ETV Bharat / state

କୋଟଗଡ଼ରେ ଯବାନ-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଲେ ଲାଲବାହିନୀ

Security Forces Bust Maoist Camp: କନ୍ଧମାଳ କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ SOG ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ମାଓ କ୍ୟାମ୍ପ ଧ୍ବଂସ ପରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଅଧିକ ପଢ଼ନ୍ତୁ

Shootout between SOG Force and Maoists
Shootout between SOG Force and Maoists
author img

By ETV Bharat Odisha Team

Published : Mar 10, 2024, 3:42 PM IST

Shootout between SOG Force and Maoists

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ SOG ଯବାନ-ମାଓବାଦୀ ମୁହାଁମୁହିଁ । କୁମ୍ବିଂ ଅପେରସନ ଚାଲିଥିବା ସମୟରେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହେଲେ ଯବାନ । SOG ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ । ପ୍ରାୟ 15ରୁ 20 ମିନିଟ ଧରି ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ମାଓ କ୍ୟାମ୍ପ ଧ୍ବଂସ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ।

ଗତକାଲି ବିଳମ୍ବିତ ରାତିରେ କୁମ୍ବିଂ ଅପରେସନ ବେଳେ ଏହି ଗୁଳି ବିନିମୟ ଘଟିଥିଲା । ଏହାପରେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ମାନେ ଛାତ୍ରଭଙ୍ଗ ଦେଇଥିଲେ । ଗୁଳି ବିନିମୟ ବନ୍ଦ ହେବା ପରେ କୁମ୍ବିଂ ଟିମ୍‌ ସେହି ଜଙ୍ଗଲରେ ସର୍ଚ୍ଚ ଅପେରସନ କରିଥିଲେ । ସର୍ଚ୍ଚ ଅପେରସନ ବେଳେ ସେଠାରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ମାଓ କ୍ୟାମ୍ପରୁ 7ଟି ଉନ୍ନତ ମାନର ଗ୍ରେନେଡ, 3ଟି ଜିଲୋଟିନ, ବିଦ୍ୟୁତ ତାର, ଉନ୍ନତ ଧରଣର ବ୍ଲାଷ୍ଟିଂ ମେସିନ, ସୋଲାର ପ୍ୟାନେଲ ସହିତ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ସେଠାରେ ବଂଶଧାରା-ଘୁମସର-ନାଗାବଳି (ବିଜିଏନ୍‌) ମାଓବାଦୀ ସଂଗଠନର କ୍ୟାମ୍ପ ଚାଲିଥିଲା ଏବଂ ସେଠାରେ ପ୍ରାୟ 15 ଜଣ ହାର୍ଡକୋର ମାଓବାଦୀ ଥିଲେ ବୋଲି କନ୍ଧମାଳ SP ଶୁଭେନ୍ଦୁ କୁମାର ପାତ୍ର ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ମାଓବାଦୀ, ନିର୍ବାଚନ ପୂର୍ବରୁ BSFର ନୂଆ COB

ଏସ୍‌ପି କହିଛନ୍ତି, "ଗତକାଲି କୋଟଗଡ଼ ଅଞ୍ଚଳରେ SOG ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦମାନେ ପ୍ରବଳ ମାତ୍ରାରେ ଗୁଳିମାଡ଼ କରିଥିଲେ । ଆତ୍ମରକ୍ଷା ପାଇଁ ଆମ ଯବାନମାନେ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲେ । ଏଥିରେ ଆମେ ମାଓ କ୍ୟାମ୍ପକୁ ସମ୍ପୂର୍ଣ୍ଣ ନଷ୍ଟ କରିଛୁ । ଏହାପରେ ନକ୍ସଲମାନେ ମଧ୍ୟ ସେଠାରୁ ଖସି ପଳାଇଥିଲେ । ମାଓ କ୍ୟାମ୍ପରୁ 7ଟି ଉନ୍ନତମାନର ହ୍ୟାଣ୍ଡ ଗ୍ରେନେଡ୍‌, 3ଟି ଜିଲୋଟିନ, ବିଦ୍ୟୁତ ତାର, ଉନ୍ନତ ଧରଣର ବ୍ଲାଷ୍ଟିଂ ମେସିନ, ସୋଲାର ପାନେଲ ସହିତ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ଏ ସମସ୍ତ ବିଜିଏନ୍‌ ଡିଭିଜନରେ କାର୍ଯ୍ୟରତ ମାଓବାଦୀଙ୍କର ସାମଗ୍ରୀ । କନ୍ଧମାଳ ଜିଲ୍ଲାରେ ଦୁଇଟି ଡିଭିଜନ ସକ୍ରିୟ ଅଛନ୍ତି । ଉତ୍ତରାଞ୍ଚଳରେ କେକେବିଏନ୍‌ ଓ ଦକ୍ଷିଣାଞ୍ଚଳରେ ବିଜିଏନ୍‌ ଡିଭିଜନ ଅପରେଟ କରୁଛନ୍ତି । ଏମାନେ ରାୟଗଡ଼ା, କଳାହାଣ୍ଡି ଅଞ୍ଚଳରେ ବି ବେଶ ସକ୍ରିୟ ।" ତେବେ କ୍ରମାଗତ ଭାବେ ଗୁଳିବିନିୟମକୁ ବନ୍ଦ କରି ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏସ୍‌ପି ଆହ୍ବାନ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.