ETV Bharat / state

ଓଡିଶା ମୁହାଁ ହେବେ କି ଛତିଶଗଡ ମାଓବାଦୀ ! ନୂଆପଡାରେ ମାଓ କ୍ୟାମ୍ପ ଠାବ ପରେ 60 ପ୍ରତିଶତ ସୀମାରେ କେନ୍ଦ୍ରୀୟ ଫୋର୍ସ ମୁତୟନ - MAO OPERATION IN ODISHA

ଜୋରଦାର ଆକ୍ସନ ପରେ ଓଡିଶାମୁହାଁ ହେବେକି ଛତିଶଗଡ ମାଓବାଦୀ । ନୂଆପଡାରେ ମାଓକ୍ୟାମ୍ପ ଠାବ ପରେ ଛତିଶଗଡ ବର୍ଡରର 60 ପ୍ରତିଶତ ଅଞ୍ଚଳ କେନ୍ଦ୍ରୀୟ ଫୋର୍ସ ମୁତୟନ ।

Mao camp busted
Mao camp busted (ETV BHARAT ODISHA)
author img

By ETV Bharat Odisha Team

Published : Nov 3, 2024, 1:09 PM IST

Updated : Nov 3, 2024, 2:00 PM IST

ଭୁବନେଶ୍ବର: ଛତିଶଗଡ ପରେ ଏବେ ଓଡ଼ିଶା ପାଳି । ରାଜ୍ୟକୁ ନକ୍ସଲମୁକ୍ତ ପାଇଁ ଚାଲିଛି ଜୋରଦାର‌ ଅପରେସନ । ବିଭିନ୍ନ ସ୍ଥାନରେ ମାଓ ଅପରେସନ ଜାରି ରହିଛି । ନୂଆପଡ଼ାରେ ମାଓ କ୍ୟାମ୍ପ ଠାବ ପରେ ନୂଆପଡା, ବରଗଡ଼ ଓ ନବରଙ୍ଗପୁର ଛତିଶଗଡ ବର୍ଡରର 60 ପ୍ରତିଶତ ଅଞ୍ଚଳକୁ ଜଗିଛନ୍ତି କେନ୍ଦ୍ରୀୟ ଫୋର୍ସ । ଦିନ ଓ ରାତି ତମାମା ଜଙ୍ଗଲ ଭିତରେ ସୀମାବର୍ତ୍ତୀ ଅଞ୍ଚଳରେ ଆଲର୍ଟ ରହିଛନ୍ତି ଯବାନ । କାରଣ ଛତିଶଗଡ ଅପରେସନ ପରେ ଆନ୍ଧ୍ର ନଚେତ ଓଡ଼ିଶା କିମ୍ବା ମଧ୍ୟ ପ୍ରଦେଶ ମୁହାଁ ହୋଇପାରନ୍ତି ମାଓବାଦୀ ।

  • ମାଓ କ୍ୟାମ୍ପ ଠାବ:

ଓଡ଼ିଶା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ସୁନାବେଡ଼ା ଜଙ୍ଗଲରେ ଓଡ଼ିଶା ପୋଲିସ ପକ୍ଷରୁ ଜାରି ରହିଛି ସାଡୋ ଅପରେସନ । ନଭେମ୍ବର 1 ତାରିଖରେ ‘SOG’ର ଦୁଇଟି ଅପରେସନ ଗ୍ରୁପର ଅପରେସନ ବେଳେ ଦୁଇଟି ଗୋଷ୍ଠୀ ନୂଆପଡା ଜଙ୍ଗଲରେ ବୁଲୁଥିବାର ଖବର ପାଇଥିଲେ । ଏହାପରେ ଭଇସାମୁଣ୍ଡି ଜଙ୍ଗଲ ବାହାଦୁର ପାଣି ଗାଁ ପାଖରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଥିଲା । ଯାହା ଧମତରି ଗରିଆବନ୍ଧ ଓ ନୂଆପଡା (ସିପିଆଇ) ମାଓବାଦୀ ଗୋଷ୍ଠୀର ବୋଲି ପୋଲିସ ଜାଣିବାକୁ ପାଇଛି । ସେଠାରୁ ୫୦୦ ଇଲେକ୍ଟ୍ରିକ ଡିଟେନେଟର, 5 ରିଲ୍ସ ଫ୍ୟୁଜ୍‌, 5 ଆଇଡି, ଦୁଇଟି ଏସଜିବିଏଲ, ଗୋଟିଏ ଗିଲାଟିନ‌ ଓ ନକ୍ସଲ ପୋଷ୍ଟର ମଧ୍ୟ ଜବତ କରାଯାଇଛି ।

