ETV Bharat / state

ବଲାଙ୍ଗୀରରେ ମାଓ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ - BALANGIR MAO CAMP

ବଲାଙ୍ଗୀର ପୋଲିସକୁ ସଫଳତା । କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ । ଛତ୍ରଭଙ୍ଗ ଦେଲେ ମାଓବାଦୀ ।

ମାଓ କ୍ୟାମ୍ପ ଠାବ
ମାଓ କ୍ୟାମ୍ପ ଠାବ (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ବଲାଙ୍ଗୀର: ସର୍ଚ୍ଚ ଅପରେସନ ବେଳେ ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ । ବିପୁଳ ମାଓ ସାମଗ୍ରୀ ଜବତ । ପୋଲିସର ଅପରେସନରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ ।

ଛତ୍ରାଦଣ୍ଡିରେ ସଂରକ୍ଷିତ ଜଙ୍ଗଲରେ ମାଓ ଶିବିର ଠାବ:

ବଲାଙ୍ଗୀର ତୁରେକେଲା ଥାନା ଅନ୍ତର୍ଗତ ଛତ୍ରାଦଣ୍ଡି ସଂରକ୍ଷିତ ଜଙ୍ଗଲରେ ମାଓ ଗତିବିଧିର ଖବର ପାଇଥିଲା ପୋଲିସ । ଯେଉଁଥିରେ ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଡିଭିଏଫ୍ ବାହିନୀ ଏହି ଜଙ୍ଗଲରେ କମ୍ବିଂ ଅପରେସନ କରିଥିଲେ । ତେବେ ଏହି ଅପରେସନରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଏକ ମାଓ ଶିବିର ଠାବ ହୋଇଥିଲା । ଯେଉଁଥିରେ ମାଓ ବ୍ୟବହୃତ ବିପୁଳ ସାମଗ୍ରୀ ଓ ବନ୍ଧୁକ ଗୁଳି ଭଳି ଅନେକ ସାମଗ୍ରୀ ପୋଲିସ୍ ଜବତ କରିଛି । ତେବେ ଏଥିରେ ଗୋଟିଏ ରାଇଫଲ ସହ ବୋମା ତିଆରି ସାମଗ୍ରୀ ମଧ୍ୟ ପୋଲିସ୍ ଜବତ କରିଛି ।

ବଲାଙ୍ଗୀରରେ ମାଓ କ୍ୟାମ୍ପ ଠାବ (ETV Bharat Odisha)

ଗୁଇନ୍ଦା ସୂଚନା ପରେ କମ୍ବିଂ ଅପରେସନ:

ଏହାକୁ ନେଇ ଆଜି ସମ୍ୱଲପୁର ଡିଆଇଜି ହିମାଂଶୁ ଲାଲ ଓ ବଲାଙ୍ଗୀର ଏସପି ଋଷିକେଶ ଖିଲାରି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପି ଋଷିକେଶ ଖିଲାରୀ କହିଛନ୍ତି, ‘ଏହି ଅଞ୍ଚଳରେ ମାଓଗତି ବିଧି ଥିବାର ପୋଲିସ୍ ପାଖକୁ ନିୟମିତ ଖବର ଆସୁଥିଲା । ପୋଲିସର ଗୁଇନ୍ଦା ବିଭାଗ ଏହାର ଟିକିନିଖି ତର୍ଜମା କରି ଆସୁଥିଲା । ତେବେ ଏହି ଅଞ୍ଚଳରେ ମାଓ ଥିବାର ସ୍ପଷ୍ଟ ଖବର ଆସିବା ପରେ ତୁରେକେଲା ଥାନା ଅଧିକାରୀଙ୍କ ନେତୃତ୍ବରେ ଡିଭିଏଫ ଫୋର୍ସ ତୁରେକେଲା ଛଦ୍ରାଦଣ୍ଡି ଜଙ୍ଗଲରେ କମ୍ବିଂ କରିଥିଲା । ସେଠି ଏକ ମାଓ ଶିବିର ପୋଲିସ୍ ଠାବ କରିଥିଲା । ପୋଲିସର କମ୍ୱିଂ ଯୋଗୁଁ ମାଓବାଦୀ ଖସି ପଳାଇବାରେ ସଫଳ ହୋଇଥିଲେ ।’

  • ବଲାଙ୍ଗୀର ଛତ୍ରାଦଣ୍ଡି ସଂରକ୍ଷିତ ଜଙ୍ଗଲରେ ମାଓ ଶିବିର ଠାବ
  • ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା
  • ବିପୁଳ ମାଓ ସାମଗ୍ରୀ ଜବତ
  • ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଲେ ମାଓବାଦୀ
  • ଜୀବନ୍ତ ଗୁଳି, ରାଇଫଲ, ବୋମା ତିଆରି ସାମଗ୍ରୀ ଜବତ
ମାଓ କ୍ୟାମ୍ପ ଠାବ
ମାଓ କ୍ୟାମ୍ପ ଠାବ (ETV Bharat Odisha)

ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ସାମଗ୍ରୀ ଜବତ:

ସେପଟେ ମାଓ ଶିବିରରୁ ବ୍ୟାପକ ମାଓ ସାମଗ୍ରୀ ପୋଲିସ୍ ଜବତ କରିଛି । ଯେଉଁଥିରେ କିଛି ଜୀବନ୍ତ ଗୁଳି ସହ ଏକ ରାଇଫଲ ଓ ବୋମା ତିଆରି ସାମଗ୍ରୀ ମଧ୍ୟ ପୋଲିସ୍ ଜବତ କରିଛି । ତେବେ ଆଗକୁ ମଧ୍ୟ ମାଓବାଦୀ କମ୍ବିଂ ଅପରେସନ ଜାରି ରହିବ ବୋଲି ଏସପି କହିଛନ୍ତି । ତେବେ ଏହି ଅଞ୍ଚଳରେ ବରଗଡ଼ ବଲାଙ୍ଗୀର ମହସମୁନ୍ଦ ମାଓ ଡିଭିଜନ ସକ୍ରିୟ ଅଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ପୋଲିସ୍ ଏହି ସଫଳତା ପାଇଛି ।

ଏହା ମଧ୍ୟ ପଢନ୍ତୁ:

5 ନକଲି ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ

ମହିଳା ମାଓବାଦୀ ଗିରଫ, ଏସବୁ ମାଓ ହିଂସାରେ ଥିଲେ ସାମିଲ

କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ମୃତଦେହ ଠାବ, ଶୁଭେଚ୍ଛା ଜଣାଇଲେ ଡିଜି

ମାଓ କ୍ୟାଡ଼ର ଟିକେସର ଆତ୍ମସମର୍ପଣ

ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.