ETV Bharat / state

ଶରଧାବାଲିରେ ଲାଗିଲା ତିନିରଥ, କାଲି ଆଡପ ମଣ୍ଡପ ବିଜେ - lord jagannath rath yatra 2024

Lord jagannath rath yatra 2024: ଶରଧାବାଲିରେ ଲାଗିଲା ତିନିରଥ । ଆଜି ରଥଉପରେ ନୀତିକାନ୍ତି । କାଲି ଅପରାହ୍ନରେ ଆଡପ ପହଣ୍ଡି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 8, 2024, 2:54 PM IST

Updated : Jul 8, 2024, 6:53 PM IST

ଶରଧାବାଲିରେ ଲାଗିଲା ତିନିରଥ, କାଲି ଆଡପ ପହଣ୍ଡି
ଶରଧାବାଲିରେ ଲାଗିଲା ତିନିରଥ, କାଲି ଆଡପ ପହଣ୍ଡି (ETV Bharat Odisha)

ପୁରୀ: ଶେଷ ହେଲା ଅପେକ୍ଷା, ଶରଧାବାଲିରେ ପହଞ୍ଚିଲେ ତିନିରଥ । ଗୋଟିଏ ପରେ ଗୋଟିଏ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଛନ୍ତି । ପ୍ରଥମେ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲିରେ ଲାଗିଛି । ଚଳିତଥର ତିଥି ଥିବା ଭିନ୍ନ କାରଣରୁ ରଥଯାତ୍ରା ଦିନେ ପରିବର୍ତ୍ତେ ଦୁଇଦିନ ଅନୁଷ୍ଠିତ ହେଉଛି । ଗତକାଲି ରଥଟଣା ଆରମ୍ଭ ହୋଇ ଅଧାରେ ଅଟକିଥିଲା । ବଡଦାଣ୍ଡରେ ପଛକୁ ପଛ ଅଟକିଥିଲେ ତିନିଠାକୁର । ରଥ ଉପରେ ସଂଧ୍ୟାଧୂପ ନୀତିକାନ୍ତି ହେବା ପରେ ପହଡ ପଡିଥିଲା । ଆଜି ପୂର୍ବାହ୍ନରୁ ପୁଣି ରଥଟଣା ଆରମ୍ଭ ହୋଇଥିଲା । ଗତକାଲି ପରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁଣି ରଥ ଟାଣିଥିଲେ ।

ଶରଧାବାଲିରେ ଲାଗିଲା ତିନିରଥ, କାଲି ଆଡପ ମଣ୍ଡପ ବିଜେ (ETV Bharat Odisha)

ଆଜି ତିନିରଥରେ ଶ୍ରୀବିଗ୍ରହମାନେ ରଥାରୂଢ ହୋଇ ରହିବେ । ରଥ ଉପରେ ସମସ୍ତ ନୀତିକାନ୍ତି ହେବା ପରେ ବିଳମ୍ବିତ ରାତିରେ ପହଡ ପଡିବ । ଆସନ୍ତାକାଲି ସକାଳୁ ପହଡ ଖୋଲିବା ସହ ମଙ୍ଗଳ ଆଳତି, ମଇଲମ ଓ ଅନ୍ୟ ନୀତିକାନ୍ତି ହେବ । ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ପହଣ୍ଡି କରାଯିବ । ଅପରାହ୍ନରେ ରଥରୁ ଅଶ୍ବ ଖୋଲାଯିବା ସହ ଚାରମାଳ ବନ୍ଧାଯିବ । ଏହା ପରେ ଆଡପ ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିବେ ଶ୍ରୀବିଗ୍ରହ ।

ଏହା ମଧ୍ୟ ପଢନ୍ତୁ: ବଡ଼ଦାଣ୍ଡରେ ଭିନ୍ନ ଦୃଶ୍ୟ; କାଳିଆ ଦୂଆରେ ସମସ୍ତେ ଏକାକାର, ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ ଧର୍ମେନ୍ଦ୍ର

