ETV Bharat / state

ଦୂର ହେବ ପଡୋଶୀ ରାଜ୍ୟ ସହ ଜଳ ବିବାଦ ! ଅଣ୍ଟା ଭିଡ଼ିଲେଣି ନୂଆ ସରକାର, ଏଭଳି କହିଲା ବିଜେଡି - Mahanadi Water Dispute

author img

By ETV Bharat Odisha Team

Published : Jul 16, 2024, 7:23 PM IST

Mahanadi Water Dispute: ଦୂର ହେବ ପଡୋଶୀ ରାଜ୍ୟ ସହ ଓଡିଶାର ଜଳ ବିବାଦ ! ମହାନଦୀ ଜଳ ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! ନୂଆ ସରକାର ନେବେ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ନେଇ ଏଭଳି କହିଲା ବିଜେଡି । ଅଧିକ ପଢ଼ନ୍ତୁ

Mahanadi Water Dispute
Mahanadi Water Dispute (ETV Bharat Odisha)

ଭୁବନେଶ୍ବର: ପଡ଼ୋଶୀ ରାଜ୍ୟ ସହ ବହୁଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! ବହୁ ବର୍ଷ ଧରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ଜଳ ବିବାଦ ଲାଗି ରହିଛି । ବିଜେଡି ସରକାର ସମୟରେ ଏହି ବିବାଦର ସମାଧାନ ହୋଇପାରିନଥିଲା । ଏବେ ଏହି ବିବାଦର ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆ ସରକାର । ତେବେ ଓଡ଼ିଶାରେ ବିଜେପି ସରକାର ଥିବା ବେଳେ ଛତିଶଗଡ଼ରେ ବିଜେପି ସରକାର ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିଜେପିର ମେଣ୍ଟ ସରକାର ରହିଛି । କିନ୍ତୁ ଓଡିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ଓ ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ ବିରୋଧ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାର୍ଥ ବିରୋଧରେ ହେଉଥିବା ପ୍ରକଳ୍ପକୁ ପ୍ରତିରୋଧ କରିବାକୁ ସରକାରଙ୍କ ନିଷ୍ପତିକୁ ସ୍ୱାଗତଯୋଗ୍ୟ ବୋଲି ବିଜେଡି କହିଛି ।

ଦୂର ହେବ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ଜଳ ବିବାଦ । ଓଡ଼ିଶାର ସ୍ୱାର୍ଥ ବିରୋଧରେ ହେବ ନାହିଁ ସାଲିସ । ଓଡିଶାର ସ୍ୱାର୍ଥକୁ ମିଳିବ ସର୍ବାଧିକ ପ୍ରାଧାନ୍ୟ । ନହେଲେ ଓଡିଶା ସରକାର ଜୋରଦାର ବିରୋଧ କରିବେ । ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏଭଳି କିଛି ଚର୍ଚ୍ଚା ହେବାରେ ଲାଗିଛି । ଓଡ଼ିଶା-ଆନ୍ଧ୍ର ଓ ଓଡିଶା-ଛତିଶଗଡ଼ ଜଳ ବିବାଦକୁ ନେଇ ବିସ୍ତୃତ ଭାବେ ଅବଗତ ହେବା ସହ ଓଡିଶା ହାସଲ ଲାଗି କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମହାନଦୀର ଉପ ମୁଣ୍ଡରେ ଛତିଶଗଡ଼ ବିଭିନ୍ନ ବ୍ୟାରେଜ ପ୍ରକଳ୍ପ କରୁଛି । ବଂଶଧାରାରେ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପ କରୁଛି ଆନ୍ଧ୍ରପ୍ରଦେଶ । ଦୁଇ ନଦୀରେ ପ୍ରକଳ୍ପକୁ ନେଇ ଓଡିଶା- ଛତିଶଗଡ଼ ଓ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ଲାଗି ରହିଛି । ପୂର୍ବରୁ ବିଜେଡି ସରକାର ଏହାକୁ ବିରୋଧ କରୁଥିଲେ ବି ଏଥିରେ ସେତିକି ଜୋର ନଥିବାରୁ ସଫଳ ହୋଇନଥିଲା । ମାମଲା ଟ୍ରିବ୍ୟୁନାଲରେ ରହିଛି । ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହୋଇଛି । ବିଜେପି ପ୍ରଥମକରି ଏକାକୀ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ‌ତାହା ଉପରେ ସମସ୍ତଙ୍କ ନଜର ଥିଲା ।

