ETV Bharat / state

ବିଜେପି ଫୋକସରେ ଓଡ଼ିଶା: ଆରମ୍ଭ ହେଲା ପଦାଧିକାରୀ ବୈଠକ, କାଲି ଆସୁଛନ୍ତି ଶିବରାଜ

author img

By ETV Bharat Odisha Team

Published : Feb 12, 2024, 12:53 PM IST

Odisha BJP Office Bearers Meeting: ଆରମ୍ଭ ହେଲା ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ରାଜ୍ୟ ବିଜେପି ପ୍ରଭାରୀ ଓ ସହପ୍ରଭାରୀଙ୍କ ସମେତ ପ୍ରମୁଖ କର୍ମକର୍ତ୍ତାମାନେ ସାମିଲି । ଆସନ୍ତାକାଲି ଓଡ଼ିଶା ଆସିବେ ଶିବରାଜ ସିଂହ ଚୌହାନ । ଅଧିକ ପଢ଼ନ୍ତୁ,

Odisha BJP Office Bearers Meeting
ଆରମ୍ଭ ହେଲା ରାଜ୍ୟ ପଦାଧିକାରୀ ବୈଠକ

ଆରମ୍ଭ ହେଲା ରାଜ୍ୟ ପଦାଧିକାରୀ ବୈଠକ

ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ରହିଥିବା ବେଳେ ବିଜେପି ଆରମ୍ଭ କରିଦେଇଛି ନିର୍ବାଚନୀ ପ୍ରସ୍ତୁତି । ଆଜି (ସୋମବାର) ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଜେପିର କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇବା ଆରମ୍ଭ କରିଦେଲେଣି । ଆସନ୍ତାକାଲି (ମଙ୍ଗଳବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଶିବରାଜ ।

ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଛି ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ଅନେକ ଟାଣୁଆ ନେତା ଉପସ୍ଥିତ ରହିଛନ୍ତି । ନିର୍ବାଚନ ପ୍ରଭାରୀ ଦାୟିତ୍ଵ ନେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି । ଏହି ବୈଠକରେ ଆଗାମୀ ନିର୍ବାଚନ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବ ଦଳ । ବୈଠକରେ ୨୪ ନିର୍ବାଚନ ନେଇ ରଣନୀତି ଓ ସଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ । ଆଉ ମଧ୍ୟ କେନ୍ଦ୍ରୀୟ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ମଧ୍ୟ ଆଲୋଚନା କରାଯିବ ।

ଏହାମଧ୍ୟ ପଢନ୍ତୁ.. ସଂସଦରେ ଅର୍ଥମନ୍ତ୍ରୀଙ୍କ ଶ୍ବେତପତ୍ରକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ

ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ, ସହପ୍ରଭାରୀଙ୍କ ସମେତ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ନାଉରୀ ନାୟକ ଏବଂ ଦଳର ସାଧାରଣ ସମ୍ପାଦକ ଓ ଉପ ସଭାପତି ଉପସ୍ଥିତ ଅଛନ୍ତି । ତେବେ ବୈଠକକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି " ପ୍ରଭାରୀ ଓ ସହ ପ୍ରଭାରୀଙ୍କ ଉପସ୍ଥିତିରେ ରାଜ୍ୟର ସମସ୍ତ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି । ଆଗାମୀ ନିର୍ବାଚନ ପ୍ରସ୍ତୁତି ଓ ବିଭିନ୍ନ ସାଙ୍ଗଠନିକ ବିଷୟ ବସ୍ତୁକୁ ନେଇ ବୈଠକରେ ଚର୍ଚ୍ଚା ହେବ। "

ସେ କେନ୍ଦ୍ରୀୟ ନେତା ଓ ମନ୍ତ୍ରୀମାନଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି," ଆସନ୍ତାକାଲି (ମଙ୍ଗଳବାର) ଶିବରାଜ ସିଂହ ଚୌହାନ ଓଡ଼ିଶା ଆସୁଛନ୍ତି । ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି 15 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସେ ପୁରୀ ଯାଇ ପ୍ରଭୁ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଆଉ ମଧ୍ୟ 22 ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟକୁ ଆସିବେ । ସେ ମଧ୍ୟ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।" ମାସ ଶେଷରେ ଜୋ ପି ନଡ୍ଡାଙ୍କ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ଥିବା ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.