ETV Bharat / state

ଜୟପୁରରେ ସୁରେନ୍ଦ୍ର ପାଲ ସିଂ, ଓଡ଼ିଶାର ସୌନ୍ଦର୍ଯ୍ୟକୁ କଲେ ଭୂରି ଭୂରି ପ୍ରଶଂସା - SURENDRA PAL SINGH VISITS JEYPORE

author img

By ETV Bharat Odisha Team

Published : Jul 2, 2024, 3:59 PM IST

Actor Surendra Pal Singh Visits Jeypore: ଓଡ଼ିଶାରେ ମହାଭାରତ ସିରିଏଲ ଦ୍ରୋଣାଚାର୍ଯ୍ୟ ଫେମ ଅଭିନେତା ସୁରେନ୍ଦ୍ର ପାଲ ସିଂ । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଓଡ଼ିଶାର ସୌନ୍ଦର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ,

ଜୟପୁରରେ ସୁରେନ୍ଦ୍ର ପାଲ ସିଂ, ଓଡ଼ିଶାର ସୌନ୍ଦର୍ଯ୍ୟକୁ କଲେ ଭୂରି ଭୂରି ପ୍ରଶଂସା
ଜୟପୁରରେ ସୁରେନ୍ଦ୍ର ପାଲ ସିଂ, ଓଡ଼ିଶାର ସୌନ୍ଦର୍ଯ୍ୟକୁ କଲେ ଭୂରି ଭୂରି ପ୍ରଶଂସା (ETV Bharat Odisha)

କୋରାପୁଟ: ଜୟପୁରରେ ମହାଭାରତ ସିରିଏଲ ଦ୍ରୋଣାଚାର୍ଯ୍ୟ ଫେମ ଅଭିନେତା ସୁରେନ୍ଦ୍ର ପାଲ ସିଂ । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଓଡ଼ିଶାର ସୌନ୍ଦର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଓଡ଼ିଶାର ବହୁତ ସୁନ୍ଦର ସ୍ଥାନ ରହିଛି ଏଠାରେ ଅନେକ ହିନ୍ଦୀ ଫିଲ୍ମ ସୁଟିଂ ହେବା ଦରକାର । ଏଥିସହ ସେ ଏଠାକାର ଆତିଥ୍ୟକୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ଓଡ଼ିଶାର ସୌନ୍ଦର୍ଯ୍ୟର କଲେ ପ୍ରଶଂସା

ଓଡ଼ିଶାର ସୌନ୍ଦର୍ଯ୍ୟ ଏବଂ ଆତିଥ୍ୟକୁ ପ୍ରଶଂସା କରି ସୁରେନ୍ଦ୍ର ପାଲ ସିଂ କହିଛନ୍ତି, ''ମୁଁ ପ୍ରଥମ ଥର ଓଡ଼ିଶା ଆସିଛି ଏବଂ ଜୟପୁରରେ କାର୍ଯ୍ୟକ୍ରମରେ ଯୋଗ ଦେଇଛି । ଏଠାକୁ ଆସି ମୋତେ ବେଶ ଖୁସି ଲାଗୁଛି । ଏଠାକାର ଲୋକ ବହୁତ ଭଲ । ଲୋକେ ବେଶ ଭଲପାଇବା ଦେଇଛନ୍ତି । ମୁଁ ପ୍ରତିଟି ମୁହୂର୍ତ୍ତ ବେଶ ଉପଭୋଗ କଲି । ଏଠାକାର ସୌନ୍ଦର୍ଯ୍ୟ ବେଶ ସୁନ୍ଦର । ଜଣେ କଳାକାର ହିସାବରେ ମୁଁ କହିବି ଓଡ଼ିଶାର ବହୁତ ସୁନ୍ଦର ସ୍ଥାନ ରହିଛି ଏଠାରେ ଅନେକ ହିନ୍ଦୀ ଫିଲ୍ମ ସୁଟିଂ ହେବା ଦରକାର ।''

ପୁସ୍ତକ ଉନ୍ମୋଚନ ଇଭେଣ୍ଟରେ ସୁରେନ୍ଦ୍ର

ଜୟପୁରରେ ମାନସିକ ଦକ୍ଷତା ବିକାଶ ତାଲିମଦାତା ଯୋଗେନ୍ଦ୍ର କୁମାର ସେନାପତିଙ୍କ ଦ୍ଵାରା ରଚିତ ତିନୋଟି ପୁସ୍ତକ ଉନ୍ମୋଚନ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ ମହାଭାରତ ସିରିଏଲ ଦ୍ରୋଣାଚାର୍ଯ୍ୟ ଫେମ ବଲିଉଡ ଅଭିନେତା ସୁରେନ୍ଦ୍ର ପାଲ ସିଂ ସାମିଲ ହୋଇଥିଲେ । ସେ ଜୀବନରେ ପୁସ୍ତକ ମହତ୍ତ୍ୱ ବିଷୟରେ କହିବା ସହ ରାଜ୍ୟର ଖୁବ ପ୍ରଶଂସା କରିଛନ୍ତି । ସେ ପୁସ୍ତକ ଜୀବନର ଏକ ଅଭିନ୍ନ ଅଙ୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ପିଲାଟି ବେଳୁ ପୁସ୍ତକ ଅଧ୍ୟୟନ ଉତ୍ସାହ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ବୋଲି ଅଭିନେତା ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ କେବେ କରିବେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନି, ଜାଣନ୍ତୁ

ସେପଟେ ଏହି ପସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ଅନେକ ବରିଷ୍ଟ ସାହିତ୍ୟିକ ସାମିଲ ହୋଇଥିଲେ । ସମସ୍ତେ ଜଣେ ବ୍ୟକ୍ତିର ଜୀବନରେ ପୁସ୍ତକର ଭୂମିକା ଏବଂ ଏହା ଗୁରୁତ୍ୱ କ'ଣ ରହିଥାଏ । ସେନେଇ ନିଜ ଅନୁଭୂତି କହିବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଆଲୋକପାତ କରିଥିଲେ । ନିଜ ଜୀବନକୁ ଉନ୍ନତ କରିବାକୁ ଏବଂ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ପୁସ୍ତକ ଏକ ମୂଲ୍ୟବାନ ଉତ୍ସ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି ମତ ରଖିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.