ଓଡ଼ିଶା ସହିତ ଜଡ଼ିତ ଥିବା ବିଭିନ୍ନ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ସ୍ବାର୍ଥ ବିରୋଧୀ, ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡ଼ିଶାର ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ ବିରୋଧ କରାଯିବ । ଛତିଶଗଡ଼ରେ ବିଜେପି ସରକାର, ଆନ୍ଧ୍ରପ୍ରଦେଶରେ ବିଜେପିର ମେଣ୍ଟ ସରକାର ଚାଲିଥିଲେ ବି ଓଡ଼ିଶା ସ୍ବାର୍ଥକୁ ବାଦ ଦିଆଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମହାନଦୀ ଜଳବିବାଦ ପ୍ରସଙ୍ଗରେ କୋର୍ଟ ବାହାରେ ଆଲୋଚନା କରାଯିବା ନେଇ କହିଥିଲେ ହେଁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି । ଓଡିଶା ସ୍ୱାର୍ଥ ହାସଲ ଲାଗି ସହମତି ଭିତ୍ତିରେ ଛତିଶଗଡ଼ ସହ କିପରି ଓ କେଉଁଠି ଆଲୋଚନା ହେବ ସେନେଇ ବି କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଜଳ ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଅମର ଶତପଥୀ । ଅମର କହିଛନ୍ତି ଯେ, ଓଡିଶାର ଯେଉଁଠି ଜନ ଜୀବନ ଓ ଅର୍ଥନୈତିକ ପ୍ରଭାବିତ ହେବ । ଭବିଷ୍ୟତରେ ଜଳ ସଙ୍କଟ ଦେଖା ଦେବ । କୃଷିଗତ ଅର୍ଥନୀତି କାରଣରୁ ସବୁଠାରୁ ଅଧିକ ଚାଷୀ ପ୍ରଭାବିତ ହେବେ । ସେ ଦୃଷ୍ଟିରୁ ଯେଉଁ ପ୍ରକଳ୍ପ ଓଡିଶାର ସ୍ୱାର୍ଥ ବିରୋଧରେ ତାକୁ ପ୍ରତିରୋଧ କରିବାକୁ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଅନେକ ଘୋଷଣା କରୁଛନ୍ତି, ହେଲେ ତାକୁ କାର୍ଯ୍ୟକାରୀ କରିବା ଉଚିତ । ଜଳ ବିବାଦ ଦୀର୍ଘ ବର୍ଷ ହେଲା ଲାଗି ରହିଛି । ଏହା ଏବେ କେବଳ ଆଉ ଦୁଇଟି ରାଜ୍ୟ ଭିତରେ ସୀମିତ ନାହିଁ ।

କେଉଁଠି ସରକାର ଆନ୍ଦୋଳନକୁ ଆସନ୍ତିନାହିଁ । ସରକାର ସମସ୍ୟାର ସମାଧାନ କରନ୍ତି । ଆନ୍ଦୋଳନ ରାଜନୈତିକ ଦଳ କରନ୍ତି । ଯେହେତୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅଧିକ ପ୍ରାସଙ୍ଗିକତା ରଖୁଛି । ଓଡ଼ିଆ ସରକାରଙ୍କ ଆଭିମୁଖ୍ୟ କଣ ହେବ ଓ ସମସ୍ୟା ସମାଧାନ ଲାଗି କେଉଁ ଦିଗରେ ଯିବେ ତାହା ଉପରେ ନଜର ରହିବ । ନ୍ୟାୟିକ ହେଉ ଅବା ରାଜନୈତିକ ଲଢେଇ, କାର୍ଯ୍ୟକ୍ରମ କରିବା ଉଚିତ । ଅନ୍ତଃ ରାଜ୍ୟ ଜଳ ବିବାଦ ଦେଶର ବହୁତ ବଡ଼ ସମସ୍ୟା । ସେଥିପାଇଁ ଏକ ସେଣ୍ଟ୍ରାଲ ଆକ୍ଟ ରହିଛି । କିନ୍ତୁ ଯେଉଁ ମାନେ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । କୌଣସି ପ୍ରକଳ୍ପକୁ ଅନୁମତି ଦେବା ପୂର୍ବରୁ CWC ଉଭୟ ରାଜ୍ୟର ସ୍ୱାର୍ଥ ଦେଖିବା ଉଚିତ । ଯାହା ପରବର୍ତ୍ତୀ ସମୟରେ ବଡ଼ ବିବାଦର କାରଣ ସାଜୁଛି ।

