ETV Bharat / state

Bhubaneswar Murder:ନାବାଳକର ନାରକୀୟ କାଣ୍ଡ; ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା, ଶରୀରରୁ ଅଲଗା କରିଦେଲା ମୁଣ୍ଡ - Minor Boy Killed Lovers Uncle

author img

By ETV Bharat Odisha Team

Published : Aug 29, 2024, 7:33 PM IST

Minor Boy Killed Lovers Uncle: ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା । ରାତି ଅଧରେ ଫେରୁଥିଲା ପ୍ରେମିକାର ଦାଦା । ଗୋଡାଇ ଗୋଡ଼ାଇ ହାଣିଲା ନାବାଳକ ପ୍ରେମିକ । ଅଧିକ ପଢ଼ନ୍ତୁ.

Bhubaneswar Murder
Bhubaneswar Murder (ETV Bharat Odisha)

ଭୁବନେଶ୍ବର: ନାରକୀୟ କାଣ୍ଡ ଘଟାଇଲା ନାବାଳକ । ପ୍ରେମରେ କଣ୍ଟା ସାଜିଥିଲେ ଯୁବତୀଙ୍କ ଦାଦା । ଝିଆରୀଠୁ ଦୂରେଇ ରହିବାକୁ ନାବାଳିକ ପ୍ରେମିକ ଚେତାବନୀ ଦେଇଥିଲା ଦାଦା । ମାତ୍ର ପ୍ରେମରେ ଅନ୍ଧଥିବା ନାବାଳକ ସାଜିଲା ରକ୍ତମୁଖା । ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ପାଲଟିଲା ଜହ୍ଲାଦ । ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କୁ ଖଣ୍ଡାରେ ଚୋଟ ପକାଇ ହତ୍ୟା କରିଛି ନାବାଳକ ପ୍ରେମିକ । ପ୍ରେମ ପାଇଁ ଯେ, ଜଣେ କେତେ ତଳକୁ ଖସିଯାଇପାରେ ତାରା ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋଦ ରାଜଧାନୀରେ ।

Bhubaneswar Murder (ETV Bharat Odisha)

ପ୍ରେମ ପାଇଁ ହତ୍ୟା:

ସୂଚନା ଅନୁସାରେ, ଭୁବନେଶ୍ବର ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାରର ଜଗନ୍ନାଥ ମଲ୍ଲିକଙ୍କ ଝିଆରୀକୁ ତାଙ୍କ ସାହିର ଜଣେ ଯୁକ୍ତ ୨ ଛାତ୍ର ଏକତରଫା ପ୍ରେମ କରୁଥିଲା । ସେପଟେ ଏକତରଫା ପ୍ରେମକୁ ବିରୋଧ କରୁଥିଲେ ଦାଦା ଜଗା । ଏପରିକି ପୂର୍ବରୁ ନାବାଳକ ପରିବାର ସହ ଏହାକୁ ନେଇ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ମାତ୍ର ପ୍ରେମ ଅନ୍ଧ ନାବାଳକ ଜଣକ ରକ୍ତମୁଖା ପାଲଟି ଯାଇଥିଲା । ଆଉ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତକାଲି(ବୁଧବାର) ରାତିରେ ଜଗା ବାଇକ୍‌ରେ ଘରକୁ ଫେରୁଥିଲେ । ଏପଟେ ଅନ୍ଧାରୁଆ ଜାଗାରେ ହାତରେ ଏକ ଖଣ୍ଡା ଧରି ଲୁଚି ରହିଥିଲା ନାବାଳକ । ଜଗା ଆସୁଥିବା ଦେଖି ତାଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ତାଙ୍କ ବେକକୁ ଚୋଟ ପକାଇଥିଲା । ଫଳରେ ଘଟଣାସ୍ଥଳରେ ଜଗାଙ୍କ ମୃତ୍ୟୁ ହୋଇଥିଲା ।

ନାବାଳକ ପ୍ରେମୀକ ଅଟକ:

ତେବେ ଜଗାଙ୍କୁ ହତ୍ୟା କରିବା ପରେ ନାବାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ । ଖଣ୍ଡଗିରି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପରେ ପୋଲିସ୍ ଅଭିଯୁକ୍ତ ନାବାଳକଙ୍କୁ କାବୁ କରି ଥାନାରେ ଅଟକ ରଖିଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ଅଧିକ ତଦନ୍ତ ପାଇଁ ଡ଼ିସିପିଙ୍କ ସମେତ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଯାଞ୍ଚ କରୁଛନ୍ତି । ଅଭିଯୁକ୍ତ କେମିତି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ସେନେଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧିକ ଖୋଳତାଡ କରୁଛି । ଉଭୟ ପରିବାର ସହ ସ୍ଥାନୀୟ ଲୋକଙ୍କୁ ପଚାର ଉଚରା କରୁଛି ପୋଲିସ ।

