ETV Bharat / state

IAS ସ୍ତରରେ ବଡ଼ ଅଦଳବଦଳ: ୧୯ ନୂଆ ଜିଲ୍ଲାପାଳ, ନବୀନ ଅମଳରେ କୋଣଠେସା, ମୋହନ ଦେଲେ ଗୁରୁ ଦାୟିତ୍ୱ - IAS reshuffle in Odisha

author img

By ETV Bharat Odisha Team

Published : Aug 8, 2024, 7:36 AM IST

Updated : Aug 8, 2024, 9:43 AM IST

Major IAS reshuffle in Odisha: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହେଲେ ଓଡ଼ିଆ ଆଇଏଏସ୍ ବିଜୟକେତନ ଉପାଧ୍ୟାୟ । ବଦଳିଲେ ଯାଜପୁର ଜିଲ୍ଲାପାଳ । କଟକକୁ ମିଳିଲା ଯୁବ ଜିଲ୍ଲାପାଳ । ପଢନ୍ତୁ ପୁରା ଖବର

IAS ସ୍ତରରେ ଅଦଳବଦଳ; ନବୀନ ନେଇଥିଲେ କାର୍ଯ୍ୟାନୁଷ୍ଠାନ, ମୋହନ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
IAS ସ୍ତରରେ ଅଦଳବଦଳ; ନବୀନ ନେଇଥିଲେ କାର୍ଯ୍ୟାନୁଷ୍ଠାନ, ମୋହନ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ (ETV Bharat Odisha)

ଭୁବନେଶ୍ୱର: ସରକାର ଗଠନର ପ୍ରାୟ 2 ମାସ ପରେ ଆଇଏଏସ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ । 19ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି ମୋହନ ସରକାର । ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ମିଳିଛି ବିଭାଗ ଦାୟିତ୍ୱ । ନବୀନ ସରକାରରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଓଡ଼ିଆ ଆଇଏଏସ ଡ. ବିଜୟକେତନ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ମୋହନ ସରକାର । କେନ୍ଦୁଝର ଜିଲ୍ଲାପାଳ ଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଥିବା ଆଇଏଏସ ଆଶିଷ ଠାକରେଙ୍କୁ ବୋର୍ଡ ଅଫ ରେଭେନ୍ୟୁର ସଚିବ ଦାୟିତ୍ୱ ମିଳିଛି । ଏନେଇ ବୁଧବାର ବିଳମ୍ବିତ ରାତିରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତିରେ ଓଡ଼ିଆ ଅସ୍ମିତାର ଝଲକ:-

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମୋହନ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ବିଶେଷ କରି ସାଧାରଣ ନିର୍ବାଚନ ପାଖରୁ ଫାଙ୍କା ପଡିଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି । ଏହା ସହ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ପାୱାର କରିଡରକୁ ଅଣାଯାଇଛି । ସେହିପରି ଏହି ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି । ବିଜେଡି ସରକାର ବୋର୍ଡ ଅଫ ରେଭେନ୍ୟୁର ସଚିବ ଭାବେ ନିଯୁକ୍ତ ଥିବା 2009 ବ୍ୟାଚର ଓଡ଼ିଆ ଆଇଏଏସ ଡ. ବିଜୟକେତନ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ ମିଳିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ବିଜୟ ।

ନବୀନ କରିଥିଲେ ଗିରଫ, ମୋହନ ଦେଲେ ଗୁରୁଦାୟିତ୍ୱ:-

ନବୀନ ସରକାରରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ବରିଷ୍ଠ ଓଡ଼ିଆ ଆଇଏଏସ ଡ. ବିଜୟକେତନ ଉପାଧ୍ୟାୟ । 2009 ବ୍ୟାଚର ଏହି ଓଡ଼ିଆ ଅଧିକାରୀଙ୍କ ନାଁରେ ଏକାଧିକ ଅଭିଯୋଗ ଯୋଡି ଜେଲ ପଠାଇଥିଲେ ତତ୍କାଳୀନ ନବୀନ ସରକାର । କିନ୍ତୁ ଅଭିଯୋଗକୁ ବିଜୟକେତନଙ୍କ ପତ୍ନୀ ଖଣ୍ଡନ କରିଥିଲେ । ତତ୍କାଳୀନ କ୍ଷମତା କେନ୍ଦ୍ର ସହ ସୁସମ୍ପର୍କ ନରଖିବା ଯୋଗୁଁ ବିଜୟଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିଲା ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଜେଲରୁ ମୁକ୍ତ ହେବା ପରେ ବିଜୟଙ୍କୁ ବିଜେଡି ସରକାର ବୋର୍ଡ ଅଫ ରେଭେନ୍ୟୁର ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଏବେର ସରକାର ବିଜୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦେଇଛନ୍ତି । ସେହିପରି ସେ ଓଡିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ମଧ୍ୟ ତୁଲାଇବେ ।