ଶ୍ରୀବିଗ୍ରହମାନେ ଆଡପ ମଣ୍ଡପରେ ବିଜେ କରିବା ପରେ 10 ତାରିଖରୁ ଆଡପ ଅବଢା ଲାଗି ହେବ । ସ୍ନାନପୂର୍ଣ୍ଣିମା ପରେ ଦର୍ଶନରୁ ବଞ୍ଚିତ ରହିଥିବା ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବେ । ଏହାକୁ ଆଡପ ଦର୍ଶନ କୁହାଯାଏ । ରହିଥିବା ବିଶ୍ବାସ ଅନୁସାରେ, ରତ୍ନବେଦୀରେ ଶ୍ରୀଜିଉଙ୍କୁ ବର୍ଷ ସାରା ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ, ଥରେ ଆଡପ ଦର୍ଶନରେ ମଧ୍ୟ ସମାନ ପୂଣ୍ୟ ମିଳିଥାଏ । ଆଡପ ଦର୍ଶନ ପାଇଁ ପୁରୀ ପ୍ରଶାସନ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଏହା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅନେକ ନୀତିକାନ୍ତି ରହିଛି । ହେରାପଞ୍ଚମୀରେ ମା’ ଲକ୍ଷ୍ନୀ ବିଜେ କରି ରଥ ଭାଙ୍ଗିବେ । ଏହା ପରେ ରଥ ଦକ୍ଷିଣମୋଡ କରିବାକୁ ଆଜ୍ଞାମାଳ ପଠାଇବେ ମହାପ୍ରଭୁ । ଏହିଠାରୁ ଆରମ୍ଭ ହେବ ପ୍ରସ୍ଥାନ ପର୍ବ ବାହୁଡା ଯାତ୍ରା । ପରେ ଅଧରପଣା, ସୁନାବେଶ ଓ ଅନ୍ତିମ ପର୍ବ ନୀଳାଦ୍ରୀବିଜେ ସହ ଶେଷ ହେବ ବିଶ୍ବନିୟନ୍ତାଙ୍କ ନବଦିନାତ୍ମକ ମାନବୀୟ ଲୀଳା ।

ଆସନ୍ତାକାଲି ଆଡପ ପହଣ୍ଡି:-

ରଥ ଲାଗିବା ପରେ ପୋଲିସ୍ ପକ୍ଷରୁ କର୍ଡନ କରାଯାଇଛି । ତେବେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଧୂପ ଓ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ । ଆସନ୍ତାକାଲି ସଂଧ୍ୟା 6ଟା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ । ସେପଟେ ଶାନ୍ତି ଶୃଙ୍ଖଳାରେ ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇ ଥିବାରୁ ପୋଲିସ୍ ଡିଜି ସେବାୟତ, ଭକ୍ତଙ୍କ ସହଯୋଗକୁ ଉଚ୍ଚ ପ୍ରଶଂସା କରିଛନ୍ତି । ତେବେ ଗତକାଲି ବଳଭଦ୍ରଙ୍କ ରଥ ନିକଟରେ ଦଳାଚକଟା ଘଟଣାକୁ ପୋଲିସ୍ ଡିଜି ଖଣ୍ଡନ କରିଛନ୍ତି ।

ଦଳାଚକଟା ନେଇ କଣ କହିଲେ ପୋଲିସ ଡିଜି:-

ଡିଜି କହିଛନ୍ତି ପ୍ରବଳ ଜନସମାଗମ ହୋଇଥିଲା । ଏଣୁ କିଛି ଲୋକ ରଥ ଟାଣିବା ବେଳେ ପଡିଯାଇଥିଲେ । ଏହା ପ୍ରାୟତଃ ରଥ ଟାଣିବା ବେଳେ ପ୍ରତିବର୍ଷ ହୋଇଥାଏ । ତେବେ ଚଳିତବର୍ଷ ରଥ ମଧ୍ୟରେ ଯେତିକି ଦୂରତା ରହିବା କଥା ବ୍ୟବଧାନ କମ ଥିଲା । ଏଣୁ ଲୋକଙ୍କ ପ୍ରବଳ ଭିଡ଼ ଯୋଗୁ କେତେକ ଲୋକ ତଳେ ପଡ଼ିଯାଇଥିଲେ । ତେବେ ଘଟଣାକୁ ପୋଲିସ୍ ଠିକ୍ ସମୟରେ ନିୟନ୍ତ୍ରଣ କରିଥିଲା । ତେବେ ମହାପ୍ରଭୁଙ୍କ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ପୋଲିସ୍ ଡିଜି ଅରୁଣ ଷଡ଼ଙ୍ଗୀଲୋକଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 8, 2024, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.