ETV Bharat / state

ବକେୟା ଦରମା ପ୍ରଦାନ ଦାବିରେ ଗର୍ଜିଲେ ମହିଳା, କହିଲେ 'ଗର୍ଭ ଯନ୍ତ୍ରଣାରୁ ଅଧିକ କଷ୍ଟ' - MASSIVE PROTEST IN BHUBANESWAR

ଗାନ୍ଧୀମାର୍ଗରେ ଗର୍ଜିଲେ ମିଶନ ଶକ୍ତି ମହିଳା । ୯ ମାସର ବକେୟା ଦରମା ମିଳିନଥିବାରୁ ପ୍ରତିବାଦ । ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍ ।

Massive Protest In Bhubaneswar
Massive Protest In Bhubaneswar (ETV Bharat Odisha)
author img

By ETV Bharat Odisha Team

Published : Dec 9, 2024, 8:55 PM IST

ଭୁବନେଶ୍ବର: ୯ ମାସର ବକେୟା ଦରମାକୁ ପ୍ରତିବାଦ । ଗାନ୍ଧୀମାର୍ଗରେ ଗର୍ଜିଲେ ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ଆଉ ଏମାନଙ୍କ ସହ ସାମିଲ ହେଲେ ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ଗଣଧାରଣା। ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଲୋୟର ପିଏମଜିରେ ପହଞ୍ଚି ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ସେପଟେ ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେଡି ।

୯ ମାସର ଦରମା ପ୍ରଦାନ ଦାବି:

Massive Protest In Bhubaneswar (ETV Bharat Odisha)

୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କର ୯ ମାସର ଦରମା ପ୍ରଦାନ ଦାବି ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଂଘ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରିଥିବା ବେଳେ ୧୦ ଦଫା ଦାବି ନେଇ ହଜାର ହଜାର ମହିଳା ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି । ୯ ମାସ ଦରମା ପ୍ରଦାନ ଦାବି ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଂଘ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରିଥିବାବେଳେ ଏଥିରେ ସାମିଲ ରହିଛନ୍ତି MBK, ବ୍ୟାଙ୍କ୍ ମିତ୍ର, LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର । ୯ ମାସ ଧରି ସରକାରଙ୍କର ବିଭିନ୍ନ କାର୍ଯ୍ୟ କରୁଥିବାବେଳେ କାହିଁକି ପାରିଶ୍ରମିକ ମିଳୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ମହିଳା ।

'୯ ମାସର କଷ୍ଟ ଗର୍ଭ ଯନ୍ତ୍ରଣାରୁ ଅଧିକ'

Massive Protest In Bhubaneswar
Massive Protest In Bhubaneswar (ETV Bharat Odisha)

ଆନ୍ଦୋଳନରତ ମହିଳା କହିଛନ୍ତି, "୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଖରା ବର୍ଷ ଶୀତ ସହି ନିଜ ଛୁଆକୁ ବଡ କଲା ପରି ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଆମେ କାମ କରୁଛୁ। ହେଲେ ୯ ମାସ ଧରି ରାଜ୍ୟ ସରକାର ଆମକୁ ତାର ପାରିଶ୍ରମିକ ହେଉନାହାନ୍ତି । ଏପରିକି ନୂଆ ସରକାର ସୁଭଦ୍ରା ଯୋଜନାକୁ ସଫଳ ରୂପାୟନରେ ବି ଆମର ସବୁଠୁ ଅଧିକଯୋଗ ଦାନ ରହିଛି । ଏହି ୯ ମାସର କଷ୍ଟ ବକେୟା ଥିବା ଦରମା ଗର୍ଭଯନ୍ତ୍ରଣାଠୁ ବି ବଳିଯାଇଛି । ୯ ମାସ କଷ୍ଟ ସହି ସିନା ଛୁଆ ହୋଇଯାଏ କିନ୍ତୁ ତାର ଲାଳନ ପାଳନ ପାଇଁ ଟଙ୍କା ଦରକାର ଦରମା ବିନା ଯେଉଁଠି ପେଟ ପୋଡିଯାଉଛି ତାହା ଯନ୍ତ୍ରଣା ସଦୃଶ ହୋଇଛି ।" ତେଣୁ ସେମାନେ ଦାବି ପୂରଣ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅନୁରୋଧ କରିଛନ୍ତି ।

