରସ୍କାର । ମୋ ସ୍କୁଲ୍ ଅଭିଆନର "ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ" ଏବଂ "୫T ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ" ମାନ୍ୟତା ପାଇଁ ସ୍କଚ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନର ସୁବିଧା ଯୋଗାଇଛି ୫T ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ । ଉଚ୍ଚ ବିଦ୍ୟାଳୟର ଭିଭିଭୂମି ସୁଦୃଢ଼ ହୋଇଛି । ଉନ୍ନ‌ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି । ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା ସହ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.