ETV Bharat / state

ଡ଼ରାଉଛି ଡେଙ୍ଗୁ-ମ୍ୟାଲେରିଆ, ନୟାଗଡ଼-ବୌଦ୍ଧରେ ସ୍ଥିତି ଅଣାୟତ୍ତ ! - malaria and dengue cases rising

author img

By ETV Bharat Odisha Team

Published : Jul 26, 2024, 9:38 PM IST

MALARIA AND DENGUE CASES RISING: ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ-ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ମେଡିକାଲରେ ମିଳୁନାହିଁ ବେଡ୍ , ସେପଟେ ଉପାନ୍ତ ଅଞ୍ଚଳରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

MALARIA AND DENGUE CASES RISING
MALARIA AND DENGUE CASES RISING (ETV Bharat Odisha)

ନୟାଗଡ଼/ବୌଦ୍ଧ: ଲୋକଙ୍କୁ ଡରାଉଛି ଡେଙ୍ଗୁ ଏବଂ ମ୍ୟାଲେରିଆ । ନୟାଗଡ଼-ବୌଦ୍ଧ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ । ଦିନିକୁ ଦିନ ଡେଙ୍ଗୁ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ନିରବତା ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିଦିନ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଡେଙ୍ଗୁ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ରୋଗୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ଯଥା- ମଶାରୀ ଏବଂ ବେଡ଼ ମିଳୁନଥିବା ଅଭିଯୋଗ ହୋଇଛି । ଗୋଟିଏ ୱାର୍ଡରେ ମ୍ୟାଲେରିଆ, ଡେଙ୍ଗୁ ରୋଗୀ ସହ ଅନ୍ୟ ରୋଗୀମାନେ ଚିକିତ୍ସିତ ହେଉଥିବାରୁ ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବଢୁଛି ମଶାଙ୍କ ପ୍ରାଦୃଭାବ: ସୂଚନା ଅନୁଯାୟୀ,ବର୍ଷା ଦିନରେ ଡ୍ରେନ ପାଣି ଏବଂ ଅଳିଆ ଆବର୍ଜନାରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ମଶା ସଂଖ୍ୟା ବୃଦ୍ଧି ପାଉଛି । ବିଭିନ୍ନ ସ୍ଥାନରେ ଜବରଦଖଲ ପାଇଁ ଡ୍ରେନ ପାଣି ନିଷ୍କାସନ ନହୋଇ ମାସ ମାସ ଧରି ଜମି ରହୁଛି । ଏ ଦିଗରେ ପୌରପରିଷଦ ଏବଂ ସ୍ଵାସ୍ଥ୍ୟ ବିଭାଗ କିଛି ବି ପଦକ୍ଷେପ ନେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ନିକଟରେ ଓସ୍ତିଆ ଆଶ୍ରମ ସ୍କୁଲର ଜଣେ ଛାତ୍ରର ମ୍ୟାଲେରିଆରେ ମୃତ୍ୟୁ ପରେ ଜିଲ୍ଲାରେ ଡେଙ୍ଗୁ ଏବଂ ମ୍ୟାଲେରିଆ ନିରାକରଣ ଦିଗରେ ସ୍ବାସ୍ଥ୍ୟ ବିଭାଗର ବିଫଳତା ପଦାରେ ପକାଇଛି । ନିୟନ୍ତ୍ରଣ ରହୁ ନଥିବାରୁ ଜିଲ୍ଲାରେ ଦିନକୁ ଦିନ କାୟା ମେଲାଉଛି ମ୍ୟାଲେରିଆ ଏବଂ ଡେଙ୍ଗୁ ।

ଜିଲ୍ଲାରେ ଚଳିତ 1 ଲକ୍ଷ 16 ହଜାର 91 ଜଣଙ୍କର ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ 6 ମାସ ମଧ୍ୟରେ ଜିଲ୍ଲାରେ ୧୮୧ ଜଣ ମ୍ୟାଲେରିଆ ଏବଂ 12 ଜନ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛି । ଜୁଲାଇ ମାସରେ ଅଧିକ ରୋଗୀଙ୍କ ସଂଖ୍ୟା ବଢ଼ି ଥିବାରୁ ଆଗକୁ ଆହୁରି ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଂକା ପ୍ରକାଶ ପାଇଛି । ସେଥିପାଇଁ ଯେପରି ରୋକ୍ ଲଗାଯାଇ ପାରିବ, ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି ।

ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମହାମାରୀ ଭଳି ମାଡି ଚାଲିଛି ମ୍ୟାଲେରିଆ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତିନି ମାସ ମଧ୍ୟରେ ଶହ ଶହ ରୋଗୀ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦମନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏଭଳି ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ....ରାଜ୍ୟରେ ମାଡୁଛି ଡେଙ୍ଗୁ, ମ୍ୟାଲେରିଆ; କେମିତି ରୋକିବେ ସରକାର, କ’ଣ ଆକ୍ସନ ପ୍ଲାନ ? ଏମିତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ - Waterborne Diseases In Odisha

ବୌଦ୍ଧରେ କାୟାବିସ୍ତାର କରୁଛି ମ୍ୟାଲେରିଆ :

ସେହିପରି ବୌଦ୍ଧ ଜିଲ୍ଲାରେ ମଧ୍ୟ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଅନେକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆର ଦମନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦୁର୍ଗମ ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗ ଯାଇ ସେମାଙ୍କ ଚିକିତ୍ସା ଜାରି ରଖିଛି । ଚଳିତ ବର୍ଷ ମ୍ୟାଲେରିଆ ରୋଗର ମାରାତ୍ମକ ପିଏଫ ବଦଳରେ ଭିନ୍ନ ଭାରିଆଣ୍ଟ ପିଭି ବ୍ୟାପକ ମାତ୍ରାରେ ସଂକ୍ରମିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ହରଭଙ୍ଗା ବ୍ଲକର ବିଭିନ୍ନ ଉପାନ୍ତ ପଞ୍ଚାୟତ ବିଶେଷ ଭାବରେ କୁଶଙ୍ଗ, ମହାଲିକପଡା, ତଳଗାଁ ଓ ଆଢେଣୀଗଡ ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ବର୍ତ୍ତମାନ ସମୟରେ ୧୯୭ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇ ସାରିଥିବାବେଳେ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗର ଦମନ କାର୍ଯ୍ୟକ୍ରମ ଅନ୍ତର୍ଗତ ଚିହ୍ନଟ ଶିବିରରେ ଆହୁରି ଅନେକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତିତ କରିଛି ।

ଏହା ମଧ୍ୟ ପଢନ୍ତୁ...ଚିନ୍ତା ବଢ଼ାଇପାରେ ଡେଙ୍ଗୁ ଓ ମ୍ୟାଲେରିଆ, ସ୍ବାସ୍ଥ୍ୟ ବିଭାଗର ସତର୍କତା - Dengue and Malaria Precautionary

ଇଟିଭି ଭାରତ, ନୟାଗଡ଼ /ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.