ETV Bharat / state

ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକଙ୍କ ପରିବାର, ମତଦାନ କରିବ କିଏ ? - Labourers Deprived To Cast Vote - LABOURERS DEPRIVED TO CAST VOTE

Labourers Deprived To Cast Their Vote: ଥମି ଯାଇଛି ପ୍ରଚାର, ଅପେକ୍ଷା କେବଳ ୨୦ ତାରିଖର ମତଦାନ ଦିବସକୁ । ମାତ୍ର ଭୋଟର ତାଲିକାରେ ନାଁ ଥାଇ ମଧ୍ୟ ଭୋଟଦାନରୁ ବଞ୍ଚିତ ହେବାକୁ ଯାଉଛନ୍ତି ଶତାଧିକ ଦାଦନ ଶ୍ରମିକ ଓ ସେମାନଙ୍କ ପରିବାର। ଅଧିକ ପଢନ୍ତୁ

Labourers Deprived To Cast Their Vote
Labourers Deprived To Cast Their Vote (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 6:55 PM IST

Labourers Deprived To Cast Their Vote (ETV Bharat Odisha)

ବୌଦ୍ଧ: ସରିଯାଇଛି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ । ଆଉ ଦିନକ ପରେ ହେବ ମତଦାନ ପ୍ରକ୍ରିୟା । ପ୍ରତି ଗାଁ ଗଣ୍ଡାରେ ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ଭଳି କି ଭଳି ପ୍ରତିଶୃତି ଦେଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । କିନ୍ତୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାରେ ବଞ୍ଚିତ ହେବାକୁ ଯାଉଛନ୍ତି ବୌଦ୍ଧର କିଛି ବାସିନ୍ଦା । ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ଗରିବ ଶ୍ରମିକଙ୍କ ପରିବାର । ଏହି ମତଦାନ ଅଧିକାରରୁ ଅନେକ ଦାଦନ ଶ୍ରମିକଙ୍କ ପରିବାର ବଞ୍ଚିତ ରହିବେ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ .... ମୌଳିକ ସୁବିଧାରୁ ବଞ୍ଚିତ ଡିମିରିପାଲି ଗ୍ରାମବାସୀ, ଭୋଟ ନଦେବାକୁ ଚେତାବନୀ - Villagers Boycott Election

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ କରିଛନ୍ତି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଆସନ୍ତା କୋଡ଼ିଏ ତାରିଖରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । କିନ୍ତୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶହ ଶହ ଶ୍ରମିକ ପରିବାର ବର୍ତ୍ତମାନ ବାହାର ରାଜ୍ୟରେ ବନ୍ଧକ ରହିଛନ୍ତି । ଖାସ କଣ୍ଟାମାଳ ବ୍ଲକ ସଦର ମହକୁମାର ବିଭିନ୍ନ ବସ୍ତିରୁ ଶହ ଶହ ଶ୍ରମିକ ପରିବାର ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଏଭଳି ଅନେକ ଗ୍ରାମ ରହିଛି ଯେଉଁଠି କାମଧନ୍ଦାର ଘୋର ଅଭାବ ଯୋଗୁଁ ଶ୍ରମିକ ମାନେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ କାମରେ ନିୟୋଜିତ ଅଛନ୍ତି ।

ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ ପାଇକ ରାୟ କହିଛନ୍ତି ଯେ ସରକାରୀ ତଥ୍ୟ ଅନୁସାରେ ଆଇଏସଏମଡବ୍ଲୁ ଅନ୍ତର୍ଗତ କେବଳ ଜଣେ ମାତ୍ର ବ୍ୟକ୍ତି ବାହାର ରାଜ୍ୟକୁ କର୍ମସନ୍ଧାନରେ ଯାଇଛନ୍ତି । କିନ୍ତୁ ଅନୌପଚାରିକ ଭାବେ କଣ୍ଟାମାଳ ବ୍ଲକର ୮ ଜଣ ଲୋକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଛନ୍ତି । ସେମାନଙ୍କ ଫୋନ ଜରିଆରେ ସେମାନଙ୍କ ଲୋକେସନକୁ ଟ୍ରାକ କରାଯାଇଛି । ଲାଇସିଙ୍ଗ ଅଫିସରଙ୍କ ଦ୍ବାରା ସେମାନଙ୍କୁ ଉଦ୍ଧାର କରାଯାଇ ବୌଦ୍ଧକୁ ପଠେଇବାର ପ୍ରୟାସ କରାଯାଇଛି ଏବଂ ଆଶା କରୁଛି ଯେ ସେମାନେ ଆସିଯିବେ । ଏହା ବ୍ୟତୀତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ମଧ୍ୟ ଆହୁରି ଅନେକ ଦାଦନ ଶ୍ରମିକଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ଫଳରେ ଚଳିତ ସାଧାରଣ ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବହୁ ଦାଦନ ଶ୍ରମିକଙ୍କ ପରିବାର ମତଦାନରୁ ବଞ୍ଚିତ ରହିବାର ଆଶଙ୍କା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.