ବିଜୁ ଶ୍ରମିକ ସାମୁଖ୍ୟର ସମର୍ଥନ:
ଅନ୍ୟପଟେ ବିଜୁ ଶ୍ରମିକ ସାମୁଖ୍ୟ ଏହାକୁ ସମର୍ଥନ ଜଣାଇବା ସହ ମହିଳାଙ୍କ ପରିଶ୍ରମିକକୁ ନେଇ ପ୍ରତିବାଦ ଜଣାଇଛନ୍ତି ଓ ତାଙ୍କ ଦାବି ବିଧାନସଭାରେ ଉପସ୍ଥାପନ ପାଇଁ ପ୍ରତିଶୃତି ଦେଇଛନ୍ତି । ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ସୁବାସ ସିଂ କହିଛନ୍ତି, "ମହିଳା ମାନଙ୍କୁ ଉପେକ୍ଷିତ ନକରି ମହିଳା ସଶକ୍ତିକରଣର ଉଦାହରଣ ସାଜିଥିବା ମିଶନ ଶକ୍ତିକୁ ବନ୍ଦ ନ କରି ଦରମା ପ୍ରଦାନ କରନ୍ତୁ । ଆଉ ସେମାନଙ୍କୁ ତାଙ୍କ ଅଧିକାରର ସମ୍ମାନ ପ୍ରଦାନ କରନ୍ତୁ । ମହିଳାଙ୍କୁ ତାଙ୍କ ବକେୟା ଦରମା ନ ମିଳିବା ଯାଏଁ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ମହିଳାଙ୍କ ପାଇଁ ସ୍ୱର ଉଠାଇବ । ଏହାସହ ୧୫ ଜଣିଆ ବିଜେଡି ବିଧାୟକ ଦଳ ଲୋୟର PMG ଆସି ଧାରଣାରେ ବସିଥିବା ମହିଳାଙ୍କ ସହ ସାମିଲ ହେଇଛନ୍ତି ।

ଏହା ବି ପଢନ୍ତୁ...ଅନୁଗୋଳରେ ଜୟପୁର ଇଫେକ୍ଟ, ତାତିଲା ବ୍ୟବସାୟୀ ସଂଘ

ଏହା ବି ପଢନ୍ତୁ...ନ୍ୟାୟ ପାଇଁ ରାଜରାସ୍ତାରେ RI ଓ ଅମିନ ପରୀକ୍ଷାର୍ଥୀ, ରାସ୍ତାରେ ଶୋଇ କଲେ ପ୍ରତିବାଦ

ଏହା ବି ପଢନ୍ତୁ...ନିଯୁକ୍ତି ଚଞ୍ଚକତା ନେଇ ବର୍ଷିଲେ ମୋହନ ମାଝୀ, 'ପୂର୍ବ ସରକାରରେ ହୋଇଥିଲା ASO ସିଟ୍ ବିକ୍ରି'

ବିଜେପିକୁ ଅରୁଣଙ୍କ ଟାର୍ଗେଟ୍:

ଏହି ଅବସରରେ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷଛନ୍ତି । ସେ କହିଛନ୍ତି, "ତୁରନ୍ତ ବକେୟା ଦରମା ସରକାର ପ୍ରଦାନ କରନ୍ତୁ । ନଚେତ ଏ ଲଢେଇ ଜୋରଦାର ହେବ ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି । ଆପଣଙ୍କ ପାଇଁ ବିଧାନସଭାରୁ ଆମେ ୨ କିମି ଚାଲି ଚାଲି ଆସିଛୁ । ଦରକାର ପଡ଼ିଲେ ୨୦୦ କିମି ଚାଲିବୁ । ୫ ହଜାର ଦେଇ ଘରେ ବସିବାକୁ କହିବୁନି, କିଭଳି ସମ୍ମାନର ସହ କାର୍ଯ୍ୟକୁ ନେଇ ପାରିଶ୍ରମିକ ପାଇବୁ ସେନେଇ ଲଢେଇ କରିବୁ ।"

ବିଧାନସଭାରେ ମହିଳାଙ୍କ ଧାରଣା ପ୍ରସଙ୍ଗ:

ବିଧାନସଭା ଆଗରେ ହଜାର ହଜାର ମହିଳାଙ୍କ ଧାରଣା ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । କେବେ ସୁଦ୍ଧା ସେମାନେ ନ୍ୟାୟ ପାଇବେ ପ୍ରଶ୍ନ କରି ଏନେଇ ରୁଲିଂ ଦାବି କରିଛନ୍ତି । ସେପଟେ ପ୍ରମିଳାଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ମାନସ ଦତ୍ତ । ଏସବୁ ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ମାନସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.