ବିଜେପି ଆଣିଥିଲା ଆଶିଷଙ୍କ ବିରୋଧରେ ଅଭିଯୋଗ:-ବାଲେଶ୍ଵର ଜିଲ୍ଲାପାଳ ଥିବା 2011 ବ୍ୟାଚର ଆଇଏଏସ ଅଫିସର ଆଶିଷ ଠାକରେଙ୍କୁ ମିଳିଛି ନୂଆ ନିଯୁକ୍ତି । ଆଶିଷଙ୍କୁ ଜିଲ୍ଲା ଦାୟିତ୍ୱରୁ ମୁକ୍ତ କରିଛନ୍ତି ମୋହନ ସରକାର । ଆଶିଷ ହୋଇଛନ୍ତି ବୋର୍ଡ ଅଫ ରେଭେନ୍ୟୁ, କଟକର ସଚିବ । ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲାପାଳ ଥିଲେ ଆଶିଷ । ଦୀର୍ଘ ବର୍ଷ ଆଶିଷ ଖଣି ବହୁଳ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ସେ ସେତେବେଳେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ରହିଛି । ସେହିପରି ଦୀର୍ଘ ବର୍ଷ ଗୋଟିଏ ଜିଲ୍ଲାରେ ନିଯୁକ୍ତି ନେଇ ଆଶିଷଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେତେବେଳେର ବିରୋଧୀ ତଥା ବର୍ତ୍ତମାନର ଶାସକ ଦଳ ବିଜେପି ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀ-ନୀତି ଆୟୋଗ ସିଇଓ ଭେଟ ରାଜନୀତି; କଂଗ୍ରେସ-ବିଜେଡିର କେନ୍ଦ୍ର ଅବହେଳା ଅଭିଯୋଗ, ବିଜେପି ରଖିଲା ଜବାବ - Bjd Congress Targets To Bjp

କମଳକୁ ଓଏସଡ଼ମା ନିର୍ଦ୍ଦେଶକ ଦାୟିତ୍ୱ :-

ଭଦ୍ରକ ଜିଲ୍ଲାପାଳ ହୋଇଛନ୍ତି ଓଏଏସରୁ ଆଇଏଏସ ଭାବେ ପଦୋନ୍ନତି ଦିଲ୍ଲୀପ ରାଉତରାୟ । ଦିଲ୍ଲୀପ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ସେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଆଇଏଏସ ଭାବେ ପଦୋନ୍ନତି ପାଇଥିବା ଆଉ ଜଣେ ଅଧିକାରୀ କମଳ ଲୋଚନ ମିଶ୍ର ହୋଇଛନ୍ତି ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । କମଳ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । ଯାଜପୁର ଜିଲ୍ଲାପାଳ ଥିବା 2012 ବ୍ୟାଚର ନିଖିଳ ପୱନ କଲ୍ୟାଣଙ୍କୁ ନୂଆ ନିଯୁକ୍ତି ମିଳିଛି । ମୂର୍ତ୍ତିକା ସଂରକ୍ଷଣ, ଜଳ ଉନ୍ନୟନ ନିର୍ଦ୍ଦେଶକ ଭାବେ ନିଖିଲଙ୍କୁ ନିଯୁକ୍ତି ଦିଆଯାଇଛି । ସିଏମସି କମିଶନର ଥିବା ପଦୋନ୍ନତି ପ୍ରାପ୍ତ ଆଇଏଏସ ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଗଜପତିର ଜିଲ୍ଲାପାଳ ଥିବା ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି ।

