ଭୁବନେଶ୍ବର: ଗତ 2011 ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ଏମପି ଏମଏଲଏ ସ୍ପେସିଆଲ କୋର୍ଟରେ ହାଜର ହେଲେ କଂଗ୍ରେସ ବିଧାୟକ ରମେଶ ଜେନା । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଶାସକ ଦଳର ବହୁ ବିଧାୟକ ନେତା ଦୁର୍ନୀତି, ଅପରାଧରେ ଜଡିତ ଅଛନ୍ତି ହେଲେ ସରକାର ଚୁପ ବସିଛନ୍ତି କିନ୍ତୁ କଂଗ୍ରେସକୁ ଟାର୍ଗେଟ କରାଯାଉଛି। ନିୟମ ସମସ୍ତଙ୍କ ପାଇଁ ସମାନ, ଆମ ବିଧାୟକଙ୍କ ପାଇଁ ଗୋଟିଏ ଆଉ ଶାସକ ଦଳର ବିଧାୟକ ନେତା ମାନଙ୍କ ପାଇଁ ଆଉ ଗୋଟିଏ। ନିର୍ବାଚନ ଆସିଲେ କଂଗ୍ରେସକୁ ହଇରାଣ କରିବାକୁ ଏହା ସରକାରଙ୍କ ଯୋଜନା। ଆଗରୁ କିଛି ନୋଟିସ ହେଲାନାହିଁ ଏବେ ସିଏ କଂଗ୍ରେସ ବିଧାୟକ ବୋଲି ତାଙ୍କୁ ନୋଟିସ ହେଉଛି। ବିଜେଡି ଏବଂ ବିଜେପିର କେତେ ନେତା ମନ୍ତ୍ରୀଙ୍କ ନାରେ ମାମଲା ରହିଛି। ତାଙ୍କୁ କେତେ ଥର ତଦନ୍ତ ପାଇଁ ଡକା ଯାଉଛି। ଜଣାପଡୁଛି କଂଗ୍ରେସକୁ ଭୟ କରୁଛି ସରକାର। ଏହାକୁ କୌଣସି ମତେ ଗ୍ରହଣ କରାଯିବ ନାହିଁ। ସବୁ କଂଗ୍ରେସ କର୍ମୀ ବିଧାୟକମାନଙ୍କ ପଛରେ ରହିଛନ୍ତି, ନ୍ୟାୟ ପାଇଁ ଆବଶ୍ୟକ ପଡିଲେ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବଆନ୍ଦୋଳନକୁ ଶାଣିତ କରିବ।
ଅଧିକ ପଢନ୍ତୁ- ଚନ୍ଦ୍ରମା ଆପାର୍ଟମେଣ୍ଟର ଗୁଳିକାଣ୍ଡ ଘଟଣା, ବିଧାୟକ ରମେଶ ଜେନା କୋର୍ଟରେ ହାଜର
ରମେଶ ଜେନା ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଜଣେ ମାତ୍ର କଂଗ୍ରେସ ବିଧାୟକ। ଗଞ୍ଜାମ ଜିଲ୍ଲା ସଭାପତି ଭାବେ ରମେଶ କାର୍ଯ୍ୟ କରୁଥିଲେ। ପୂର୍ବରୁ ରମେଶଙ୍କ ନାଁରେ ଅନେକ ଗୁଡିଏ ଅପରାଧୀକ ମାମଲା ରହିଛି। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବାରୁ ରମେଶଙ୍କ ଉପରେ ରାଜ୍ୟ ପ୍ରଶାସନର କଡା ନଜର ରହିଛି।
ସୂଚନା ଥାଉ କି ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ପୋଲିସ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମ୍ପୃକ୍ତି ନେଇ କୋର୍ଟରେ ହାଯର ହୋଇଥିଲା । କୋର୍ଟର ନିର୍ଦେଶ ମୁତାବକ ଆଜି ରମେଶ ଭୁବନେଶ୍ଵର କୋର୍ଟରେ ହାଜର ହୋଇଥିଲେ। 2011 ମସିହା ଫେବୃଆରୀ 1ତାରିଖରେ ଭୁବନେଶ୍ବର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟରେ ଗୁଳିକାଣ୍ଡ ଘଟିଥିଲା।
ଇଟିଭି ଭାରତ, ଭୁବନେଶ୍ବର