ETV Bharat / state

ନିର୍ବାଚନ ପୂର୍ବରୁ ତେଜୁଛି ମହାନଦୀ ରାଜନୀତି, ମୁହାଁମୁହିଁ ବିଜେପି-ବିଜେଡି - SAMBALPUR MAHANADI POLITICS

author img

By ETV Bharat Odisha Team

Published : Apr 27, 2024, 7:21 PM IST

MAHANADI POLITICS: ମହାନଦୀରେ ଦିନକୁ ଦିନକୁ ବଢୁଛି ପ୍ରଦୂଷଣର ମାତ୍ରା । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ସେପଟେ କାଉଣ୍ଟର କଲା ଶାସକ ବିଜେଡ଼ି । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ତେଜୁଛି ମହାନଦୀ ରାଜନୀତି, ମୁହାଁମୁହିଁ ହେଲେ ବିଜେପି-ବିଜେଡି

ସମ୍ବଲପୁର: ଆରମ୍ଭ ହେଲା ମହାନଦୀ ରାଜନୀତି । ମୁହାଁମୁହିଁ ହେଲେ ବିଜେପି ଏବଂ ବିଜେଡି । ଆଜି ସମ୍ବଲପୁର ସହରର ନନ୍ଦପଡା ମହାନଦୀ ଘାଟରେ ଜିଲ୍ଲା ବିଜେପି ପକ୍ଷରୁ ମହାନଦୀର ବିଭିନ୍ନ ସମସ୍ୟା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ବରିଷ୍ଠ ବିଜେପି ନେତା ଡ଼ ପ୍ରମୋଦ ରଥ ମହାନଦୀର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଡ଼ ପ୍ରମୋଦ ରଥ କହିଛନ୍ତି ଯେ, ମହାନଦୀ ଜଳ ଏବେ ପୁରାପୁରି ପ୍ରଦୂଷିତ, ମହାନଦୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଫା କରାଯାଉନାହିଁ । ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ମହାନଦୀ ଜଳକୁ ଗାଧେଇବା ଯୋଗ୍ୟ ନୁହେଁ । ମହାନଦୀ ଜଳରେ ନାଳ ନର୍ଦ୍ଦମାର ପ୍ରଦୂଷିତ ପାଣି ସିଧାସଳଖ ଯାଇ ମିଶୁଛି । ଯେଉଁ ମହାନଦୀ ଓଡ଼ିଶାର ଜୀବନ ରେଖା ଅଟେ ତଥା ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଏହା ନିର୍ଭର କରନ୍ତି । ସେହି ମହାନଦୀ ପାଇଁ ବିଗତ 25 ବର୍ଷ ମଧ୍ୟରେ ରାଜ୍ୟ ସରକାର କିଛି ବି କରି ନାହାନ୍ତି । ବିଗତ 25 ବର୍ଷ ଭିତରେ ରାଜ୍ୟ ସରକାର ମହାନଦୀ ଉପରେ ନା କୌଣସି ବ୍ୟାରେଜ ନିର୍ମାଣ କରିଛନ୍ତି , ନା ମହାନଦୀର ସଫେଇ ହେଉଛି । ତେଣୁ ମହାନଦୀକୁ ନେଇ ରାଜନୀତି କରନ୍ତୁ ନାହିଁ ବରଂ ଏହାର ସଫେଇ କରନ୍ତୁ ଓ ବ୍ୟବହାର ଉପଯୋଗୀ କରନ୍ତୁ । ନଚେତ୍‌ ସାଧରଣ ଲୋକ ଆଗାମୀ ନିର୍ବାଚନ ରାଜ୍ୟ ସରକାରଙ୍କୁ କଡ଼ା ଜବାବ ଦେବେ ।

ଅନ୍ୟପଟେ ଏନେଇ ବିଜେଡି କରିଛି କାଉଣ୍ଟର । ଆଜି ଏହି ପ୍ରସଙ୍ଗରେ ପାନ୍ଥ ନିବାସ ଠାରେ ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଉତ୍ତର ଦେଇ ଓଲଟା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର ଆଟାକ କରିଛନ୍ତି । ବିଜେଡି ପକ୍ଷରୁ କୁହାଯାଇଛି ଯେ "ମହାନଦୀକୁ ମାରିବା ପାଇଁ ଛତିଶଗଡ଼ ସହ ହାତମିଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକଥା କାହାକୁ ଅଛପା ନାହିଁ ଯେ, ୨୦୧୮ରେ ଛତିଶଗଡ଼ରୁ ରାଜ୍ୟସଭା ଯିବାକୁ କେଉଁଭଳି ଧର୍ମେନ୍ଦ୍ର ସେତେବେଳେ ରମଣ ସିଂ ସରକାରଙ୍କ ଗୋଡାଣିଆ ସାଜିଥିଲେ । ମାଟି ନୁହେଁ ନିଜ ସ୍ୱାର୍ଥ ପାଇଁ ସେତେବେଳେ ସେ ଛତିଶଗଡ଼ର ସବୁ ବେଆଇନ କାମକୁ ସମର୍ଥନ ଦେଇଥିଲେ । ଛତିଶଗଡ଼ ବିରୋଧରେ ପଦୁଟିଏ ମଧ୍ୟ କହିନଥିଲେ । ଧର୍ମେନ୍ଦ୍ରଙ୍କ ଏହି ଓଡିଶା ବିରୋଧୀ କାର୍ଯ୍ୟ ପାଇଁ ଆଜି ଅନେକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଖାସ କରି ସମ୍ବଲପୁର ଜିଲ୍ଲାବାସୀ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ......ବିଜେପିକୁ କୌରବ କହିଲେ ପ୍ରସନ୍ନ, କାଉଣ୍ଟର କଲା ଦଳ - BJP Targets Prasanna

ବିଜେଡି ଆହୁରି ମଧ୍ୟ କହିଛି ଯେ, ସମୟ ଚକ୍ରରେ ସେଇ ସମ୍ବଲପୁରବାସୀଙ୍କ ହାତରେ ଧର୍ମେନ୍ଦ୍ରଙ୍କଙ୍କ ରାଜନୈତିକ ଭାଗ୍ୟଡୋରି ରହିଛି । ଆମେ ଜାଣିଛୁ, ଧର୍ମେନ୍ଦ୍ରଙ୍କ ପ୍ରଧାନଙ୍କୁ ଉଚିତ୍ ଜବାବ ଦେବାକୁ ସମ୍ବଲପୁରବାସୀ ନିର୍ଣ୍ଣୟ କରି ସାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥରେ ବି କେବେ କେନ୍ଦ୍ରରେ ଥିବା ନିଜ ସରକାରକୁ ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିକି କହିନାହାନ୍ତି ବରଂ କେମିତି ମହାନଦୀ ଟ୍ରିବୁନାଲକୁ ଭଣ୍ଡୁର କରାଯାଇପାରିବ , ସେଥି ପାଇଁ ଚକ୍ରାନ୍ତ କରିଛନ୍ତି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.