ETV Bharat / state

ଶିବ ବିବାହଠୁ କାହିଁକି କମିଥାଏ ରୌଦ୍ର ତାପ, ଜାଣନ୍ତି କି ? - Shital Sasthi 2024 - SHITAL SASTHI 2024

Shital Sasthi 2024: କଟକ ଗଡ଼ଗଡ଼ିଆ ଶୈବପୀଠରେ ପବିତ୍ର ଶୀତଳ ଷଷ୍ଠୀ ଉତ୍ସବକୁ ଖୁବ ଧୁମଧାମରେ ପାଳନ କରାଯାଇଛି । ହିନ୍ଦୁ ରୀତିନୀତି ଅନୁସାରେ ଦେବ ଦମ୍ପତିଙ୍କ ବିବାହ କରାଯାଇଛି । ବିଶ୍ବାସ ରହିଛି ଶୀତଳ ଷଷ୍ଠୀ ପରଠୁ ରୌଦ୍ର ତାପ କମିଥାଏ । ଅଧିକ ପଢ଼ନ୍ତୁ

ଶିବ ବିବାହ ଉତ୍ସବ
ଶିବ ବିବାହ ଉତ୍ସବ (ETV Bharat Odisha)
author img

By ETV Bharat Odisha Team

Published : Jun 10, 2024, 10:59 PM IST

କଟକ: ଆଜି ପବିତ୍ର ଶିବ ବିବାହ । ବୈଦିକ ରୀତିନୀତିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଳନ କରାଯାଇଥାଏ । ଏହି ଅବସରରେ ସମସ୍ତ ଶୈବପୀଠ ବେଶ ଚଳଚଞ୍ଚଳ ହୋଇପଡିଥିବା ବେଳେ ଏଥିରୁ ବାଦ ପଡ଼ିନି ରୂପା ନଗରୀ । ଭାଇଚାରା ସହର କଟକରେ ଭାଇଚାରା ଢଙ୍ଗରେ ସମସ୍ତ ପର୍ବପର୍ବାଣି ପାଳନ କରାଯାଇଥାଏ । କଥାରେ ଅଛି କଟକ ସହର ହଜାର ବର୍ଷର ସହର ଆଉ ସମସ୍ତ ପର୍ବପର୍ବାଣିକୁ ବେଶ ଧୁମଧାମରେ ପାଳନ କାରିଥାନ୍ତି ସହରବାସୀ । ଏହି କ୍ରମରେ ଆଜି ଶୀତଳ ଷଷ୍ଠୀ ଅବସସରେ ଶିବ ବିବାହକୁ ମଧ୍ୟ ଅତି ଜାକଜମକରେ ପାଳନ କରାଯାଇଛି ।

ଶିବ ବିବାହ ଉତ୍ସବ (ETV Bharat Odisha)

କଟକ ଗଡ଼ଗଡ଼ିଆ ଶୈବପୀଠରେ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ବେଶ ଆଡ଼ମ୍ଵର ଭାବରେ ପାଳନ କରାଯାଇଛି । ସାଧାରଣ ହିନ୍ଦୁ ବିବାହ ରିତୀନୀତି ପରମ୍ପରା ଅନୁସାରେ ପ୍ରଭୁଙ୍କ ବିବାହ କରାଯାଇଛି । ବର ପିତା ଏବଂ କନ୍ୟା ପିତା ଏହି ବିବାହର ଆୟୋଜନ କରିଥାନ୍ତି । ରୋଷଣୀ କରି ଦେବଦେବ ମହାଦେବଙ୍କୁ ବର ବେଶରେ ପୂଜାର୍ଚ୍ଚନା କରି ବିବାହ ଆୟୋଜନ କରାଯାଇଥିଲା । ଘଣ୍ଟ ଘଣ୍ଟା ଶଙ୍ଖ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଶୈବପୀଠ । ଶହଶହ ସଂଖ୍ୟକ ଶ୍ରଦ୍ଧାଳୁ ମହାଦେବଙ୍କ ବରଯାତ୍ରୀରେ ସାମିଲ ହୋଇଥିଲେ । ସେହିପରି ମା' ପାର୍ବତୀଙ୍କୁ ମଧ୍ୟ ରୋଷଣୀ କରି ପୂଜାର୍ଚ୍ଚନା କରି ବିବାହ କରାଯାଇଥିଲା । ବୈଦିକ ରୀତିନୀତି ଅନୁସାରେ କର୍ମ କରାଯାଇଥିଲା । ତେବେ ପ୍ରଭୁଙ୍କ ବିବାହରେ ସାମିଲ ହୋଇ ନିଜକୁ ଗର୍ବ ଅନୁଭବ କରିବା ସହ ସୌଭାଗ୍ୟ ଅର୍ଜନ କରିଥିବା ଉଭୟ ବର ଏବଂ କନ୍ୟା ପିତା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମର୍ତ୍ତ୍ୟରେ ଦେବଦମ୍ପତିଙ୍କ ବିବାହ ଉତ୍ସବ, ସାମିଲ ହେଲେ ଶହଶହ ଶ୍ରଦ୍ଧାଳୁ - Sital Sasthi Celebration In Boudh

କେବଳ ସେତିକି ନୁହେଁ ଗୋପୂଜା, ସୂର୍ଯ୍ୟ ପୂଜା ଓ ମଣ୍ଡଳ ପୂଜା କରିବା ପରେ ବିଭିନ୍ନ ରୀତିନୀତିରେ ବିବାହ କରାଯିବାର ପରମ୍ପରା ମାନି ପ୍ରଭୁଙ୍କ ବିବାହ କରାଯାଇଥିବା ପୂଜକ କହିଛନ୍ତି । ସେହିପରି ଶୀତଳ ଷଷ୍ଠୀ ଠାରୁ ରୌଦ୍ର ତାପ କମିଥାଏ । ପରମ୍ପରା ଅନୁଯାୟୀ ଶିବ ବିବାହ ଠାରୁ ଗରମ କମିବ ବୋଲି ପୂଜକ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.