ETV Bharat / state

ଜୀବିକା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁ ବିଭାଗ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - ST and SC Welfare REVIEW MEETING

author img

By ETV Bharat Odisha Team

Published : Jun 21, 2024, 10:14 PM IST

Review meeting of ST & SC Welfare Department: ବିଭାଗୀୟ ସମୀକ୍ଷା କଲେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବାଙ୍ଗୀନ ସହଯୋଗ କରିବା ସହ ୧୦୦ ଦିନିଆ କାର୍ଯ୍ୟ ଯୋଜନା କରିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

Review meeting of ST & SC Welfare Department
Review meeting of ST & SC Welfare Department (ETV Bharat Odisha)

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ହୋଇଛି ସମୀକ୍ଷା ବୈଠକ । ଆଜି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା କରିଛନ୍ତି । ଯୁବବର୍ଗଙ୍କୁ ଚିହ୍ନଟ କରି ବିଭିନ୍ନ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସେ ସମୀକ୍ଷା କରିବା ଅବସରରେ ଆହ୍ୱାନ ଦେଇଛନ୍ତି । ବୈଠକରେ ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବାଙ୍ଗୀନ ସହଯୋଗ କରିବା ସହ ୧୦୦ ଦିନିଆ କାର୍ଯ୍ୟ ଯୋଜନା ଓ ଦୂରଦୃଷ୍ଟି ସମ୍ପନ୍ନ ଏକ ଦସ୍ତାବିଜ ପ୍ରସ୍ତୁତ କରି ବିଭାଗକୁ ଏକ ନୂତନ ସ୍ତରରେ ପହଞ୍ଚାଇବାକୁ ମନ୍ତ୍ରୀ କହିଛନ୍ତି ।

ଏହା ସହିତ ଆଦିବାସୀ ପରିବାରର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ରହିବା ଓ ଖାଇବା ପାଇଁ ରାଜ୍ୟବ୍ୟାପୀ ଆଦିବାସୀଙ୍କ ପାଇଁ ବହୁମୁଖୀ କମ୍ୟୁନିଟି ସେଣ୍ଟର ନିର୍ମାଣ ହେବ ବୋଲି ବୈଠକରେ ଆଲୋଚନା ହୋଇଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ସହରାଞ୍ଚଳ ଆବାସିକ ବ୍ୟବସ୍ଥା ନିର୍ମାଣ ପାଇଁ ଏକ ନୂତନ ଯୋଜନା ହାତକୁ ନେବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳରେ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍ୱେଷା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ଏହାସହ ରାଜ୍ୟ ଯୋଜନା ମାଧ୍ୟମରେ ସାରା ରାଜ୍ୟରେ ଅନୁସୂଚିତ ଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀ କିଭଳି ଉଚ୍ଚଶିକ୍ଷା ପାଇପାରିବେ ସେ ଦିଗ ପ୍ରତି ଦୃଷ୍ଟି ଦେବା ନେଇ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ସେଥିପାଇଁ ରାଜ୍ୟ ଯୋଜନା ମାଧ୍ୟମରେ ଅଧିକ ହଷ୍ଟେଲ ସୁବିଧା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. 'ସାଂସ୍କୃତିକ-ଐତିହାସିକ ଗୌରବ ବହନ କରୁଥିବା ସ୍ଥାନକୁ ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା' - TOURISM DEPARTMENT REVIEW MEETING

ଓଡ଼ିଶାରେ ବର୍ତ୍ତମାନ ୬୪ ଆଦିବାସୀ ସମ୍ପ୍ରଦାୟ ଓ ୧୩ ଆଦିମ ଜନଜାତି ଗୋଷ୍ଠୀ ରହିଛନ୍ତି । ଏହିସବୁ ଗୋଷ୍ଠୀଙ୍କୁ ଆଧାର ଅନ୍ତର୍ଭୁକ୍ତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ଆଦିବାସୀଙ୍କୁ ଅର୍ଥନୈତିକ ପ୍ରୋତ୍ସାହନ ଦେବା ପାଇଁ ଗ୍ରାମପଞ୍ଚାୟତ ସ୍ତରରେ ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ କ୍ରୟ ବ୍ୟବସ୍ଥା କରିବା କ୍ରୟ ୟୁନିଟ ଭାବେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ପଦକ୍ଷେପ ଓ କାର୍ଯ୍ୟକଳାପ ସମ୍ପର୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗୀୟ କମିଶନର ତଥା ସଚିବ ରୂପା ରୋଶନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନାକୁ ଅଧିକ ଲୋକାଭିମୁଖୀ କରିବା ସହ ଗ୍ରାମପଞ୍ଚାୟତ ସ୍ତରରେ ଜିଲ୍ଲାସ୍ତରୀୟ ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ଜୀବିକା ଯୋଜନା ପାଇଁ ଠିକ ସମୟରେ କୃଷି ଉପକରଣ ବିତରଣ ସୁନିଶ୍ଚିତ କରାଯିବା ଆବଶ୍ୟକ ରହିଥିବା କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ଆଦିମ ଜନଜାତି ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିବାକୁ କହିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ଅଧୀନରେ ଥିବା ଅବ୍ୟବହୃତ ସରକାରୀ କୋଠାକୁ ସରକାରୀ ରାଜକୋଷର ଅପଚୟ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ରାଜ୍ୟବ୍ୟାପୀ ଏଭଳି ନିର୍ମାଣର ମାନଚିତ୍ର ପ୍ରସ୍ତୁତ କରି ଓଡ଼ିଶାର ଅନୁସୂଚିତ ଜାତି, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ହଷ୍ଟେଲ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । କୋରାପୁଟ କଫି ଓଡ଼ିଶାର ଏକ ଅନନ୍ୟ ଆଦିବାସୀ ଉତ୍ପାଦ ଯାହା ସାରା ବିଶ୍ୱରେ ଲୋକପ୍ରିୟ ହୋଇ ପାରିଥିବାରୁ ମନ୍ତ୍ରୀ ଏହାର ପ୍ରଶଂସା କରିଛନ୍ତି । ଗୁଣାତ୍ମକ ଏବଂ ଜୈବିକ କଫିର ଉତ୍ପାଦକୁ ଉନ୍ନତ କରିବା ଦ୍ୱାରା ପ୍ରକ୍ରିୟାକରଣ ଏବଂ ଚାଷ ସହିତ ଜଡିତ ଆଦିବାସୀ ଗୋଷ୍ଠୀ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.