MAO OPERATION (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ - anti naxal exercise

ଏହା ମଧ୍ୟ ପଢନ୍ତୁ-ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

  • ମାଓ ମୁକାବିଲାରେ ଅଧିକ ସଫଳତା ମିଳିବ:

ପୋଲିସ ଡିଜି ଓ୍ବାଇବି ଖୁରାନିଆ କହିଛନ୍ତି, ''ବିଗତ କିଛି ଦିନରେ ଦୁଇ ଦିନିଟା ଅପରେସନ କରିସାରିଛୁ । ଜଣେ ମାଓବାଦୀକୁ ମଧ୍ୟ ନିହତ କରିଛି ଓଡ଼ିଶା ପୋଲିସ। ତାଠାରୁ ଏକେ ୪୭ଭଳି ବନ୍ଧୁକ ସମେତ ଅନ୍ୟ ସରଞ୍ଜାମ ମଧ୍ୟ ଜବତ ହୋଇଛି । ଆଗାମି ଦିନରେ ଆମେ ଅଧିକ ସଫଳତା ପାଇବା ଆଶା ରହିଛି । ''

Mao camp busted
Mao camp busted (ETV BHARAT ODISHA)
  • ସୀମାରେ ଜଗିଛନ୍ତି ସେଣ୍ଟ୍ରାଲ ଫୋର୍ସ:

ମାଓ‌କ୍ୟାମ୍ପ ଠାବ ପରେ ନୂଆପଡା, ବରଗଡ଼ ଓ ନବରଙ୍ଗପୁର ଛତିଶଗଡ ବର୍ଡରର ୬୦ ପ୍ରତିଶତ ଅଞ୍ଚଳକୁ ଏବେ ସେଣ୍ଟ୍ରାଲ ଫୋର୍ସ ଜଗି ରହିଛନ୍ତି । କାରଣ ଛତିଶଗଡ ଅପରେସନ ପରେ ଆନ୍ଧ୍ର ନଚେତ ଓଡ଼ିଶା ଓ ମଧ୍ୟ ପ୍ରଦେଶ ମୁହାଁ ହୋଇପାରନ୍ତି ମାଓବାଦୀ । ଆନ୍ଧ୍ର ଭିତରକୁ ବିଗତ କିଛି ଦିନ ହେବ ନକ୍ସଲ ପଶିବାକୁ ଭୟ କରୁଥିବା ବେଳେ ଓଡ଼ିଶାରେ ପ୍ରବେଶ ପାଇଁ ସେମାନେ ଚିନ୍ତା କରିଥାଇପାରନ୍ତି । ତାଙ୍କ ଗିତିବିଧିକୁ ଦୃଷ୍ଟିରେ ରଖି ପୋଲିସ ଅପରେସନ ଜୋରଦାର କରିଛି । ମନପୁରି, ଗରିଆବନ୍ଧ, ନୂଆପଡା ରେ ଏବେ ଭାଗ ଭାଗ ହୋଇ ମାଓବାଦୀ ବୁଲୁଥିବା ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କ ଉପରେ ନଜର ରଖି ସୀମାରେ ଆଉ କିଛି ପୋଷ୍ଟ କରିବା ପାଇଁ ମଧ୍ୟ ପ୍ରୟାସ ଚାଲିଛି । ଶୀତ ଦିନେ ସେମାନଙ୍କ ଗତିବିଧି ଉପରେ ନଜର‌ ରଖିବାକୁ ଭରପୁର ପ୍ରୟାସ କରୁଛି ପୋଲିସ ।

