ETV Bharat / state

ରାୟଗଡ଼ାରେ ସାଂଘାତିକ ମ୍ୟାଲେରିଆ ସ୍ଥିତି; ଶିଶୁଙ୍କ ପାଇଁ ଅଧିକ ଘାତକ - MALARIA CASES IN RAYAGADA

author img

By ETV Bharat Odisha Team

Published : Jul 14, 2024, 12:17 PM IST

Rayagada Malaria cases: ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ସାଂଘାତିକ । ସର୍ବାଧିକ ଚିନ୍ତାଜନକ ବିଷୟ ହେଉଛି ମ୍ୟାଲେରିଆରେ ପ୍ରାଣ ହରାଉଥିବା ୭୦ ପ୍ରତିଶତ ହେଉଛନ୍ତି ଶୂନରୁ ୮ ବର୍ଷର ଶିଶୁ । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ଜୁନ ସୁଦ୍ଧା 449 ଜଣ ଶିଶୁ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Rayagada Malaria cases
Rayagada Malaria cases (ETV Bharat Odisha)

ରାୟଗଡା: ଡାଇରିଆ ପାଇଁ ଚର୍ଚ୍ଚାରେ ରହିଆସିଥିବା ରାୟଗଡ଼ା ଜିଲ୍ଲା ଏବେ ମ୍ୟାଲେରିଆ ପାଇଁ ପୁଣି ଚର୍ଚ୍ଚାରେ । ଜିଲ୍ଲାରେ ଏହାର ସ୍ଥିତି ସାଂଘାତିକ । ଗତ ବର୍ଷ ରାୟଗଡା ଜିଲ୍ଲା ଦେଶରେ ଦ୍ଵିତୀୟ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ଜିଲ୍ଲା ଭାବେ ରହିଥିଲା । 2023ରେ ଓଡ଼ିଶାରେ ରାୟଗଡା ଜିଲ୍ଲାରେ ସର୍ବାଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଜାରି କରାଯାଇଥିଲା ।

ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ପ୍ରତି ଏକ ହଜାର ବ୍ୟକ୍ତିରେ ରାୟଗଡ଼ାରେ ୬୫ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି । ମେଘାଳୟର ସାଉଥ୍‌ଗାରୋହିଲ୍ସ ଜିଲ୍ଲା ପରେ ରାୟଗଡା ଦ୍ୱିତୀୟରେ ରହିଛି । ମୁଖ୍ୟତଃ ଏନୋଫିଲିସ ମଶାଜନିତ ମ୍ୟାଲେରିଆ ରୋଗ ରାୟଗଡ଼ାରେ ଦେଖିବାକୁ ମିଳେ । ଏହି ମଶାରୁ ବ୍ୟାପୁଥୁବା ମ୍ୟାଲେରିଆ ସର୍ବାଧିକ ବିପଦପୂର୍ଣ୍ଣ ବୋଲି ଫ୍ଲୋରିଡ଼ା ବିଶ୍ଵବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇ ଏଭଳି ଘୋଷଣା କରାଯାଇଛି । ସେହି ମଶା ଦେଶର ଏହି ଦୁଇ ଜିଲ୍ଲାରେ ହିଁ ଦେଖିବାକୁ ମିଳିଛି ।

ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ଜିଲ୍ଲା ମ୍ୟାଲେରିଆ ନିରାକରଣ ବିଭାଗ ସୂଚନା ଅନୁଯାୟୀ, ୨୦୧୫ ଓ ୨୦୧୬ ମସିହାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । 2016 ଏବଂ 2017 ମସିହାରେ ରାୟଗଡା ଜିଲ୍ଲା ମ୍ୟାଲେରିଆ ଆକ୍ରାନ୍ତରେ 1 ନମ୍ବରରେ ରହିଥିଲା । ତେବେ ପରବର୍ତ୍ତୀ ସମୟରେ 2018ରେ ନିୟନ୍ତ୍ରଣ ହୋଇ 5 ନମ୍ବରକୁ ଖସିଥିଲା । ହେଲେ 2019ରେ ଏହା ପୁଣି ଦ୍ଵିତୀୟ ସ୍ଥାନକୁ ଆସିଥିଲା । ଏହାପରେ 2020ରେ ତୃତୀୟ, 2021ରେ ଚତୁର୍ଥ, 2022ରେ ଦ୍ଵିତୀୟ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ଜିଲ୍ଲା ଭାବେ ରହିଥିଲା ।

ବର୍ତ୍ତମାନର ସ୍ଥିତିକୁ ଦେଖିଲେ ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡା ଜିଲ୍ଲା ଚଳିତ ବର୍ଷ ମଧ୍ୟ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ଜିଲ୍ଲାରେ ରହିଥିବା 11ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତଥ୍ୟକୁ ଅନୁଧ୍ୟାନ କଲେ ଜୁନ ମାସରେ ହୋଇଥିବା ପରୀକ୍ଷଣ ଆଧାରରେ 56991 ଜଣଙ୍କ ମଧ୍ୟରେ ରାୟଗଡା ଜିଲ୍ଲାରେ ମୋଟ 1204 ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାୟଗଡାରେ ମୋଟ 2ଲକ୍ଷ 71ହଜାର 216 ଜଣଙ୍କ ମଧ୍ୟରୁ 3 ହଜାର 712 ଜଣ ମ୍ୟାଲେରିଆରେ ଆକ୍ରାନ୍ତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡିଛି । ଯେଉଁଥିରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ସର୍ବାଧିକ 546, ଗୁଡାରିରେ 449 ଏବଂ କାଶିପୁରରେ 434 ଜଣ ମ୍ୟାଲେରିଆ ଆକ୍ରାନ୍ତ ହୋଇଛନ୍ତି । ଗୁଣପୁର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ସର୍ବନିମ୍ନ 44 ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଘରୋଇ ଲ୍ୟାବଗୁଡିକରେ ହେଉଥିବା ମ୍ୟଲେରିଆ ରୋଗୀଙ୍କ ତଥ୍ୟକୁ ଆକଳନ କଲେ ଏହା ଢେର ଅଧିକା ରହିବାର ସମ୍ଭାବନା ରହିଛି ।

