ETV Bharat / state

ଦୁର୍ଦ୍ଦିନରେ ମହୁଲ ଗୋଟାଳି; ମିଳୁନି ଉଚିତ୍ ମୂଲ୍ୟ, ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି - Boudh Mahua Flower Plucker

Mahula collectors facing problem: ନିର୍ଦ୍ଧାରିତ ଦର ନଥିବାରୁ ବୌଦ୍ଧରେ ମହୁଲ ସଂଗ୍ରହକାରୀ ଦଲାଲ ହାତକୁ ମହୁଲ ଟେକି ଦେଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ମହୁଲ ସଂଗ୍ରହକାରୀ
ମହୁଲ ସଂଗ୍ରହକାରୀ
author img

By ETV Bharat Odisha Team

Published : Mar 26, 2024, 8:32 AM IST

ମହୁଲ ସଂଗ୍ରହକାରୀ

ବୌଦ୍ଧ: ଗରିବ ଆଦିବାସୀଙ୍କ ଜୀବନ ଜୀବିକା ସହିତ ଓତଃପ୍ରୋତ ଭାବରେ ଜଡ଼ିତ ମହୁଲ ଫୁଲ । ଏହି ମହୁଲ ଗଛର ଫୁଲକୁ ସଂଗ୍ରହ କରି ବୌଦ୍ଧ ଜିଲ୍ଲାର ହଜାର ହଜାର ଗରିବ ପରିବାର ଦୁଇ ପଇସା ରୋଜଗାର କରି ଗୁଜୁରାଣ ମେଣ୍ଟାଇବା ସହିତ ଏହାକୁ ଖାଦ୍ୟ ଆକାରରେ ଗ୍ରହଣ କରିଥାନ୍ତି । ତେବେ ଏହି ମହୁଲ ଫୁଲର କୌଣସି ସଠିକ ତଥା ନିର୍ଦ୍ଧାରିତ ଦର ନଥିବାରୁ ମହୁଲ ସଂଗ୍ରହକାରୀ କମ୍ ଦରରେ ଦଲାଲ ହାତକୁ ମହୁଲ ଟେକିଦେଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର ବଣ ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ତଥା ଗରିବ ପରିବାରର ଜୀବନ ଜୀବିକା ସହିତ ମହୁଲ ଗଛ ଜଡିତ । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀମାନେ ମହୁଲ ଫୁଲ ସଂଗ୍ରହ କରି ଅର୍ଥ ଉପାର୍ଜନ କରିଥାନ୍ତି । ଏହାଛଡା ମହୁଲ ବୃକ୍ଷ ସହିତ ବୌଦ୍ଧ ଅଞ୍ଚଳର ସ୍ବତନ୍ତ୍ର ନିବିଡତା ରହିଆସିଛି । ପୂର୍ବ କାଳରୁ ହିଁ ଅନେକ ସଂପ୍ରଦାୟର ଲୋକେ ମହୁଲ ପତ୍ରରେ ନବାନ୍ନ ଭକ୍ଷଣ ସହିତ ଏହାକୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଏହାଛଡା ବୌଦ୍ଧ ଅଞ୍ଚଳରୁ ଉନ୍ମେଷ ମହିମା ଧର୍ମ ଏହି ପବିତ୍ର ମହୁଲ ବୃକ୍ଷ ମୂଳରୁ ଅୟମାରମ୍ଭ ହୋଇଥିବାରୁ ମହୁଲ ବୃକ୍ଷକୁ ପବିତ୍ର ବୃକ୍ଷ ଭାବରେ ଗ୍ରହଣ କରାଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ବଞ୍ଚିଛି ପାରମ୍ପରିକ ବୃତ୍ତି, କୌଣସି ବ୍ରାଣ୍ଡେଡ୍‌ଠାରୁ କମ୍‌ ପୌଷ୍ଟିକ ନୁହେଁ ମହୁଲ ଫଳରୁ ପ୍ରସ୍ତୁତ ତେଲ

ତେବେ ପ୍ରତ୍ୟେକ ବର୍ଷ ଖରାଦିନେ ବିଶେଷ ଭାବରେ ଚୈତ୍ର ମାସରୁ ମହୁଲ ଫୁଲ ସଂଗ୍ରହ କରାଯାଇଥାଏ । ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ପ୍ରତ୍ୟେକ ଦିନ ସକାଳୁ ମହୁଲ ଗଛ ତଳେ ପଡିଥିବା ଫୁଲକୁ ସଂଗ୍ରହ କରିଥାନ୍ତି । ଏହି ସଂଗୃହୀତ ମହୁଲ ଫୁଲକୁ ସଫାସୁତୁରା କରି ଉପଯୁକ୍ତ ଭାବରେ ଖରାରେ ଶୁଖାଇ ବିକ୍ରି ଯୋଗ୍ୟ କରାଯାଏ । ମହୁଲ ଫୁଲରୁ ଦେଶୀ ରନ୍ଧା ମଦ ପ୍ରସ୍ତୁତ ସହିତ ଏହାକୁ ଖାଦ୍ୟ ଆକାରରେ ମଧ୍ୟ ଗ୍ରହଣ କରାଯାଏ । ଚଳିତ ବର୍ଷ ଏହି ମହୁଲ ଫୁଲ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଆରମ୍ଭରୁ ଅଦିନିଆ ବର୍ଷା ମହୁଲ ସଂଗ୍ରହକାରୀଙ୍କୁ ଆତଙ୍କିତ କରିଥିଲା ।

ସେପଟେ ଏହି ମହୁଲ ଫୁଲର କୌଣସି ଧାର୍ଯ୍ୟ ଦର ନଥିବାରୁ ସାଧାରଣ ଗରିବ ଲୋକମାନେ ଚିନ୍ତାରେ ରହୁଛନ୍ତି । କେବଳ ସରକାରୀ ସ୍ବୀକୃତିପ୍ରାପ୍ତ ସ୍ଥାନରେ ରନ୍ଧା ମଦ ପାଇଁ ଏହି ମହୁଲକୁ କ୍ରୟ କରାଯାଏ । ପ୍ରାୟ ଅଧିକାଂଶ ଅଞ୍ଚଳରେ ଏହି ସଂଗୃହୀତ ମହୁଲର ଦର ଦଲାଲ ଓ ବେପାରୀ ଧାର୍ଯ୍ୟ କରନ୍ତି । ଫଳରେ ଗରିବ ଲୋକ ସଂଗ୍ରହ କରିଥିବା ମହୁଲର ଉପଯୁକ୍ତ ଦର ମିଳୁନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.