ETV Bharat / state

ଜଳରେ ଧୋଇଯିବ କି ଜଳସେଚନ ପ୍ରକଳ୍ପ ? ନିମ୍ନମାନର କାମ ହେଉଥିବା ଅଭିଯୋଗ - Low Quality Water Irrigation Project Work

author img

By ETV Bharat Odisha Team

Published : Jun 7, 2024, 5:26 PM IST

Low Quality Water Irrigation Project Construction Work: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ଗ୍ରାମର ମତୁଆଳି ନାଳରେ ଚାଲିଥିବା ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ । ଅଧିକ ପଢ଼ନ୍ତୁ

ଜଳରେ ଧୋଇଯିବ କି ଜଳସେଚନ ପ୍ରକଳ୍ପ ?
ଜଳରେ ଧୋଇଯିବ କି ଜଳସେଚନ ପ୍ରକଳ୍ପ ? (ETV Bharat Odisha)

ଦେବଗଡ଼: ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ ଚାଲିଛି ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ! କାର୍ଯ୍ୟସ୍ଥଳକୁ ଆସୁନାହାନ୍ତି ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀ । ସମସ୍ତ ସରକାରୀ ନୀତି ନିୟମକୁ ଉଲ୍ଲଘଂନ କରି ଏକତରଫା ଭାବେ ଚାଲିଛି ନିମ୍ନମାନର ନିର୍ମାଣ କାର୍ଯ୍ୟ । ଏକଥା ଆମେ କହୁନୁ ଏଭଳି ଅଭିଯୋଗ ଆଣି ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ଗ୍ରାମବାସୀ ।

ଜଳ ସଂରକ୍ଷଣ ଓ ଜଳସେଚନ ଲକ୍ଷ୍ୟରେ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ଗ୍ରାମର ମତୁଆଳି ନାଳରେ ଚାଲିଛି ଏକ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ । ଏହି ପ୍ରକଳ୍ପରେ ବ୍ୟୟ ହେଉଛି ପ୍ରାୟ 1 କୋଟି ଟଙ୍କା । ଏହାର ନିର୍ମାଣ କାର୍ଯ୍ୟ କରୁଛନ୍ତି ଜଣେ ଜିଲ୍ଲା ବାହାର ଅଞ୍ଚଳର ଠିକାଦାର । କାର୍ଯ୍ୟଟି ଗତ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବାର ସମୟ ନିର୍ଦ୍ଧାରିତ କରାଯାଇଛି । ଏହି ପ୍ରକଳ୍ପ ହେଲେ କଣ୍ଟାପାଲି ଗ୍ରାମ ଓ ଆଖପାଖ ଅଞ୍ଚଳର ପ୍ରାୟ 60 ଏକରରୁ ଅଧିକ ଜମି ଜଳସେଚିତ ହେବା ସହ ଭୂତଳ ଜଳସ୍ତର ସନ୍ତୁଳିତ ରହିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ମାତ୍ର ସମ୍ପୃକ୍ତ ଠିକାଦାର ଅଧିକ ମୁନାଫା କମାଇବା ଲକ୍ଷ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଏଷ୍ଟିମେଟ ଅନୁଯାୟୀ ନକରି ଓ ସରକାରୀ ନିୟମକୁ ଉଲ୍ଲଘଂନ କରି ଅତି ନିମ୍ନମାନର କରାଇ ଆସୁଥିବା କଣ୍ଟାପାଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଷ୍ଟିମେଟ ଅନୁଯାୟୀ, ଏହାର କଂକ୍ରିଟ କାର୍ଯ୍ୟରେ ନିର୍ଦ୍ଧାରିତ ଅନୁପାତରେ ସିମେଣ୍ଟ ବ୍ୟବହାର କରାଯାଉନାହିଁ । କଂକ୍ରିଟ କାର୍ଯ୍ୟରେ ବାଲି ଓ ଚିପ୍ସ ଅନୁପାତରେ ଖୁବ ଅଳ୍ପ ସିମେଣ୍ଟ ଦିଆଯାଉଥିବା ବେଳେ କାର୍ଯ୍ୟରେ ଅତି ନିମ୍ନମାନର ଛଡ଼ ବ୍ୟବହାର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଏହି ପ୍ରକଳ୍ପର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମତୁଆଳି ନାଳରେ ବର୍ଷାଋତୁରେ ପ୍ରଖର ସ୍ରୋତରେ ପାହାଡିଆ ବର୍ଷାଜଳ ପ୍ରବାହିତ ହେଉଥିବାରୁ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ପ୍ରକଳ୍ପଟି ଅଳ୍ପଦିନରେ ଧୋଇଯିବାର ଆଶଙ୍କା ଦେଖାଦେଇଥିବା ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସରୁନି ଜଳସେଚନ ପ୍ରକଳ୍ପ କାର୍ଯ୍ୟ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରା ଅଭିଯୋଗ - Irrigation Problem

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ପ୍ରକଳ୍ପରେ ପ୍ରାୟ 1 କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଏହାର ତଦାରଖ କରିବା ପାଇଁ କାର୍ଯ୍ୟସ୍ଥଳକୁ ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀ କେବେ ଦିନକ ପାଇଁ ବି ଆସୁନଥିବା ଓ ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ପ୍ରକଳ୍ପ ସ୍ଥଳକୁ ଯାଇ ନିମ୍ନମାନର ନିର୍ମାଣକାର୍ଯ୍ୟ ଚାଲିଥିବା ଦେଖିବାକୁ ପାଇବା ପରେ ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତଥାପି ଏହାର ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିନାହିଁ କିମ୍ବା କାର୍ଯ୍ୟ ତଦାରଖ ପାଇଁ କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀ ଆସୁନଥିବା କାରଣରୁ ଗ୍ରାମବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ନଦେଲେ ଜଳସେଚନ ଆଳରେ ସରକାରଙ୍କ ଅଜସ୍ର ଅର୍ଥ ପାଣିରେ ବୋହିଯିବା ସାର ହେବ ସିନା, ଚାଷୀକୂଳ ଏହାର କୌଣସି ସୁଫଳ ପାଇପାରିବେ ନାହିଁ । ଏନେଇ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା କାରଣରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.