ETV Bharat / state

ଦସ୍ରୁ ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ, କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର - ଟପ୍‌ ମାଓନେତା ଦସ୍ରୁ

Mao Poster spotted at Sudra Panchayat: ଟପ୍‌ ମାଓନେତା ଦସ୍ରୁ ମୃତ୍ୟୁକୁ ଗ୍ରହଣ କରୁନାହିଁ ମାଓ ସଙ୍ଗଠନ । ତାଙ୍କୁ ପୋଲିସ ମୁଖ୍ୟାଳୟକୁ ନେଇ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛି କେକେବିଏନ୍‌ ମାଓ ସଂଗଠନ । ତୁରନ୍ତ ପୋଲିସ ପଚରାଉଚରା ବନ୍ଦ କରି ଦସ୍ରୁକୁ କୋର୍ଟରେ ହାଜର କରନ୍ତୁ ବୋଲି ପୋଷ୍ଟର ଲଗାଇ ଚେତାବନୀ ଦେଇଛି ସିପିଆଇ ମାଓ ସଂଗଠନ । ଅଧିକ ପଢ଼ନ୍ତୁ

ଦସ୍ରୁ ମୃତ୍ୟୁକୁ ଗ୍ରହଣ କରୁନି ମାଓ ସଂଗଠନ
ଦସ୍ରୁ ମୃତ୍ୟୁକୁ ଗ୍ରହଣ କରୁନି ମାଓ ସଂଗଠନ
author img

By ETV Bharat Odisha Team

Published : Feb 7, 2024, 5:26 PM IST

Updated : Feb 7, 2024, 5:34 PM IST

ଫୁଲବାଣୀ: କନ୍ଧମାଳରେ ମାଓ ପୋଷ୍ଟର । ବାଲିଗୁଡ଼ାଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମ ପଞ୍ଚାୟତର କେତେରଭଟ୍ଟା ଛକ 41 ନମ୍ବର ରାଜ୍ୟପଥ କଡ଼ରେ ଲାଗିଲା ମାଓ ପୋଷ୍ଟର୍ l ସିପିଆଇ ମାଓବାଦୀ କେକେବିଏନ୍‌ ପକ୍ଷରୁ ଲାଗିଛି ପୋଷ୍ଟର । ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଟପ୍‌ ମାଓନେତା ଦସ୍ରୁ ମୃତ୍ୟୁ ଖବର ମାଓ ସଙ୍ଗଠନ ଗ୍ରହଣ କରୁନାହିଁ । ବରଂ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ନେଇ ନିର୍ଯାତନା ଦେଇ ପଚରାଉଚରା କରୁଥିବା ଅଭିଯୋଗ ଆଣିଛି କେକେବିଏନ୍‌ ମାଓ ସଂଗଠନ । ତୁରନ୍ତ ପୋଲିସ ତାଙ୍କୁ ଇଣ୍ଟୋରୋଗେସନ୍‌ ବନ୍ଦ କରି ଆଇନ୍‌ ଅନୁଯାୟୀ ଦସ୍ରୁଙ୍କୁ କୋର୍ଟରେ ହାଜର କରନ୍ତୁ ବୋଲି ଚେତାବନୀ ଦେଇଛି ସିପିଆଇ ମାଓ ସଂଗଠନ ।

ଲଗିଲା ମାଓ ପୋଷ୍ଟର  ଦାସୁରୁ କୁ ଇଣ୍ଟରଗେଶନ ବନ୍ଦ କରି କୋର୍ଟ ଚାଲାଣ କର ପୋଷ୍ଟରେ ଉଲ୍ଲେଖ କଲେ ମାଓବାଦୀ

ଗତ ଫେବୃଆରୀ ୩ ତାରିଖ ସନ୍ଧ୍ୟା 7.30 ସମୟରେ କାମ୍ବେରକିଆ ଗାଁ ନିକଟରେ ଡିଭିଏଫ୍‌ ଓ ଏସ୍‌ଓଜିଙ୍କ ମିଳିତ ସର୍ଚ୍ଚ ଅପରେସନ୍‌ ଚାଲିଥିଲା । ଘନ ଅନ୍ଧକାରରେ ପୋଲିସ ଉପରକୁ ଗୁଳି ମାଡ଼ କରିବା ପରେ ପୋଲିସର ପାଲଟା ଗୁଳିରେ ମାଓବାଦୀଙ୍କ ଜଣେ କମାଣ୍ଡର ହାତରେ ଗୁଳି‌ ବାଜିଥିଲା । ଏହାପରେ ସେମାନେ ସେଠାରୁ ପଛଘୁଞ୍ଚା ଦେଇଥିଲେ । ପୋଲିସର ଘନ ଘନ ଗୁଳିମାଡ଼ରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏହି ଗୁଳି ବିନିମୟ ସମୟରେ ଜଣେ ଡିଭିଏଫ୍‌ ଯବାନ ମଧ୍ୟ ଗୁଳିବାଜି ଆହତ ହୋଇଥିଲେ ।

ଏହାପରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଯାହାକୁ ଚିହ୍ନଟ ବେଳେ ସେ କେକେବିଏନ୍‌ ଡିଭିଜନର ଡିସିଏମ୍‌ ଦସ୍ରୁ ବୋଲି ଜଣାପଡିଥିଲା । ତାର ମୃତଦେହ ନିକଟରୁ ଗୋଟିଏ ୩୦୩ ରାଇଫଲ ସହ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଦସ୍ରୁ ମୁଣ୍ଡରେ ଛତିଶଗଡ ସମେତ ଓଡିଶା ପୋଲିସ ପକ୍ଷରୁ ପୁରସ୍କାର‌ ମଧ୍ୟ ଘୋଷଣା ହୋଇଥିଲା । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ କେସର ସେ ମୋଷ୍ଟୱାଣ୍ଟେଡ ରହିଛି । ଏକାଧିକ ନାଁରେ ପରିଚୟ ଦେଇ ସେ ବୁଲୁଥିଲା । କେକେବିଏନ୍‌ ଡିଭିଜନ ଦସ୍ରୁ ନେତୃତ୍ବରେ ବେଶ ସକ୍ରିୟ‌ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପୋଲିସ ଗୁଳିରେ ଟଳିଲା ମାଓବାଦୀ ଦସ୍ରୁ; KKBN ଡିଭିଜନର ଥିଲା ଜିଲ୍ଲା କମାଣ୍ଡର

ହେଲେ ଟପ୍‌ ମାଓନେତା ତଥା ମାଓ କମାଣ୍ଡର ଦସ୍ରୁଙ୍କ ମୃତ୍ୟୁକୁ ମାଓ ସଂଗଠନ ଗ୍ରହଣ କରୁନି । ଆଜି ବାଲିଗୁଡ଼ାଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମ ପଞ୍ଚାୟତର କେତେରଭଟ୍ଟା ଛକ 41 ନମ୍ବର ରାଜ୍ୟପଥ କଡ଼ରୁ ଜବତ ହୋଇଥିବା ପୋଷ୍ଟରରେ ଲେଖାଯାଇଛି, "3 ଫେବୃଆରୀ 2024 ସନ୍ଧ୍ୟାରେ ଆମ ପାର୍ଟିର କାମ ପାଇଁ ଦସ୍ରୁ କମରକିଆ ଗାଁ ଯାଇଥିଲେ । ପୋଲିସ ମୁଖବୀର ସୂଚନା ପାଇ ଆସି ତାଙ୍କୁ ଧରିନେଇଛନ୍ତି । ହେଲେ ତାଙ୍କୁ ଏପର୍ଯ୍ୟନ୍ତ କୋର୍ଟରେ ହାଜର କରିନାହାନ୍ତି । ତାଙ୍କୁ କଣ୍ଟ୍ରୋଲ ରୁମ୍‌ରେ ରଖି ନିର୍ଯାତନା ଦେଇ ଇଣ୍ଟୋରୋଗେସନ୍‌ କରୁଛି ପୋଲିସ । ତାଙ୍କୁ ନିର୍ଯାତନା ଓ ଇଣ୍ଟୋରୋଗେସନ୍‌ ବନ୍ଦ କରି ତୁରନ୍ତ କୋର୍ଟରେ ହାଜର କରାଯାଉ । କୁମ୍ବିଂ ଅପରେସନ୍‌ ଦ୍ବାରା ଆମ ପାର୍ଟି କ୍ୟାଡରଙ୍କୁ ଆରେଷ୍ଟ କରିବା ଏବଂ ନିର୍ଦ୍ଦୋଷ ଗ୍ରାମୀଣଙ୍କୁ ନିର୍ଯାତନା ଦେବା ବନ୍ଦ କରାଯାଉ ।" ତେବେ କେକେବିଏନ୍‌ ମାଓ ସଂଗଠନର ଏହି ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ଇଟିଭି ବଭାରତ, କନ୍ଧମାଳ

Last Updated : Feb 7, 2024, 5:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.