ପାୱାର କରିଡରରେ ସ୍ଵଧା ଦେବ ସିଂ:-

ନୟାଗଡ଼ ଜିଲ୍ଲାପାଳ ଥିବା ସ୍ଵଧା ଦେବ ସିଂ ପାୱାର କରିଡରଙ୍କୁ ଆସିଛନ୍ତି । 2014 ବ୍ୟାଚର ଏହି ଅଫିସର ପଞ୍ଚୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଓସେପାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ପାରୁଲ ପଟୱାରୀଙ୍କୁ ରାୟଗଡ଼ା ଜିଲ୍ଲା ବଦଳି କରାଯାଇଛି । ମୋ ସ୍କୁଲର ସଦସ୍ୟ ସଚିବ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱରେ ଥିଲେ । ଢେଙ୍କାନାଳ ଜିଲ୍ଲାପାଳ ଥିବା 2015 ବ୍ୟାଚର ଆଇଏଏସ ଅମୃତ ଋତୁରାଜ କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ଭଦ୍ରକ ଜିଲ୍ଲାପାଳ ଥିବା 2016 ବ୍ୟାଚର ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁର ଜିଲ୍ଲାପାଳ ହୋଇଛନ୍ତି ।

କଟକକୁ ମିଳିଲା ଯୁବ ଆଇଏଏସ:-

କଟକକୁ ପଦୋନ୍ନତି ପାଇଥିବା ଆଇଏଏସ ନୁହେଁ, ମିଳିଛି ଯୁବ ଆଇଏଏସ । 2016 ବ୍ୟାଚର ଆଉ ଜଣେ ଆଇଏଏସ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ବାହାନଗା ରେଳ ଦୁର୍ଘଟଣା ସମୟରେ ବାଲେଶ୍ଵର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଉକ୍ତ ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କ କାର୍ଯ୍ୟ ଦକ୍ଷତା ବାବଦରେ ସମସ୍ତେ ଅବଗତ । ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ମୟୂରଭଞ୍ଜ ବଦଳି କରାଯାଇଥିଲା । ସେହିପରି 2017 ବ୍ୟାଚର ଆଇଏଏସ ହେମକାନ୍ତ ସାଏ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ସେ ନୂଆପଡା ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିଲେ ।

ଆଶିଷ, ଶୁଭଙ୍କର, ସୂର୍ଯ୍ୟବଂଶୀ ଓ ସୋନାଲଙ୍କ ବଦଳି:-

2017 ବ୍ୟାଚର ଆଇଏଏସ ତଥା କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ମିଳିଛି ନୂଆ ନିଯୁକ୍ତି । ସେ ହୋଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ସେହିପରି 2017 ବ୍ୟାଚର ଆଇଏଏସ ସୋମେଶ କୁମାର ଉପାଧ୍ୟାୟଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେ ଦେବଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶୁଭଙ୍କର ମହାପାତ୍ରଙ୍କୁ ବଦଳି କରାଯାଇଛି । 2018 ବ୍ୟାଚର ଏହି ଆଇଏଏସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବଦଳିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । 2018 ବ୍ୟାଚର ଏହି ଆଇଏଏସ ଏବେ ବାଲେଶ୍ୱର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ । ଜେ ସୋନାଲଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । 2018 ବ୍ୟାଚର ଏହି ଯୁବ ଆଇଏଏସ ବୌଦ୍ଧ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ।

2019 ବ୍ୟାଚର ଆଇଏଏସ ସଚିନ ପ୍ରକାଶଙ୍କୁ କଳାହାଣ୍ଡି ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେ ମାଲକାନଗିରି ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ନୟାଗଡ଼ର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନୀଲ ଅଗ୍ରୱାଲ । 2019 ବ୍ୟାଚର ଅକ୍ଷୟ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ରାୟଗଡ଼ା ଜିଲ୍ଲାପାଳ ସତ୍ୟବାନ ମହଜନଙ୍କୁ ମିଳିଛି ନୂଆ ନିଯୁକ୍ତି । ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ହୋଇଛନ୍ତି 2019 ବ୍ୟାଚର ଏହି ଆଇଏଏସ । ଓଡ଼ିଶା ଖଣି ନିଗମ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଜମି) କବିନ୍ଦ୍ର କୁମାର ସାହୁଙ୍କୁ ବଦଳି କରାଯାଇଛି । ସେ ଦେବଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଥିବା ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 8, 2024, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.