ETV Bharat / state

କେବେ ମିଳିବ ଚିଟଫଣ୍ଡ ଜମା ରାଶି, ଆନ୍ଦୋଳନକୁ ଓହ୍ଲାଇବ କ୍ଷତିଗ୍ରସ୍ତ ମିଳିତ ମଞ୍ଚ

author img

By ETV Bharat Odisha Team

Published : Mar 14, 2024, 7:06 PM IST

Chit Fund Depositor Meeting: ରାଜଧାନୀରେ ଏକାଠି ହେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ । ଆଗାମୀ ଦିନରେ ସରକାର କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଅର୍ଥ ନ ଫେରାଇଲେ ବଡ ଧରଣର ଆନ୍ଦୋଳନ କରିବା ପାଇଁ ଦେଲେ ଚେତାବନୀ । ଅଧିକ ପଢନ୍ତୁ

କେବେ ମିଳିବ ଚିଟଫଣ୍ଡ ଜମା ରାଶି , ଆନ୍ଦୋଳନକୁ ଓହ୍ଲାଇବ କ୍ଷତିଗ୍ରସ୍ତ ମିଳିତ ମଞ୍ଚ

କେବେ ମିଳିବ ଚିଟଫଣ୍ଡ ଜମା ରାଶି , ଆନ୍ଦୋଳନକୁ ଓହ୍ଲାଇବ କ୍ଷତିଗ୍ରସ୍ତ ମିଳିତ ମଞ୍ଚc

ଭୁବନେଶ୍ବର: ଚିଟଫଣ୍ଡ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ଜମାକାରୀ ଗଣ କନଭେନସନ ହୋଇଯାଇଛି । ଭୁବନେଶ୍ୱରର ଇନଷ୍ଟିଚୁଟ ଅଫ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଏହି ଗଣ କନଭେନସନ ହୋଇଥିବା ବେଳେ ୩୦ ଜିଲ୍ଲାର ଚିଟଫଣ୍ଡ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । କ୍ଷତିଗ୍ରସ୍ତ ମାନଙ୍କୁ ସରକାର ସେମାନଙ୍କ ଅର୍ଥ ପ୍ରତିଶୃତି ଅନୁସାରେ ନ ଫେରାଇଲେ ଆଗକୁ ବଡ ଧରଣର ଆନ୍ଦୋଳନ କରିବା ପାଇଁ ଏହି ସମ୍ମିଳନୀ ହୋଇଥିଲା ।ତେଣୁ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ରାଜ୍ୟର ସମସ୍ତ କ୍ଷତିଗ୍ରସ୍ତ ଏକାଠି ହୋଇ ନିଷ୍ପତ୍ତି ନେଇଛନ୍ତି ।

ତେବେ ଗତ ୧୧ ବର୍ଷ ହେବ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା ୬୦ ଲକ୍ଷରୁ ଉର୍ଦ୍ଧ୍ବ କ୍ଷତିଗ୍ରସ୍ତ ନିଜର ଅର୍ଥ ହରାଇଥିବା ବେଳେ ଅଜି ଯାଏଁ କେନ୍ଦ୍ର ହେଉ ଅବା ରାଜ୍ୟ ସରକାର ଜମାକାରୀଙ୍କ କଷ୍ଟ ଅର୍ଜିତ ଅର୍ଥକୁ ଫେରାଇବାରେ ଅସଫଳ ହୋଇଥିବା ଅଭିଯୋଗ କରିଛନ୍ତି ।ଯଦିଓ କିଛି ପରିମାଣର ଅର୍ଥ ଜମାକାରୀଙ୍କ ମିଳିଛି , ତାହା ସମୁଦ୍ରକୁ ଶଙ୍ଖେ ଭଳି । ତେଣୁ ଏଥର ଆଉ ସରକାରଙ୍କ ଏହି ଟଙ୍କା ଫେରସ୍ତ ପ୍ରତାରଣାକୁ ସହ୍ୟ କରାଯିବ ନାହିଁ । ଜମାକାରୀ ଟଙ୍କା ପାଇବାକୁ ନେଇ ସରକାରଙ୍କ ଉପରେ ଚାପ ପକାଯିବ । ଆଉ ଏଥିପାଇଁ ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କ ଏକାଠି ହୋଇ ଆନ୍ଦୋଳନ ବିକ୍ଷୋଭ ଓ ଧାରଣା ମାଧ୍ୟମରେ ସରକାରଙ୍କ ସମ୍ମୁଖରେ ନିଜର ବଳ ପ୍ରୟୋଗ କରିବେ । ଏତେ ଦିନର ତାଙ୍କ ଫେରସ୍ତର ପ୍ରତୀକ୍ଷାକୁ ସହି ହେଉନଥିବା ବେଳେ କର ବା ମର ପରିସ୍ଥିତିରେ ସରକାରଙ୍କୁ ଘେରିବେ ବୋଲି ଚେତାବନୀ ଦେଇଛି ସଂଘ ।

ଏହି କନଭେନସନରେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଅସାଧୁ ସଂସ୍ଥାମାନେ ଜମାକାରୀଙ୍କ ପ୍ରଲୋଭିତ କରି ସେମାନଙ୍କର ମୋଟା ଅଙ୍କର ଟଙ୍କା ଲୁଟିନେଲେ । ହେଲେ ସେହି ଟଙ୍କାର ନା ହିସାବ ରହିଛି ନା କେହି ସମ୍ପୂର୍ଣ୍ଣ ଟଙ୍କା ପାଇପାରିଛି । ତେଣୁ ଏହି ଟଙ୍କା ଫେରସ୍ତ ପାଇଁ ୪୫ ଦିନର ସୁସଙ୍ଗଠିତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ ।

ଏହା ମଧ୍ୟ ପଢନ୍ତୁ....କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାର ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ, ରୋଗୀ ସେବା ପ୍ରଭାବିତ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନବରତ ଭାବେ ଏହି ପଦକ୍ଷେପ ଦିଗରେ କାର୍ଯ୍ୟ କରି ଚାଲିଲେ ଭବିଷ୍ୟତରେ ଯେଉଁ ସରକାର ଆସୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ସମସ୍ୟାକୁ ଓ ଭୂମିକାକୁ ବୁଝିବ । ଆଉ ସେମାନଙ୍କ ଅର୍ଥ ଫେରସ୍ତ ଦିଗରେ ଫେରସ୍ତ ପଦକ୍ଷେପ ନେବେ । ଏହାସହ ଗଣ ଅଭିଯାନ ବି ଜାରି ରଖନ୍ତୁ ।ତେବେ ଯାଇ ଜମାକାରୀଙ୍କ ଏକତା ଆସିବ ଆଉ ସେହି ସଂଗଠିତ ଶକ୍ତି ସରକାର ଉପରେ ଚାପ ପକାଇବ ଅର୍ଥ ଫେରସ୍ତ ପାଇଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.