ETV Bharat / state

କେନାଲରେ ଛପିଥିଲା ମୃତ୍ୟୁ ! ବଲ୍‌ ଆଣିବାକୁ ଯାଇ ବୁଡିଗଲେ 3 ନାବାଳକ

ବଲ ଖୋଜିବା ହେଲା କାଳ । ବଲ ଆଣିବାକୁ ଯାଇ କେନାଲରେ ବୁଡିଗଲେ 3 ନାବାଳକ । ମୂୟରଭଞ୍ଜରୁ ଆସିଲା ଦୁଃଖଦ ଖବର ।

author img

By ETV Bharat Odisha Team

Published : 5 hours ago

ବଲ ଖୋଜିବା ହେଲା କାଳ
ବଲ ଖୋଜିବା ହେଲା କାଳ (Getty)

ରାଇରଙ୍ଗପୁର: ଏମିତି ବି ଆସେ ମୃତ୍ୟୁ । କ୍ରିକେଟ ବଲ ଆଣିବାକୁ ଯାଇ ଗତକାଲି(ଶନିବାର) ସୁବର୍ଣ୍ଣରେଖା କେନାଲରେ ବୁଡିଗଲେ 3 ନାବାଳକ । 3 ଜଣଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସାରସକଣାରେ । ମୃତକମାନେ ହେଲେ ସାରସକଣା ଅଞ୍ଚଳର ରିତିକ ସାହୁ, ଜିତ ସାହୁ ଓ ରିତୁ ସାହୁ । ସମସ୍ତେ ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ବୋଲି ଜଣାପଡିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ବଲ୍‌ ଗୋଟାଇବା ହେଲା କାଳ:

ବଲ ଖୋଜିବା ହେଲା କାଳ
ବଲ ଖୋଜିବା ହେଲା କାଳ (ETV Bharat Odisha)

ଗତକାଲି ପିଲାମାନେ ସନ୍ଧ୍ୟା ସମୟରେ କିକ୍ରେଟ ଖେଳୁଥିଲେ । ବଲ୍‌ଟି ପାଖରେ ଥିବା ସୁବର୍ଣ୍ଣରେଖା କେନାଲରେ ପଡିଯାଇଥିଲା । ଏହାପରେ ଜଣେ ନାବାଳକ ବଲ ଖୋଜିବାକୁ ଯାଇଥିଲେ । ଏହା ପରେ ଜଣ ଜଣ କରି 3 ଜଣ ପରସ୍ପର ହାତ ଧରାଧରି ହୋଇ କେନାଲ ଭିତରକୁ ପଶିଥିଲେ । ହେଲେ ପାଣିର ପ୍ରଖର ସୁଅରେ ବୁଡି ଯାଇଥିଲେ ।

କେନାଲରୁ ଖୋଜି ଆଣିଲା ଅଗ୍ନିଶମ:

ବଲ ଖୋଜିବା ହେଲା କାଳ
ବଲ ଖୋଜିବା ହେଲା କାଳ (ETV Bharat Odisha)

ଏହି ଖବର ଜଣାପଡିବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟଲୋକେ ସାରସକଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି 3 ନାବାଳକଙ୍କୁ ଖୋଜାଖୋଜି କରିଥିଲା । ପରେ 3 ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ଶୀର୍ଷା ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର 3 ନାବାଳକଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:

ଅଙ୍ଗନବାଡି ପଢିବାକୁ ଆସିଥିଲେ, ଖେଳୁଥିବାବେଳେ ପୋଖରୀରେ ବୁଡି ୩ ଶିଶୁ ମୃତ - Anganwadi kids drown in pond

ଡ଼ମଡ଼ମଣି ଡ୍ୟାମରେ ଅଘଟଣ, ପାଣିରେ ବୁଡି 2 କଲେଜ ଛାତ୍ର ମୃତ - Students Drown To Death

Unnao Shocker: ଗଙ୍ଗା ନଦୀରେ ବୁଡିଗଲେ ସ୍ବାସ୍ଥ୍ୟ ଉପନିର୍ଦ୍ଦେଶକ; ପତ୍ନୀ ଜଜ୍, ଭାଇ IAS, ଉଦ୍ଧାର ପାଇଁ ନଥିଲା ୧୦ ହଜାର କ୍ୟାସ୍ - Deputy Director Drown in Ganga

ଆର୍ଯ୍ୟପଲ୍ଲୀରେ ସମୁଦ୍ରରେ ଯୁବକ ନିଖୋଜ, ଖୋଜୁଛି କୋଷ୍ଟଗାର୍ଡର ହେଲିକପ୍ଟର - Youth Goes Missing In Aryapalli

ଗାଁରେ ଶୋକର ଛାୟା:

3 ନାବାଳକଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । କିକ୍ରେଟ ଖେଳ କାଳ ହେବ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସନ୍ତାନଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.