ETV Bharat / state

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, କାଲି ନେବ ବାତ୍ୟା ରୂପ ! ଜାଣନ୍ତୁ କେଉଁଠି ଲ୍ୟାଣ୍ଡଫଲ - Cyclone Updates

author img

By ETV Bharat Odisha Team

Published : May 24, 2024, 9:47 AM IST

Updated : May 24, 2024, 12:59 PM IST

Cyclone Updates: ଆସନ୍ତାକାଲି ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୨୬ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ଗତି କରିବ । ଅଧିକ ପଢନ୍ତୁ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, କାଲି ନେବ ବାତ୍ୟା ରୂପ !
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, କାଲି ନେବ ବାତ୍ୟା ରୂପ ! (ETV Bharat Odisha)

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଆଜି ସକାଳେ ସୁଦୃଶ ଲଘୁଚାପ ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି (ଶନିବାର) ସକାଳ ସୁଦ୍ଧା ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ୨୬ ତାରିଖ ସନ୍ଧ୍ୟା ମଧ୍ୟରେ ଏହା ଏକ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଶ୍ବସ୍ତିକର ବିଷୟ ଯେ, ଓଡ଼ିଶା ଉପରେ ଏହି ବାତ୍ୟାର ଏତେଟା ପ୍ରଭାବ ରହିବନି । କେବଳ ଏହାର ପ୍ରଭାବରେ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, କାଲି ନେବ ବାତ୍ୟା ରୂପ ! ଜାଣନ୍ତୁ କେଉଁଠି ଲ୍ୟାଣ୍ଡଫଲ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, କାଲି ନେବ ବାତ୍ୟା ରୂପ ! ଜାଣନ୍ତୁ କେଉଁଠି ଲ୍ୟାଣ୍ଡଫଲ (ETV Bharat Odisha)

ତେବେ୨୬ରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ୨୬ ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ । ସାଗର ଦ୍ବୀପ ଓ ଖେପୁପାରା ମଧ୍ୟରେ ଲ୍ୟାଣ୍ଡଫଲ । ଭୀଷଣ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ । ଓଡ଼ିଶା ଉପରେ ନାହିଁ ବାତ୍ୟାର ସିଧାସଳଖ ପ୍ରଭାବ । ପାଣିପାଗ ବିଭାଗ ଅନୁଯାୟୀ, ଓଡ଼ିଶାକୁ ସିଧାସଖଳ ବାତ୍ୟାର ପ୍ରଭାବ ପଡିବ ନାହିଁ । ଏହି ସମ୍ଭାବ୍ୟ ଭୀଷଣ ବାତ୍ୟା ୨୬ ମଧ୍ୟ ରାତ୍ରିରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳର ସାଗର ଦ୍ବୀପ ଏବଂ ଖେପୁପାରା ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବ । ଓଡି଼ଶା ଉପରେ ବିଶେଷ ପ୍ରଭାବ ନଥିଲେ ହେଁ ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତା ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯିବା ପାଇଁ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବାଂଲାଦେଶ ମୁୁହାଁ ବାତ୍ୟା,୨୬ରୁ ରାଜ୍ୟରେ ବର୍ଷିବ - LOW PRESSURE IN ODISHA

ଆଜି ଏବଂ ଆସନ୍ତାକାଲି (ଶନିବାର) କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନରେ ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । ୨୬ ତାରିଖରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଭଦ୍ରକ, ବାଲେଶ୍ବରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ୨୭ ତାରିଖରେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବ ।

ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଉତ୍ତର ପୂର୍ବ ଆଡକୁ ଗତି କରିବ । ଉତ୍ତର ଦିଗରେ ନିଜର ଗତି ବଜାୟ ରଖିବା ସହ ୨୬ ତାରିଖରେ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2024, 12:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.