ETV Bharat / state

ଘରୋଇ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ, ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକ ମୃତ ! - Minor Dies Due To Wrong Injection - MINOR DIES DUE TO WRONG INJECTION

Minor Dies Due To Wrong Injection: ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ଘଟିଛି । ଭୁଲ ଇଞ୍ଜେକ୍ସନ କାରଣରୁ ଏପରି ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଅଧିକ ପଢନ୍ତୁ

Wrong Injection
Wrong Injection (ETV Bharat Odisha)
author img

By ETV Bharat Odisha Team

Published : Jul 3, 2024, 4:18 PM IST

କଟକ: ଭୁଲ ଇଞ୍ଜେକସନ ନେଲା ଜୀବନ । ଭୁଲ ଇଞ୍ଜେକସନ କାରଣରୁ ୧୪ ବର୍ଷ ନାବାଳକର ଜୀବନ ଯାଇଥିବା ଅଭିଯୋଗ ହୋଇଛି । କଟକ କାଠଗୋଲା ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଜୀବନ ଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା କରାଇଥିବା ଡାକ୍ତର ଓ ହସ୍ପିଟାଲ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ମଙ୍ଗଳାବାଗ ଥାନା ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି ।

Wrong Injection (ETV Bharat Odisha)

କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁଁ ଏହି ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଯାଜପୁର ଅଞ୍ଚଳର ରଶ୍ମି ରଞ୍ଜନ ମଲ୍ଲିକ ନାମକ ଜଣେ ନାବାଳକ ଚିକିତ୍ସା ପାଇ ହସ୍ପିଟାଲ ଆସିଥିଲା । ନାବାଳକର ବେକରେ ଥିବା ବଥର ଅପରେସନ ପାଇଁ ମଙ୍ଗଳାବାଗ କାଠ ଗୋଲା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାରଲୋକେ । ପରିବାରଲୋକଙ୍କ ଅଭିଯୋଗ ଅନୁସାରେ, ଅପରେସନ ପୂର୍ବରୁ ଇଞ୍ଜେକସନ ଦେବା ପରେ ପିଲାଟି ଗୁରୁତର ହୋଇପଡିଥିଲା । ପରେ ନାବାଳକକୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ।

ଏହା ବି ପଢନ୍ତୁ...କମ୍ପିଟେଟିଭ୍ ଛାତ୍ରଙ୍କ ସଂଦେହଜନକ ମୃତ୍ୟୁ, ରସୁଲଗଡ ଛକ ପାଖରୁ ମିଳିଲା ମୃତଦେହ - Competitive Student Found Dead

ଏହା ବି ପଢନ୍ତୁ...ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ଅଭିଳାଷ, ଖଣ୍ତନ କଲେ ଏସସିବି ଅଧିକ୍ଷକ - Medical negligence in SCB

ଅନ୍ୟପଟେ ଡାକ୍ତରଙ୍କ ଅନୁପସ୍ଥିିତିରେ ନର୍ସ, କମ୍ପାଉଣ୍ଡର ନିଶା ଇଞ୍ଜେସନ ଦେଇ ପୁଅକୁ ମାରିଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ସେପଟେ ଡାକ୍ତର କହିଛନ୍ତି, "ଆମର ରୋଗୀ ପ୍ରତି କିଛି ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇନାହିଁ । ପ୍ରାଥମିକ ଚିକିତ୍ସା ଯାହା କରିବା କଥା ଆମ ତରଫରୁ କରାଯାଇଛି । ଅଭିଯୋଗ ଆଧାରରେ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ କରାଯାଇଛି । ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଗାଇଡଲାଇନ ଅନୁସାରେ ତଦନ୍ତ ହେବ ବୋଲି କହିଛନ୍ତି ଜୋନ ୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.