ETV Bharat / state

ତେଲେଙ୍ଗାନାରେ ଦାଦନ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣିଲେ ମାଆ

author img

By ETV Bharat Odisha Team

Published : Feb 9, 2024, 6:24 PM IST

Migrant Laborer died in Telangana: ପରିବାର ପୋଷିବାକୁ ଦାଦନ ଖଟି ଯାଇଥିବା ଯୁବକଙ୍କୁ ବାହାର ରାଜ୍ୟରେ ହତ୍ୟା ଅଭିଯୋଗ । ନ୍ୟାୟ ପାଇଁ 70 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମୃତକଙ୍କ ମାଆ । ନ୍ୟାୟ ନମିଳିଲେ ଆଗକୁ ତୀବ୍ର ଆନ୍ଦୋଳନ ଧମକ ଦେଲେ ବିଭିନ୍ନ ସଂଗଠନ । ଅଧିକ ପଢ଼ନ୍ତୁ

ତେଲେଙ୍ଗାନାରେ ଦାଦନ ଶ୍ରମିକ ମୃତ
ତେଲେଙ୍ଗାନାରେ ଦାଦନ ଶ୍ରମିକ ମୃତ
ତେଲେଙ୍ଗାନାରେ ଦାଦନ ଶ୍ରମିକ ମୃତ

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଦାଦନ ଦୁଃଖ । ପେଟ ପାଟଣା ପାଇଁ ତେଲେଙ୍ଗାନା ରାଜ୍ୟ ପୈଦାପାଲିକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ । ହେଲେ କିଛିମାସ ପରେ ସେଠାରୁ ତାଙ୍କର ଦରପୋଡା ମୃତଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ପରିବାର ଓ ଗ୍ରାମବାସୀ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ନ୍ୟାୟ ପାଇଁ ନିଜେ ମୃତକଙ୍କ ମାଆ 70 କିମି ଚାଲି ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରେ ଗୁହାରି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ମୁରିବାହାଲ ବ୍ଲକ ଅନ୍ତର୍ଗତ ସନଜେର ବାହାଳି ଗ୍ରାମର ଯୁବକ ମୈତ୍ର ସେଠ ଜଣେ ଦାଦନ ଶ୍ରମିକ ଭାବରେ ତେଲେଙ୍ଗାନା ପୈଦାପାଲିକୁ ଯାଇଥଲେ । ଦାଦନ ସର୍ଦ୍ଦାର ସୁଶାନ୍ତ ପାତ୍ରଙ୍କ ଜରିଆରେ ସେ ପରିବାର ପୋଷିବା ଉଦ୍ଦେଶ୍ୟରେ ସେଠାକାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ଗତ ଅକ୍ଟୋବର 10 ତାରିଖରେ ସେ ସେଠାରେ ପହଞ୍ଚିଥିଲେ । ସେଠାରେ କିଛିଦିନ କାମ କରିବା ପରେ ମାଆଙ୍କ ସହିତ କଥା ହୋଇ ଘର ଖର୍ଚ୍ଚ ପାଇଁ 5 ହଜାର ଟଙ୍କା ମଧ୍ୟ ପଠାଇଥିଲେ । ତେବେ ଏହାପରେ ସେ ହଠାତ ନିଖୋଜ ହୋଇଯାଇଥିଲେ । ତାଙ୍କ ଫୋନ ମଧ୍ୟ ବନ୍ଦ ଆସିଥିଲା । ଏପଟେ ମୈତ୍ରଙ୍କ ମାଆ ଓ ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ । ପରବର୍ତ୍ତୀ ସମୟରେ ସେହି ଇଟାଭାଟିରୁ ତାଙ୍କର ଦରପୋଡା ମୃତଦେହ ଉଦ୍ଧାର ହୋଇଥିଲା । ଇଟାଭାଟି ମାଲିକ ଯୁବକଙ୍କ ମାଆଙ୍କ ସହ ଯୋଗାଯୋଗ କରି ଫଟୋ ପଠାଇ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଖବର ଜଣାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଦାଦନ ଯନ୍ତ୍ରଣା: ବାପାଙ୍କ ମୃତ୍ୟୁ ପରେ ବନ୍ଧା ପଡିଥିଲା ନାବାଳିକା ଝିଅ, ତେଲେଙ୍ଗାନାରୁ ଉଦ୍ଧାର

ସେପଟେ ପରିବାର ଲୋକେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସ୍ଥାନୀୟ ପୋଲସ ପାଖରେ ଅଭିଯୋଗ କରିଥିଲେ । ହେଲେ ଏଠାରେ ପୋଲିସ ତାହା ଶୁଣିନଥିବା ମୃତକଙ୍କ ମାଆ ପଦ୍ମା ସେଠ୍‌ କହିଛନ୍ତି । ସେହିପରି ପୋଲିସ ପ୍ରଶାସନ ନଶୁଣିବାରୁ ସେ 70 କିମି ଦୂରରୁ ଚାଲି ଚାଲି ଯାଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିବା କହିଛନ୍ତି । ସେହିପରି ମୃତ ଯୁବକଙ୍କ ସମ୍ପର୍କୀୟ କାର୍ତ୍ତିକ ସେଠ୍‌ ମଧ୍ୟ ସମାନ ଅଭିଯୋଗ ଆଣିବା ସହ ଦୋଷୀଙ୍କୁ ଶିଘ୍ର ଗିରଫ ଦାବି କରିଛନ୍ତି ।

ଅନ୍ୟପଟେ ସମାଜସେବୀ ସିପୁନ ଖମାରି ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି । ଏହି ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ସମେତ କୋଶଳ ସଂଗଠନ ମଧ୍ୟ ଏହି ମହିଳାଙ୍କ ସହ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଏହି ଅଭିଯୋଗକୁ ଗୁରୁତ୍ବର ସହ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅଧିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.