ETV Bharat / state

ଭଡା ଘରେ ଦଳୀୟ କାର୍ଯ୍ୟାଳୟ, ବିଜେପି ନେତା ବକେୟା ଟଙ୍କା ଦେଉନଥିବା ଅଭିଯୋଗ

author img

By ETV Bharat Odisha Team

Published : Mar 7, 2024, 1:24 PM IST

Allegations Against BJP Leader: ବାଲେଶ୍ବର ସଦରରେ ଭଡା ଘରେ ଚାଲିଛି ବିଜେପି କାର୍ଯ୍ୟାଳୟ । ଘର ଛାଡ଼ିବା ପରିବର୍ତ୍ତେ ମାଲିକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ।

Allegations Against BJP Leader
Allegations Against BJP Leader

Allegations Against BJP Leader

ବାଲେଶ୍ବର: ଭଡା ଘରେ ଚିଲିଛି ବିଜେପି କାର୍ଯ୍ୟାଳୟ । କିନ୍ତୁ ବିଜେପି ପକ୍ଷରୁ ଘର ଭଡ଼ା ବକେୟା ରହିଥିବା ଅଭିଯୋଗ । ଘର ଛାଡିବାକୁ ସଦର ବିଜେପି ନେତାଙ୍କୁ ବାରମ୍ବାର କୁହାଯାଉଥିବା ବେଳେ ସେ ଘର ଛାଡ଼ିବା ପରିବର୍ତ୍ତେ ଆକ୍ରମଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାଲେଶ୍ଵର ନୁରୂପୁର ଅଞ୍ଚଳର ସନ୍ତୋଷ କୁମାର ଦେ ।

ଏକ ସାମ୍ବାଦିକ ସମ୍ମିଳନୀରେ ସନ୍ତୋଷ କୁମାର କହିଛନ୍ତି, ''ବାଲେଶ୍ୱର ସଦର ବିଜେପି କାର୍ଯ୍ୟାଳୟ ହୋଇଥିବା ଘର ମୋର । ଏହି ଘର ଭଡ଼ାରେ ଦିଆଯାଇଥିବା ବେଳେ ଦୀର୍ଘଦିନ ଧରି ଭଡ଼ା ବାକି ରହିଛି ଏବଂ ଘର ଛାଡିବାକୁ ସଦର ବିଜେପି ନେତାଙ୍କୁ ବାରମ୍ବାର କୁହାଯାଉଥିବା ବେଳେ ସେ ଘର ଛାଡ଼ିବେ କଣ ଓଲଟି ଆକ୍ରମଣ କରୁଛନ୍ତି । ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଏ ବାବଦରେ ବିଜେପିର ରାଜ୍ୟସ୍ତରୀୟ ବରିଷ୍ଠ ନେତା ମାନେ ସମ୍ପୃକ୍ତ ରହି ଆମକୁ ନ୍ୟାୟ ପ୍ରଦାନ କରିବା ପାଇଁ ଆମେ ଦାବି କରୁଛି ।''

ସୂଚନା ଅନୁସାରେ, ଭଡାଘରେ ପରିଚାଳିତ ହେଉଥିବା ସଦର ବିଜେପି କାର୍ଯ୍ୟାଳୟକୁ ଯୁବନେତା ମାନସ କୁମାର ଦତ୍ତ ଖାଲି କରୁନଥିବା ନେଇ ଅଭିଯୋଗ ଆଣିଛନ୍ତି ସନ୍ତୋଷ କୁମାର । ଘରମାଲିକ ସନ୍ତୋଷ କୁମାର ଦେ ବାଲେଶ୍ୱର ପୌରାଞ୍ଚଳର ନୁରପୁର ରୋଡରସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ବାଗବୃନ୍ଦାବନ ମୌଜାର ପ୍ଲଟ ନଂ ୨୦୬/୧୭୬୧ ଓ ଖତିଆନ ନଂ ୮/୧୦ରେ ଥିବା ଅନ୍ୟ ଏକ ଘରକୁ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କୁ ବହୁ ବର୍ଷ ତଳେ ଭଡା ସୁତ୍ରରେ ଦେଇଥିଲେ । ୨୦୧୯ ନିର୍ବାଚନ ପରେ ମଦନ ମୋହନ ଦତ୍ତ ଘରଟିକୁ ଖାଲି କରିଦେବା ନେଇ ପ୍ରତିଶୃତି ଦେଇଥିଲେ । ମାତ୍ର ଅସୁସ୍ଥ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା।

