ETV Bharat / state

ସମ୍ପର୍କରେ କଳଙ୍କ ଲଗାଇଲା କାକା, ନାବାଳିକା ଝିଆରୀକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା - Minor girl killed by uncle

author img

By ETV Bharat Odisha Team

Published : Jun 2, 2024, 11:04 PM IST

MINOR GIRL KILLED BY UNCLE: ସମ୍ପର୍କରେ ଲାଗିଲା ଦାଗ । ଝିଆରୀକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରି କାକା ଗିରଫ । ଅଧିକ ପଢନ୍ତୁ

MINOR GIRL KILLED BY UNCLE
MINOR GIRL KILLED BY UNCLE (ETV Bharat Odisha)

ରାଇରଙ୍ଗପୁର: କାକା ଓ ଝିଆରୀ ପରି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ନାବାଳିକା ଝିଆରୀକୁ ବୁଲାଇ ନେବା ବାହାନାରେ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଛି ସମ୍ପର୍କୀୟ କାକା । ଏପରି ଏକ ଅମାନବୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିନସ୍ଥ ଏକ ଗାଁରେ । ଏ ସମ୍ପର୍କରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କାକା ରାମେଶ୍ୱର ଦେହୁରୀକୁ ଗିରଫ କରିଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁଯାୟୀ, ଗତ ମଇ ମାସ ୩୦ ତାରିଖ ଦିନ ସାତ ବର୍ଷର ଜନୈକା ନାବାଳିକାଙ୍କ ସହିତ ପରିବାର ଲୋକେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ଜଣେ ସମ୍ପର୍କୀୟ କକା ଘର ଗ୍ରାମକୁ ଆସିଥିଲେ । ତେବେ ଗତକାଲି ଅପରାହ୍ନ ୩ଟା ସମୟରେ ସାତ ବର୍ଷର ନାବାଳିକା ଜଣକ କାକା ରାମେଶ୍ବରଙ୍କ ସହିତ ବୁଲିବା ପାଇଁ ଯାଇଥିଲେ । ତେବେ ରାମେଶ୍ବର ଏକୁଟିଆର ସୁଯୋଗ ନେଇ ଗାଁ ନିକଟସ୍ଥ ନଦୀ କୂଳରେ ନାବାଳିକା ଝିଆରୀକୁ ଜୋର ଜବରଦସ୍ତ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିଲା । ଏଥି ସହିତ ନିକଟସ୍ଥ ଜଙ୍ଗଲରେ ନାବାଳିକାର ମୃତଦେହକୁ ଫିଙ୍ଗି ଦେଇଥିଲା ।

ତେବେ ନାବାଳିକା ଜଣକ ଦୀର୍ଘ ସମୟ ଧରି ଘରକୁ ନଆସିବାରୁ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଖୋଜାଖୋଜି କରିଥିଲେ । ପରେ ଜଙ୍ଗଲ ମଧ୍ୟରେ ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ସମ୍ପର୍କୀୟ ରାମେଶ୍ୱର ଦେହୁରୀ ସହିତ ନାବାଳିକା ଜଣକ ଥିବା ନେଇ ଜଣାପଡ଼ିଥିଲା । ଏନେଇ ଅଭିଯୁକ୍ତ ରାମେଶ୍ବରକୁ ପଚାରିବାରୁ ସେ ଘଟଣା ବାବଦରେ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱୀକାର କରିଥିଲା ।

ଏହା ମଧ୍ୟ ପଢନ୍ତୁ ....ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ମହିଳାଙ୍କୁ ପିଟିପିଟି ମାରିଦେଲେ - Woman Killed By Neighbour

ଏହା ମଧ୍ୟ ପଢନ୍ତୁ ....ବାର ଗାର୍ଲଙ୍କ ସନ୍ଦେହଜନକ ମୃତ୍ୟୁ, ବନ୍ଦ ଘରୁ ମୃତଦେହ ଉଦ୍ଧାର - Suspicious Death Of Bar Dance

ତେବେ ଏନେଇ ନାବାଳିକାଙ୍କ ପରିବାର ଲୋକେ କୁଳିଅଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କୁଳିଅଣା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରାମେଶ୍ବର ଦେହୁରୀକୁ ଗିରଫ କରିଥିଲା । ଅଧିକ ପଚରାଉଚରା ପରେ ରାମେଶ୍ବର ଦେହୁରୀକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ,ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.