ETV Bharat / state

‘ଜନଜାତି, ଅନୁସୂଚିତ ଜାତିର ବିକାଶକୁ ତ୍ୱରାନ୍ୱିତ କରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତ କର’ - SC ST Minister review meeting

author img

By ETV Bharat Odisha Team

Published : Jun 19, 2024, 9:21 AM IST

SC and ST Department of Odisha: ବିଭାଗୀୟ ସମୀକ୍ଷା କଲେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କାର୍ଯ୍ୟଧାରା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ରଖିଲେ ଅଧିକାରୀ । ଅଧିକ ପଢନ୍ତୁ

‘ଜନଜାତି, ଅନୁସୂଚିତ ଜାତିର ବିକାଶକୁ ତ୍ୱରାନ୍ୱିତ କରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତ କର’
‘ଜନଜାତି, ଅନୁସୂଚିତ ଜାତିର ବିକାଶକୁ ତ୍ୱରାନ୍ୱିତ କରିବାକୁ ରୋଡ଼ମ୍ୟାପ ପ୍ରସ୍ତୁତ କର’ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ବରେ ନୂତନ ସରକାର କାର୍ଯ୍ୟ ଆରମ୍ଭ କରିବା ପରେ ମନ୍ତ୍ରୀମାନେ ବିଭାଗୀୟ ସମୀକ୍ଷା ଆରମ୍ଭ କରିଛନ୍ତି । ନୂତନ ଭାବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନିତ୍ୟାନନ୍ଦ ଗଣ୍ଡ ଗତକାଲି (ମଙ୍ଗଳବାର) ବିଭାଗୀୟ ସମୀକ୍ଷା ବୈଠକ କରିଛନ୍ତି । ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଭାଗୀୟ ଅଧିକାରୀ । ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁଙ୍କ ନେତୃତ୍ୱରେ ଅଧିକାରୀମାନେ ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସଚିବ ରୂପାରୋଶନ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ମନ୍ତ୍ରୀଙ୍କୁ ସଂକ୍ଷିପ୍ତରେ ଅବଗତ ମଧ୍ୟ କରାଇଥିଲେ ।

ସମସ୍ତେ ମିଳିମିଶି ବିଭାଗର କାର୍ଯ୍ୟ କରିବା ସହ ସକାରାତ୍ମକ ଭାବରେ କାର୍ଯ୍ୟ ସମ୍ପାଦନ କରିବାକୁ ମନ୍ତ୍ରୀ ନିତ୍ୟାନନ୍ଦ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହ ଜନଜାତି, ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଦୂରଦର୍ଶୀ ଯୋଜନା ରୂପରେଖ ଦସ୍ତାବିଜ ପ୍ରସ୍ତୁତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସାକ୍ଷାତକାର ସମୟରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ଓଡିଶା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉନ୍ନୟନ ଆର୍ଥିକ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ସୀତାଂଶୁ ରାଉତ, ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଓବିସି ନିଦ୍ଦେର୍ଶକ ଯୁଗଳେଶ୍ୱରୀ ଦାସ, ବିତ୍ତ ପରାମର୍ଶଦାତା ଅକ୍ଷୟ କୁମାର ପାଟ୍ଟଯୋଷୀ, ଓପିଇଏଲଆଇପିର ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଧଳ, ଓଏସଏଫଡିସିର ଜେନେରାଲ ମ୍ୟାନେଜର ଇତିଶ୍ରୀ ଦାସ ତଥା ବିଭାଗୀୟ ପଦାଧୀକାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ :-ସ୍ମୃତିରେ ମିଡିଆ ମହାନାୟକ ରାମୋଜୀ ରାଓ, ମନେ ପକାଇଲେ ଓଡିଶା ମିଡିଆ ପରିବାର - TRIBUTE TO RAMOJI RAO

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୋହନ ସରକାର ବିଭିନ୍ନ ମନ୍ତ୍ରୀମାନେ ଦାୟିତ୍ବ ଗ୍ରହଣ କରିବା ପରେ ବିଭାଗୀୟ ତର୍ଜମା ଆରମ୍ଭ କରିଛନ୍ତି । ଗତକାଲି ଅବକାରୀ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ମଧ୍ୟ ବିଭାଗୀୟ ସମୀକ୍ଷା କରିଥିଲେ । ରାଜ୍ୟରେ ମାଦକଦ୍ରବ୍ୟ କାରବାର ଉପରେ ରୋକ ଲଗାଇବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପୂର୍ବରୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିଭାଗୀୟ ସଚିବ ଭିନିଲକ୍ରିଷ୍ଣାଙ୍କ ସହ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଭିତ୍ତିଭୂମି ତଦାରଖ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.