ଘର ଛାଡିବା କଥା ସ୍ୱର୍ଗତଃ ଦତ୍ତଙ୍କ ପୁଅ ମାନସଙ୍କୁ ଜଣାଇବାରୁ ଉପନିର୍ବାଚନ ଶେଷ ପର୍ଯ୍ୟନ୍ତ ଘରଟିକୁ ଭଡା ଆକାରରେ ବ୍ୟବହାର ପାଇଁ ଅନୁରୋଧ କରିଥିଲେ । ଏଥିପାଇଁ ଏକ ସ୍ୱଳ୍ପ କାଳୀନ ଚୁକ୍ତିନାମା ହୋଇଥିଲା । ଯାହାର ଅବଧି ୨୦୨୧ ମସିହା ଜାନୁଆରୀ ୩୧ ତାରିଖରେ ଶେଷ ହୋଇଯାଇଛି । ତେବେ ଚୁକ୍ତି ଅବଧି ଶେଷ ହୋଇଥିଲେ ଆଜି କାଲି କହି ମାନସ ଘର ଛାଡିବା କଥା ଏଡାଇ ଦେଉଛନ୍ତି ବୋଲି ସନ୍ତୋଷ କୁମାର ଦେ କହିଛନ୍ତି। ଇତି ମଧ୍ୟରେ ଘରର ବିଦ୍ୟୁତ ଦେୟ ୮୮,୨୮୨ ଟଙ୍କା ବକେୟା ରହିଥିବା ସେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଜେପିରେ ମିଶିଲେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ବ୍ୟକ୍ତିଗତ ବ୍ୟବହାର ପାଇଁ ସେଠାରେ ରାଜନୈତିକ କାର୍ଯ୍ୟାଳୟ ଚଳାଉଥିବା ବେଳେ ମାନସ ଦତ୍ତ ଉଦ୍ଦେଶ୍ୟମୂଳକ ଭାବେ ଘରଟିକୁ ହାତେଇ ନେବାର ପ୍ରଚେଷ୍ଟା ଚଳାଇଥିବାରୁ ସନ୍ତୋଷ ଦେ ତାଙ୍କ ବିରୋଧରେ ଅଦାଲତର ଆଶ୍ରୟ ନେଇଛନ୍ତି । ଏହାସହ ସେ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସ୍ତରୀୟ ନେତା ଏହି ଘଟଣାର ତଦନ୍ତ କରି ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ନହେଲେ ସେମାନେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।‌

ଅନ୍ୟପଟେ ଏନେଇ ବିଜେପି ଯୁବନେତା ମାନସ ଦତ୍ତଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଛନ୍ତି, '' ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ଏଥିରେ ସିଭିଲ ଡିସପୁଟ ଚାଲିଛି । ଏହାବ୍ୟତୀତ ୫/୬ ଜଣଙ୍କ‌ ନାଁରେ କୋର୍ଟରେ କେସ୍ ମଧ୍ୟ ଚାଲିଛି ।‌ ଯାହାର କିଛି ନିଷ୍ପତ୍ତି ଆସିନାହିଁ । ଅଦାଲତ ଯାହା ରାୟ ପ୍ରକାଶ କରିବେ ତାହା ମୁଁ ମାନିବାକୁ ପ୍ରସ୍ତୁତ ଅଛି । ଏହାସହ ତାଙ୍କୁ ଘର ବାବଦକୁ କୌଣସି ଗୋଟିଏ ଟଙ୍କା ବାକି ରଖାଯାଇ ନାହିଁ। କୋର୍ଟରେ ବିଚାରଧୀନ ଥିବା ମାମଲା ନିଷ୍ପତ୍ତି ହେବା ଆଗରୁ ସେ ରାଜନୈତିକ ଉଦ୍ଦେଶ୍ୟ ରଖି ଏମିତି କାର୍ଯ୍ୟ କରୁଛନ୍ତି ।''

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.