ସେପଟେ ଆନ୍ତଃରାଜ୍ୟ ଜଳ ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ ଯୋଗ୍ୟ କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଲମ୍ବା ସମୟ ଧରି ଯେଉଁ ସମସ୍ୟା ଅଛି ତାର ସମାଧାନ ହେବ ସେ ନେଇ ସରକାରଙ୍କ ପ୍ରାଥମିକତା ହେବା ଦରକାର । ଦଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛି । ଏଭଳି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଯାହା ପଦକ୍ଷେପ ତାହା ଦଳ ପକ୍ଷରୁ ଯୋଗାଇ ଦିଆଯିବ । ଓଡିଶାର ସ୍ୱାର୍ଥ ପାଇଁ ଏକଜୁଟ ହୋଇ ଲଢ଼ିବୁ ବୋଲି ମନମୋହନ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମହାନଦୀ ଜଳବିବାଦର ହେବ କି ସମାଧାନ ? ରାଜ୍ୟ ସ୍ୱାର୍ଥ ବିରୋଧୀ ପ୍ରକଳ୍ପକୁ ବିରୋଧ କରାଯିବ କହିଲେ ମୁଖ୍ୟମନ୍ତ୍ରୀ ମୋହନ - CM Mohan On River Projects

ଏହାସହ ଜଳ ବିବାଦକୁ ନେଇ ବିଜେଡ଼ି ସରକାରକୁ ସମାଲୋଚନା କରିଛନ୍ତି ମନମୋହନ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସବୁବେଳେ ସୁଯୋଗ ଥିଲା, ସବୁବେଳେ ସୁଯୋଗ ଅଛି । ସୁଯୋଗ ତିଆରି କରିବାକୁ ପଡେ, ସୁଯୋଗ ବ୍ୟବହାର କରିବାକୁ ପଡେ । ସୁଯୋଗ ଯେଉଁମାନେ ହାତଛଡା କରନ୍ତି କେବଳ ବିରୋଧ, ବିକ୍ଷୋଭ ଏବଂ ଧାରଣାରେ ସମୟ ନଷ୍ଟ ନ କରି, ବିଗତ ସରକାର ଯଦି ନିଷ୍ଠା ଓ ଅତ୍ମୀୟତା ସହିତ ଲାଗିଥାନ୍ତେ ସମାଧାନ ହୋଇସାରିଥାନ୍ତା । କିଛିଦିନ ତଳେ ଜଳ ଆୟୋଗ ଆଗରେ, ଯେତେଦିନ ସେମାନେ ବସିଲେ, ଯେତେବେଳେ ପ୍ରଶ୍ନ ଆସିଲା ଯୋଜନା କଣ? ସେହିପରି ବିଧାନସଭାରେ ବିବୃତି ଦିଆଗଲା ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନାହିଁ । ତାଙ୍କଠୁ ଆଉ ଅଧିକ ଆଶା କ'ଣ କରିବା । ସରକାରରେ ରହିକି ଆନ୍ଦୋଳନ ଧାରଣା ଏବଂ କେନ୍ଦ୍ର ବିରୋଧରେ ସ୍ଲୋଗାନ । ଏବେ ଜିରୋରୁ କାର୍ଯ୍ୟ ଆରମ୍ଭ କରିବୁ । ନଦୀ ସଂଯୋଗୀକରଣ ହୋଇଥିଲେ ଏଭଳି ଅସୁବିଧା ହୋଇନଥାନ୍ତା । ବ୍ୟାପକ ପ୍ରକଳ୍ପକୁ ନେଇ ଆଲୋଚନା ହେବ । ପ୍ରାଥମିକତା ଦୃଷ୍ଟିରୁ କେଉଁଟିକୁ ଆଗ କରାଯିବ । ଓଡିଶା ସ୍ୱାର୍ଥରେ କୌଣସି ସମଝୋତା କରାଯିବନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.