  • ସପ୍ତାହେ ତଳେ ଜଣ ମାଓବାଦୀ ନିହତ :

ଅକ୍ଟୋବର 25 ତାରିଖରେ କନ୍ଧମାଳରେ SOGର ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିଲା । ତା’ ପାଖରୁ ଏ.କେ 47 ରାଇଫଲ ଜବତ ହୋଇଥିଲା । ଏହାପରେ ମାଓ ଅପରେସନ ଉପରେ ଅଧିକ ଗୁରୁତ୍ବ ଦିଆଯାଇ ଅପରେସନ ଜାରି ରହିଛି ।

  • ମୋବାଇଲ ସେବା ପାଇଁ ନକ୍ସଲ ଗତିବିଧି ନେଇ ମିଳୁଛି ତ୍ବରିତ ସୂଚନା:

ଅଧିକାଂଶ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ଏବେ ମୋବାଇଲ ସେବା ଉପଲବ୍ଧ। ନକ୍ସଲ ଗତିବିଧି ନେଇ ପୋଲିସକୁ ତ୍ବରିତ ସୂଚନା ମିଳୁଛି । ଏଥି ସହ ଇଣ୍ଟରନେଟ ଓ‌ ମୋବାଇଲ ବ୍ୟବହାର ଯୋଗୁଁ ଏବେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଲୋକେ ସଚେତନ ହେଉଛନ୍ତି । ଦେଶ ଦୁନିଆ ବିଷୟରେ ଅବଗତ ହେଉଛନ୍ତି । ତେଣୁ ନକ୍ସଲ ସଂଗଠନ ସହ ସାମିଲ ହେବାକୁ ଚାହୁଁ ନାହାନ୍ତି । ମାଓପ୍ରବଣ ଅଞ୍ଚଳରେ ରାସ୍ତାଘାଟ ଓ ଗମନାଗମନା ସହ ଶିକ୍ଷା ବ୍ୟବସ୍ଥା ପହଞ୍ଚୁ ଥିବାରୁ ଏବେ ଲୋକେ ସଚେତନ ହୋଇ ନକ୍ସଲ ସଗଠନ ସାମିଲ ହେବାକୁ ଚାହୁଁନାହାନ୍ତି ।

  • ମାଓ ଗତିବିଧିରେ ନାହାନ୍ତି ଓଡ଼ିଆ:

ମିଳିଥିବା ସୂଚନା ମୁତାବକ, ବର୍ଷେ ତଳେ ଓଡ଼ିଶାରେ ମଓବାଦୀଙ୍କ ଗତିବିଧି 220 ଗତିବିଧି ରହିଥିଲା । ସେମାନଙ୍କ ମଧ୍ୟରୁ କେବଳ 25 ଜଣ ଓଡି଼ଆ ଥିଲେ । ଚଳିତ ବର୍ଷ 125 ମାଓ ଗତିବିଧି ରହିଥିବା ବେଳେ ସେମାନଙ୍କ ମଧ୍ୟରେ କେହି ଓଡି଼ଆ ନଥିବା ପୋଲିସ ଜାଣିବାକୁ ପାଇଛି । ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାଓ ମୁକାବିଲା ନେଇ ବୈଠକ କରାଯାଇଥିଲା । ଏହାପରେ ଯେଉଁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଅଧିକ ରହିଛି ସେହି ଅଞ୍ଚଳରେ ଅପରେସନ ଜୋରଦାର କରୁଛି ଓଡ଼ିଶା ପୋଲିସ । ଏଥିରେ ସହଯୋଗ କରୁଛନ୍ତି କେନ୍ଦ୍ରୀୟ ସିଆରପିଏଫ ଓ ବିଏସଫ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 3, 2024, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.