ଏହାମଧ୍ୟ ପଢନ୍ତୁ... ବର୍ଷା ଦିନିଆ ରୋଗ ପ୍ରତି ସତର୍କ ! ଡେଙ୍ଗୁ ପ୍ରତିକାର ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ - Waterborne diseases concerns

ଅନ୍ୟପଟେ ୨୦୧୭ ମେ ମାସ ପର୍ଯ୍ୟନ୍ତ ୧ ଲକ୍ଷ ୨୭ ହଜାର ୮ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ସେଥିରୁ ୨୩ ହଜାର ୪୯୬ ଜଣଙ୍କଠାରେ ପଜିଟିଭ, ୨୧ ହଜାର ୧୬୫ ଜଣ ମାରାତ୍ମକ ପିଏଫ୍ (ପ୍ଲାସମୋଡିୟମ ଫାଲସିଫୋରମ)ରେ ଆକ୍ରାନ୍ତ ଥିବା ଏବଂ ପ୍ରଥମ ପାଞ୍ଚ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨୧ ପ୍ରତିଶତ । ୨୦୦୮ରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜିଲ୍ଲାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ସେହିପରି ୨୦୦୯ରେ ୨୦, ୨୦୧୦ରେ ୨୨, ୨୦୧୧ରେ ୧୨, ୨୦୧୨ରେ ୮, ୨୦୧୩ରେ ୩, ୨୦୧୪ରେ ୫, ୨୦୧୫ରେ ୧୦, ୨୦୧୬ରେ ୬ ଓ ୨୦୧୭ରେ ଅଦ୍ୟାବଧି ୩ ଜଣଙ୍କ ମୃତ୍ୟୁ ଘଟିଥିବା ତଥ୍ୟ ଦିଆଯାଇଛି । ବେସରକାରୀ ଭାବେ କିନ୍ତୁ ମୃତ୍ୟୁସଂଖ୍ୟା ଢେର୍ ଅଧିକ ।

ସର୍ବାଧିକ ଚିନ୍ତାଜନକ ବିଷୟ ହେଉଛି ମ୍ୟାଲେରିଆରେ ପ୍ରାଣ ହରାଉଥିବା ୭୦ ପ୍ରତିଶତ ହେଉଛନ୍ତି ଶୂନରୁ ୮ ବର୍ଷର ଶିଶୁ । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ଜୁନ ସୁଦ୍ଧା 449 ଜଣ ଶିଶୁ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ମ୍ୟାଲେରିଆର କାରଣ ହେଉଛି ପାହାଡ଼ିଆ ଅଞ୍ଚଳ ଏବଂ ସେଠାରୁ ବାହାରିଥିବା ଝରଣା । ଝରଣାରେ ହିଁ ଏନୋଫିଲିସ ମଶା ଅଧିକ ଜନ୍ମ ନେଇଥାନ୍ତି । ଝରଣାରେ ଗମ୍ବୁଶିଆ ମାଛ ଛାଡ଼ିଲେ ଏହି ଏନୋଫିଲିସ ମଶା ବ୍ୟାପି ନଥାଏ । ମ୍ୟାଲେରିଆକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଏନୋଫିଲିସ ମଶାକୁ ନିପାତ କରିବା ଲାଗି ସ୍ବତନ୍ତ୍ର ପଦକ୍ଷେପ ନିଆଯିବାର ଆବଶ୍ୟକ‌ତା ରହିଛି । ନଚେତ ଆଗାମୀ ଦିନରେ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିବ ।

ଅନ୍ୟପଟେ 2020 ମସିହାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶାରୀ ବଣ୍ଟନ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ମଶାରୀରେ ଲଗାଯାଇଥିବା ଔଷଧର ପ୍ରଭାବ କେବଳ 3 ବର୍ଷ ପର୍ଯ୍ୟନ୍ତ ରହିଥାଏ । ହେଲେ 2023ରେ ମଶାରୀ ବଣ୍ଟନ ହେବାକୁ ନିୟମ ରହିଥିବା ବେଳେ ଅଦ୍ୟାବଧି ବଣ୍ଟନ ହୋଇନାହିଁ ।

ତେଣୁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅତିଶୀଘ୍ର ମଶାରୀ ବଣ୍ଟନ କରିବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ରାୟଗଡା ଜିଲ୍ଲା ଓଡ଼ିଶାରେ ଏକ ନମ୍ବର ରହୁଥିବା ନେଇ ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟଙ୍କୁ ଯୋଗାଯୋଗ କରିଥିଲେ ହେଁ ସମ୍ଭବପର ହୋଇପାରିନଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.