ETV Bharat / state

ଘରକାମ ପାଇଁ ସାଇତିଥିଲେ ଟଙ୍କା, ରାତିଅଧରେ ଲୁଟ କରିବା ସହ ଜୀବନ ନେଇଗଲେ ଦୁର୍ବୃତ୍ତ - Dacoits Loot And Killed Man

author img

By ETV Bharat Odisha Team

Published : Jun 1, 2024, 10:56 PM IST

Dacoits Killed Man In Boudh:ବିଳମ୍ବିତ ରାତିରେ ଘରେ ପଶି ଲୁଟପାତ ଚଳାଇଥିଲେ ଡକାୟତ ଗ୍ୟାଙ୍ଗ । ଘର ମାଲିକ ବିରୋଧ କରିବାରୁ ଜୀବନ ନେଇଗଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

ରାତିଅଧରେ ଲୁଟ କରିବା ସହ ଜୀବନ ନେଇଗଲେ ଦୁର୍ବୃତ୍ତ
ରାତିଅଧରେ ଲୁଟ କରିବା ସହ ଜୀବନ ନେଇଗଲେ ଦୁର୍ବୃତ୍ତ (ETV Bharat Odisha)

ବୌଦ୍ଧ: ଘରକାମ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ରଖିଥିଲେ । ହେଲେ ଘର ତୋଳିବା ଆଗରୁ ଚାଲିଗଲା ଜୀବନ । ବିଳମ୍ବିତ ରାତିରେ ଘରେ ପଶି ଲୁଟପାତ ଚଳାଇଥିଲେ ଡକାୟତ ଗ୍ୟାଙ୍ଗ । ଘର ମାଲିକ ହଠାତ୍ ଏସବୁ ଦେଖିନେବାରୁ ଦୁର୍ବୃତ୍ତମାନେ ଛୁରାରେ ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଘର ମାଲିକଙ୍କୁ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତରିତ ସମୟରେ ବାଟରେ ତାଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।

ସୂଚନା ଅନୁସାରେ, ବୌଦ୍ଧ ବାଉଁଶୁଣୀ ଥାନା ଅନ୍ତର୍ଗତ ବାଦିକଟା ଗ୍ରାମର ବାଳକୃଷ୍ଣ ମହାକୁଡ଼ ଘର କାମ ପାଇଁ ବାଉଁଶୁଣୀ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖିଥିଲେ । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ବାଳକୃଷ୍ଣଙ୍କ ଘରେ 4ରୁ 5 ଜଣ ଦୁର୍ବୃତ୍ତ ପଶି ଲୁଟପାତ ଚଳାଇଥିଲେ । ତେବେ ଡକାୟତମାନେ ଲୁଟପାଟ କରୁଥିବା ବେଳେ ହଠାତ୍ ବାଳକୃଷ୍ଣ ଶବ୍ଦ ଶୁଣି ଉଠିପଡିଥିଲେ । ଡକାୟତମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଡକାୟତ ଗ୍ୟାଙ୍ଗ ଛୁରା ସାହାଯ୍ୟରେ ବାଳକୃଷ୍ଣଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ ।

ସେପଟେ ଆଜି (ଶନିବାର) ସକାଳୁ ବାଳକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବାଉଁଶୁଣୀ ଓ ପରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବାଳକୃଷ୍ଣଙ୍କୁ ବୁର୍ଲା ସ୍ଥାନାନ୍ତରିତ ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ବାଉଁଶୁଣୀ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ବାଉଁଶୁଣୀ ପୋଲିସର ଅପାରଗତା ତଥା ଖାମଖିଆଲ ନିତି ଯୋଗୁଁ ଏଭଳି ଏକ ଅଘଟଣ ଘଟିବା ସହିତ ଜଣେ ନିରୀହ ଜୀବନ ଅକାଳରେ ଚାଲିଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଧରାପଡ଼ିଲା କୁଖ୍ୟାତ ବ୍ୟାଙ୍କ ଡକାୟତ, ବିଭିନ୍ନ ଜିଲ୍ଲାର ଥାନାରେ ବାହାରିଲା 24ଟି ମାମଲା - Robber Arrested

ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ବାଉଁଶୁଣୀ ପୋଲିସର ଅପାରଗତା ଯୋଗୁଁ ଏହି ଅଞ୍ଚଳରେ ବ୍ୟାପକ ମଦ, ଗଞ୍ଜେଇ କାରବାର ବୃଦ୍ଧି ପାଇବା ସହିତ ବେଆଇନ ଜୁଆ ଆଡ୍ଡା ଓ ଲୁଟପାଟ ବୃଦ୍ଧି ପାଉଛି । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ବାଉଁଶୁଣୀ ପୋଲିସ ନାଗରିକଙ୍କୁ ସୁରକ୍ଷା ଦେବାରେ ବିଫଳ ହେଲା ଭଳି ହୋଉଛି । କେବଳ କିଛି ମୁଷ୍ଟିମେୟ ବେଆଇନ ନିଶା କାରବାର ସହ ଜଡିତ ମାଫିଆଙ୍କ କବ୍ଜାରେ ବାଉଁଶୁଣୀ ଥାନା ରହିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.