ETV Bharat / state

ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ସ୍ମୃତିରେ ଦୌଡିଲା ଝାରସୁଗୁଡା - ନବ ଦାସ ହତ୍ୟାକାଣ୍ଡକୁ ବର୍ଷେ

Former minister Naba Das Death Anniversary: ଆଜି ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଝାରସୁଗୁଡାରେ ମିନି ମାରାଥନ ଅନୁଷ୍ଠିତ । ଅଧିକ ପଢନ୍ତୁ

naba das death anniversary
naba das death anniversary
author img

By ETV Bharat Odisha Team

Published : Jan 29, 2024, 10:51 AM IST

Updated : Jan 29, 2024, 12:37 PM IST

Naba Das Death Anniversary

ଝାରସୁଗୁଡା: ଆଜି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ପୂରିଲା ବର୍ଷେ । ଗତ ବର୍ଷ ଆଜିର ଦିନରେ ଝାରସୁଗୁଡ଼ାରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ମଧ୍ୟ ଆଜି ବି ହତ୍ୟାକାଣ୍ଡ ନେଇ ସସ୍‌ପେନ୍ସ ଲାଗି ରହିଛି । ଏବେବି ହତ୍ୟାକାଣ୍ଡର କାରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଓଡିଶାବାସୀ । ତେବେ ନବଙ୍କ ସ୍ମୃତିରେ ଝାରସୁଗୁଡାରେ ଆଜି ନବ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ମିନି ମାରାଥନ୍‌ ଆୟୋଜନ ହୋଇଯାଇଛି ।

ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ସକାଳୁ ମନମୋହନ ଏମଇ ସ୍କୁଲ୍ ଠାରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏହି ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାରାଥନରେ ଜିଲ୍ଲା, ରାଜ୍ୟ ତଥା ଦେଶର ଅନେକ ବ୍ୟକ୍ତି ବିଶେଷ ଭାଗ ନେଇଥିଲେ । ସ୍ୱର୍ଗୀୟ ନବ ଦାସଙ୍କ ଅନୁପସ୍ଥିତିକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର ଲକ୍ଷ୍ୟ ନେଇ ଝାରସୁଗୁଡ଼ାବାସୀ ଏହି ମାରାଥନରେ ବିପୁଳ ସଂଖ୍ୟାରେ ଯୋଗ ଦେଇଛନ୍ତି । ଏହା ପରେ ଦିନ ୧୧ ଘଟିକା ସମୟରେ ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ଅପରାହ୍ନ ପ୍ରାୟ ୧୨ ଘଟିକା ସମୟରେ ପୁନର୍ବାର ମନମୋହନ ଏମ ଇ ସ୍କୁଲ୍ ପଡିଆଠାରେ ଏକ ସର୍ବୋଧର୍ମ ସଭା ଆୟୋଜନ ହେବ । ଏଥିରେ ଦେଶର ଅନେକ ପ୍ରାନ୍ତରୁ ଲିଖିତ କବିତାର ସ୍ମରଣିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ- ନବ ଦାସଙ୍କ ମୃତ୍ୟୁକୁ କାଲି ପୁରିବ ବର୍ଷେ, ଝାରସୁଗୁଡାରେ ହେବ ମିନି ମାରାଥନ

ପ୍ରକାଶ ଥାଉକି, ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ପଶ୍ଚିମ ଓଡ଼ିଶାର ଟାଣୁଆ ତେନା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଘଟଣାସ୍ଥଳରେ ପହଞ୍ଚିବା ପରେ କାରରୁ ଓହ୍ଲାଇବା ସମୟରେ ନବଙ୍କୁ ଖୁବ ଧୁମଧାମରେ ସ୍ୱାଗତ କରାଯିବା ସହ ଫୁଲମାଳ ପିନ୍ଧାଇ ପାଛୋଟି ନେବା ସମୟରେ ଫୁଟିଥିଲା ଗୁଳି । ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ ପ୍ରଥମେ ଝାରସୁଗୁଡାର ନିକଟସ୍ଥ ହସ୍ପିଟାଲରେ ନବଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚାଯାଇ ବିମାନବନ୍ଦରରୁ ଗ୍ରୀନ୍ କରିଡର ମଧ୍ୟରେ ଆମ୍ୱୁଲାନ୍ସ ମାଧ୍ୟମରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

Last Updated : Jan 29, 2024, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.