ମାରିଦେବା ପାଇଁ ପୂର୍ବରୁ ଦେଇଥିଲେ ଧମକ:

ସେପଟେ ଜଗାଙ୍କ ମୃତ୍ୟୁକୁ ନେଇ କାନ୍ଦ ବୋବାଳିରେ ଫାଟୁଛି ଗାଁ । ସ୍ତ୍ରୀ ଓ ମା କାନ୍ଦି କାନ୍ଦି ମୁର୍ଚ୍ଛା ହଉଥିବା ବେଳେ ପୁରା ଗାଁରେ ଦେଖିବାକୁ ମିଳିଛି ଶୋକାକୁଳ ପରିବେଶ । ଜଗାଙ୍କ ହତ୍ୟାକୁ ନେଇ ସମ୍ପର୍କୀୟ କହିଛନ୍ତି, "ଏଥିରେ ନାବାଳକର ପରିବାର ଲୋକେ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି । ତାଙ୍କ ବାପା ଜଣେ ଅଭ୍ୟାସଗତ ଅପରାଧୀ । ଗାଁରେ ଅନେକ ଥର ଆତଙ୍କ ଖେଲାଇଛନ୍ତି । ପୂର୍ବରୁ ଧମକ ଦେଇଥିଲେ ଦାଦାକୁ ମାରିଦେବେ । ଏବେ ପୁତୁରାକୁ ମାରିଦେବେ କହୁଛନ୍ତି । ମାରିବା ପରେ ବାପା ଫେରାର ଥିବା ବେଳେ ପୁଅ ନାବାଳକ ବୋଲି ତାକୁ ପୋଲିସ ପାଖରେ ଫସେଇ ଦେଇଛି । ତେଣୁ ଆମେ ଚାହୁଁଛୁ ଯେଉଁମାନେ ଦୋଷୀ ତାଙ୍କୁ ମୃତ୍ୟୁଦଣ୍ଡ ମିଳୁ । ଛୋଟ ପିଲା ହୋଇ ଯଦି ମଣିଷକୁ ମାରିପାରୁଛି ତେବେ ତାକୁ କାହିଁକି ମୃତ୍ୟୁଦଣ୍ଡ ଦିଆଯିବନି । ଆମର ଦାବି ତାକୁ ଫାସୀ ଦିଆଯାଉ ।"

ତଦନ୍ତ ଚଲାଇଛି ପୋଲିସ:

ଅନ୍ୟପଟେ ଜଗାଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ଘଟଣାରେ ଆମେ ୨ ଜଣଙ୍କୁ ଅଟକ ରଖିଛୁ । ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର ଜବତ କରିବା ସହ ସିସିଟିଭି ଭୁଟେଜ ସଂଗ୍ରହ କରିଛୁ । ଯେଉଁଥିରେ ଦୁଇ ଅଭିଯୁକ୍ତ ଦୌଡୁଥିବା ଦେଖିବାକୁ ମିଳିଛି । ସାଇଣ୍ଟିଫିକ ଟିମ ଆସି ସବୁ ଦିଗରୁ ଯାଞ୍ଚ କରି ତଥ୍ୟ ସଂଗ୍ରହ କରିଛି । ଏହା ଯୋଜନାବଦ୍ଧ ହତ୍ୟା ହୋଇଥିବା ବେଳେ ୨ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିଛୁ । ଯାଞ୍ଚ ଓ ତଦନ୍ତ ପରେ ଆଉ କେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କୁ ଧରାଯିବ । ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ କହିବା ଅନୁସାରେ ଯଦି ତାଙ୍କ ବାପାଙ୍କ ପ୍ରରୋଚନାରେ ଏସବୁ ହୋଇଥାଏ ତଦନ୍ତ ପରେ ତାଙ୍କୁ ମଧ୍ୟ ଗିରଫ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଜେଲରେ VIP ସୁବିଧା ମିଳିବା ମାମଲା; ଅଭିନେତା ଦର୍ଶନଙ୍କୁ ବଲ୍ଲାରୀ ଜେଲକୁ କରାଗଲା ସ୍ଥାନାନ୍ତର, ପୁଣି 11 ଦିନ ବଢିଲା ରିମାଣ୍ଡ ଅବଧି - Darshan Shifted To Ballari Jail

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.